ଗିରଫ ପିଏସ୍ ବିରଞ୍ଚି ନାରାୟଣଙ୍କ ପତ୍ନୀ ଓ ଶାଳକଙ୍କ ନାଁରେ ମାମଲା
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର କୁବେର ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ଗିରଫ ଘଟଣାରେ ଭିଜିଲାନ୍ସ ତଦନ୍ତକୁ ଆହୁରି ଦୃଢ କରିଛି । ବିରଞ୍ଚିଙ୍କ ପତ୍ନୀ ଓ ଶାଳକଙ୍କ ନାଁରେ ତଦନ୍ତକାରୀ ସଂସ୍ଥା ଭିଜିଲାନ୍ସ ମାମଲା ରୁଜୁ କରିଛି ।
ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର କୁବେର ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ଗିରଫ ଘଟଣାରେ ଭିଜିଲାନ୍ସ ତଦନ୍ତକୁ ଆହୁରି ଦୃଢ କରିଛି । ବିରଞ୍ଚିଙ୍କ ପତ୍ନୀ ଓ ଶାଳକଙ୍କ ନାଁରେ ତଦନ୍ତକାରୀ ସଂସ୍ଥା ଭିଜିଲାନ୍ସ ମାମଲା ରୁଜୁ କରିଛି । ଟଙ୍କା ନେବା ଓ ରଖିବା ମାମଲାରେ ସହଯୋଗ କରିଥିବାରୁ ଏହି ମାମଲା ରୁଜୁ କରିଛି ଭିଜିଲାନ୍ସ।

ବିରଞ୍ଚିଙ୍କ କୋଳଥିଆ ନିକଟରେ ଥିବା ଘରେ ଟଙ୍କା ଡିଲ ନେଇ ଯାଞ୍ଚ କରିବ ଭିଜିଲାନ୍ସ । ଖୁବଶୀଘ୍ର ବିରଞ୍ଚିଙ୍କ ପତ୍ନୀ ଓ ଶାଳକଙ୍କୁ ତଦନ୍ତ ପରିସରଭୁକ୍ତ କରିବ ଭିଜିଲାନ୍ସ । ଆବଶ୍ୟକ ପଡିଲେ ବିରଞ୍ଚିଙ୍କୁ ରିମାଣ୍ଡରେ ଆଣି କରାଯିବ ଅଧିକ ତଦନ୍ତ । ଲାଞ୍ଚ ନେଇ ଏଯାଏଁ କୌଣସି ଆଶାୟୀ ଅଭିଯୋଗ କରିନଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ଆର. ପ୍ରକାଶ ।
ଭିଜିଲାନ୍ସ ଚଢାଉ ବେଳେ କଟକ ଓ ଭୁବନେଶ୍ୱରରେ ବିରଞ୍ଚିଙ୍କ କୋଟି କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା। ଦେଢ଼ କିଲୋ ଓଜନର ସୁନା ଅଳଙ୍କାର ସହ ନଗଦ ୨୫ ଲକ୍ଷ ଟଙ୍କା, ୧୪ଟି ପ୍ଲଟ ଏବଂ ୨ଟି ଦୁଇ ତାଲା ଘର ସମେତ ୪ଟି କୋଠା ଠାବ କରିଥିଲା ଭିଜିଲାନ୍ସ । ଏହାସହ ୫୬ ଲକ୍ଷ ଟଙ୍କାର ବୀମା ସାଙ୍ଗକୁ ଅନ୍ୟ ଦାମୀ ସାମଗ୍ରୀ ବି ଜବତ ହୋଇଥିଲା । ଚାକିରି କରାଇ ଦେବେ କହି ଆବେଦନକାରୀଙ୍କଠାରୁ ବିପୁଳ ଟଙ୍କା ଆଦାୟ କରୁଥିବା ଭିଜିଲାନ୍ସ ଜାଣିବାକୁ ପାଇଛି।












Click it and Unblock the Notifications