ସେପ୍ଟେମ୍ବର 12 ରେ ହେବ NEET (UG) 2021 ପରୀକ୍ଷା, ଆସନ୍ତାକାଲିଠୁ ପଞ୍ଜୀକରଣ ଆରମ୍ଭ

ସେପ୍ଟେମ୍ବର 12 ରେ NEET (UG) 2021 ପରୀକ୍ଷା ସାରା ଦେଶରେ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ମଙ୍ଗଳବାର ଅପରାହ୍ନ 5 ଟାରୁ ଆରମ୍ଭ ହେବ ।

ନୂଆଦିଲ୍ଲୀ : ସେପ୍ଟେମ୍ବର 12 ରେ NEET (UG) 2021 ପରୀକ୍ଷା ସାରା ଦେଶରେ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ମଙ୍ଗଳବାର ଅପରାହ୍ନ 5 ଟାରୁ ଆରମ୍ଭ ହେବ ।

NEET

ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ntaneet.nic.in ପରିଦର୍ଶନ କରି ପରୀକ୍ଷା ପାଇଁ ଆବେଦନ କରିପାରିବେ । ଏହାପୂର୍ବରୁ ଏହି ପରୀକ୍ଷା ଅଗଷ୍ଟ 1 ରେ ଅନୁଷ୍ଠିତ ହେବାରେ ଥିଲା, କିନ୍ତୁ ଆବେଦନ ଫର୍ମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନଥିଲା ।

ସେପ୍ଟେମ୍ବରରେ ନିଟ୍ ହେବାକୁ ଥିବାବେଳେ ସାମାଜିକ ଦୂରତା ରକ୍ଷାକୁ ଧ୍ୟାନ ଦିଆଯାଇଛି । ପୂର୍ବରୁ 155 ଟି ସହରରେ ପରୀକ୍ଷା ହେବାକୁ ଥିବା ବେଳେ ଏହାକୁ 198 କୁ ବୃଦ୍ଧି କରାଯାଇଛି । ସେହିଭଳି ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ । 2020 ରେ 3 ହଜାର 862 ଟି ପରୀକ୍ଷା କେନ୍ଦ୍ର ଥିଲା ।

ପରୀକ୍ଷା କେନ୍ଦ୍ରରେ କୋଭିଡ୍ ପ୍ରୋଟୋକଲ୍ ପାଳନକୁ ସୁନିଶ୍ଚିତ କରାଯିବ । ଏଥିପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ଫେସ୍ ମାସ୍କ ଦିଆଯିବ । ପ୍ରବେଶ ଓ ପ୍ରସ୍ଥାନ ବେଳର ସମୟକୁ ଧ୍ୟାନ ଦିଆଯିବ । ପଞ୍ଜିକରଣ କଣ୍ଟାକ୍ଟଲେସ ହେବ । ପରୀକ୍ଷା କେନ୍ଦ୍ରକୁ ସାନିଟାଇଜେସନ୍ କରାଯିବ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଆସନ୍ତାକାଲି ଆବେଦନ ଫର୍ମ ପ୍ରକାଶ ପାଇବା ସହିତ ପରୀକ୍ଷା ସମ୍ବନ୍ଧୀୟ ନୂତନ ଢାଞ୍ଚା ମଧ୍ୟ ଘୋଷଣା କରାଯିବ ବୋଲି ଆଶା କରାଯାଉଛି । JEE ପରି, NEET 2021 ପ୍ରତ୍ୟେକ ବିଭାଗରେ ପଚରାଯାଇଥିବା ପ୍ରଶ୍ନ ସଂଖ୍ୟା ବୃଦ୍ଧି କରିବ ବୋଲି ଆଶା କରାଯାଉଛି ଏବଂ ଛାତ୍ରମାନେ ଆଭ୍ୟନ୍ତରୀଣ ପସନ୍ଦ ପାଇବେ । ବିଜ୍ଞପ୍ତି ରିଲିଜ୍ ହେବା ମାତ୍ରେ ଏହା ନିଶ୍ଚିତ ହେବ । ପ୍ରତିବର୍ଷ ପ୍ରାୟ 14 ଲକ୍ଷ ଛାତ୍ରଛାତ୍ରୀ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ଉପସ୍ଥିତ ହୁଅନ୍ତି । ଗତ କିଛି ମାସ ଧରି ଛାତ୍ରଛାତ୍ରୀମାନେ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଆସୁଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+