ହାଇଦର ଫେରାର ଘଟଣା: ୬ଜଣ ପୋଲିସ କର୍ମଚାରୀ ନିଲମ୍ବିତ
ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ଘଟଣାରେ କାର୍ଯ୍ୟାନୁଷ୍ଠାନ । ୬ଜଣ ପୋଲିସ କର୍ମଚାରୀ ନିଲମ୍ବିତ । ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାର ଓ ୫ ଜଣ କନଷ୍ଟେବଲ୍ଙ୍କୁ ସସ୍ପେଣ୍ଡ୍ କରାଯାଇଛି।
କଟକ: ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ଘଟଣାରେ କାର୍ଯ୍ୟାନୁଷ୍ଠାନ । ୬ଜଣ ପୋଲିସ କର୍ମଚାରୀ ନିଲମ୍ବିତ । ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାର ଓ ୫ ଜଣ କନଷ୍ଟେବଲ୍ଙ୍କୁ ସସ୍ପେଣ୍ଡ୍ କରାଯାଇଛି।
ସସ୍ପେଣ୍ଡ ହୋଇଥିବା ୬ ପୋଲିସ୍ କର୍ମଚାରୀଙ୍କ ମଧ୍ୟରେ ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନଷ୍ଟେବଲ ବୁଲ୍ବୁଲ୍ ସାହୁ, ଦୀପକ ସାହୁ, ମହମ୍ମଦ ମୌସିମ୍, ଉମାକାନ୍ତ ବେହେରା, ସୁଧାଂଶୁ ମାଝୀ ଅଛନ୍ତି। ଏନେଇ ସମ୍ବଲପୁର ଏସ୍ପି ସୂଚନା ଦେଇଛନ୍ତି।

କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର୍ ଫେରାର ହେବାପାଇଁ ସମ୍ବଲପୁରରୁ ଯୋଜନା ପ୍ରସ୍ତୁତ କରିଥିଲା । ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ହାତକରି ଜେଲ୍ରୁ ଭିମସାର୍, ଭିମସାର୍ରୁ ଏସ୍ସିବି ଯାଇ ସେଠାରୁ ଖସିଯାଇଛି । ତାର ଏହି ଯୋଜନାକୁ ସଫଳ କରାଇବାରେ ଜାଣତରେ ହେଉ ବା ଅଜାଣତରେ ସମ୍ବଲପୁରର ତିନିତିନିଟି ବିଭାଗର ଭୂମିକା ରହିଥିବା ଆଲୋଚନା ହେଉଛି । ଏହି ତିନି ବିଭାଗର ଅଧିକାରୀ ଓ କର୍ମଚାରୀ ସନ୍ଦେହ ଘେରକୁ ଆସିଛନ୍ତି । ପ୍ରଥମ ହେଲା ଜେଲ୍, ଦ୍ବିତୀୟରେ ଭିମସାର୍ ଓ ତୃତୀୟରେ ପୁଲିସ୍ ।
ସେପଟେ ହାଇଦରକୁ ଖୋଜିବା ପାଇଁ କଟକ ସହର ସୀମା ସିଲ୍ କରାଯାଇଛି। ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ପୋଲିସକୁ ମଧ୍ୟ ଆଲର୍ଟ କରାଯାଇଛି। କଟକ ଡିସିପିଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ କରି ହାଇଦରକୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ଏହା ବ୍ୟତୀତ ପଶ୍ଚିମବଙ୍ଗ ସୀମାବର୍ତୀ ଜିଲ୍ଲା ବାଲେଶ୍ୱର ଏସପି ଓ ମୟୁରଭଞ୍ଜ ଏସ୍ପିଙ୍କୁ ଖବର ଦିଆଯାଇଛି ।
-
ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ -
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ, 101 ଜଣ ନିଖୋଜ -
ଇରାନୀ ବିମାନକୁ ଗୁଳି କରି ଖସାଇଲା ଇସ୍ରାଏଲ -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ -
ପ୍ରଧାନମନ୍ତ୍ରୀ ମୋଦୀ ଚାଲିଯିବା ପରେ ଅପରେସନ;ଇସ୍ରାଏଲ ରାଷ୍ଟ୍ରଦୂତ -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା












Click it and Unblock the Notifications