ମୁମ୍ୱାଇ କ୍ରୁଜ ରେଭ୍ ପାର୍ଟି: ଜେଲ ଗଲେ ଆରୟନ ଖାନ

ଗୁରୁବାର ମୁମ୍ବାଇର ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟ ଆରୟନ ଖାନ ଏବଂ ତାଙ୍କ ସହ ଗିରଫ ହୋଇଥିବା ଅନ୍ୟ 7 ଜଣଙ୍କୁ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

ମୁମ୍ବାଇ: ବଲିଉଡ ତାରକା ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଅଡୁଆ ଧିରେ ଧିରେ ବଢିବାରେ ଲାଗିଛି । ଗୁରୁବାର ମୁମ୍ବାଇର ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟ ଆରୟନ ଖାନ ଏବଂ ତାଙ୍କ ସହ ଗିରଫ ହୋଇଥିବା ଅନ୍ୟ 7 ଜଣଙ୍କୁ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। କୋର୍ଟ କହିଛନ୍ତି ଯେ, ଏହି ମାମଲା ବର୍ତ୍ତମାନ ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ଶୁଣାଣି ହେବ। ଏହି ରାୟର କିଛି ସମୟ ପରେ ଆରୟନ ଖାନଙ୍କ ଓକିଲ ସତୀଶ ମନେଶିନ୍ଦେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ କରିଥିଲେ, ଯାହା ଶୁକ୍ରବାର ଦିନ 11 ଟା ସମୟରେ ଶୁଣାଣି ହେବ।

Aryan Khan

14 ଦିନ ନ୍ୟାୟିକ ହେପାଜତ ପରେ ଏହା ସ୍ପଷ୍ଟ ଯେ, ବର୍ତ୍ତମାନ ଆରୟନ ଖାନ ଜେଲରେ ରହିବେ । ଏଠାରେ ସୂଚନା ମିଳୁଛି ଯେ, ଜେଲ ପ୍ରଶାସନର କରୋନା ରିପୋର୍ଟ ଆବଶ୍ୟକ ଥିବାରୁ ଆରୟନ ଖାନ ଏବଂ ଅବଶିଷ୍ଟ 7 ଅଭିଯୁକ୍ତଙ୍କୁ ଗୁରୁବାର ରାତିରେ ଜେଲରେ ରଖିବାକୁ ମନା କରାଯାଇଛି। ଖବର ଅନୁଯାୟୀ, ଗୁରୁବାର ରାତିରେ ଆରୟନ ଖାନ, ଅରବାଜ ମର୍ଚାଣ୍ଟ ଏବଂ ଅନ୍ୟ 6 ଅଭିଯୁକ୍ତଙ୍କୁ ଏନସିବି କାର୍ଯ୍ୟାଳୟରେ ନ୍ୟାୟିକ ହେପାଜତରେ ରଖାଯିବ।

ଜାମିନ ନାମଞ୍ଜୁର, ଶୁକ୍ରବାର ହେବ ଶୁଣାଣି

ପ୍ରକୃତରେ, ଶୁଣାଣି ସମୟରେ ଏନସିବି ଅକ୍ଟୋବର 11 ପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତଙ୍କ ହେପାଜତ ମାଗିଥିଲା । କିନ୍ତୁ କୋର୍ଟ ଏହି ଜାମିନ ଦେବାକୁ ମନା କରିଦେଇଥିଲେ। ଏଥି ସହିତ ମୁମ୍ବାଇର ମାଜିଷ୍ଟ୍ରେଟ କୋର୍ଟ ଆସନ୍ତାକାଲି ସକାଳ 11 ଟାରେ ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି କରିବେ। ସେପର୍ଯ୍ୟନ୍ତ ଏନସିବିକୁ ଉତ୍ତର ଦାଖଲ କରିବାକୁ କୁହାଯାଇଛି।

Aryan Khan

ଆପଣଙ୍କୁ କହିରଖୁଛୁ ଯେ, 02 ଅକ୍ଟୋବରରେ, ଏନସିବି ଟିମ୍ ମୁମ୍ବାଇ ଉପକୂଳରେ ଜାହାଜ ଉପରେ ଚଢାଉ କରିଥିଲା । ଯେଉଁଠାରୁ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ସମେତ 8 ଜଣଙ୍କୁ ଅଟକ ରଖାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+