Google 'Year in Search 2020': କରୋନାଠାରୁ ଟ୍ରେଣ୍ଡିଂ ଥିଲା ଆଇପିଏଲ

କରୋନା ମହାମାରୀ ମଧ୍ୟରେ ଚଳିତ ବର୍ଷ ଇଣ୍ଟରନେଟରେ ସବୁଠାରୁ ଅଧିକ ଖୋଜା ଯାଇଥିବା ବିଷୟ ବସ୍ତୁ କରୋନା ଭାଇରସ ନୁହେଁ ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ ।

ଭୁବନେଶ୍ବର: ଚଳିତ ବର୍ଷ ଅର୍ଥାତ 2020 ବର୍ଷରେ ଅନେକ କିଛି ଅଦ୍ଭୁତ ଘଟଣା ଘଟିଯାଇଛି । ଯାହାକୁ ସମଗ୍ର ମାନବ ସମାଜ ନାକାରାତ୍ମକ ଦୃଷ୍ଟିରେ ଦେଖୁଛି । ଗୋଟିଏ ଅର୍ଥରେ କହିବାକୁ ଗଲେ କୋଡିଏ କୋଡିଏ ବର୍ଷଟି ସାରା ବିଶ୍ବ ପାଇଁ ଏକ ଅଭିଶପ୍ତ ବର୍ଷ ପାଲଟି ଯାଇଛି । ଆଉ ଯାହାର ମୂଳ କାରଣ ରହିଛି ମଣିଷ ଖିଆ ଏହି କରୋନା ଭାଇରସ । ଆଉ ଏହି କିଲର ଜୀବନ ଜୀବିକା ସହ ଆମର ପ୍ରିୟତମଙ୍କୁ ପର କରି ଦେଇଛି ।

ତେବେ 2020 ବର୍ଷର ଶେଷ ମାସରେ ଆମେ ପହଞ୍ଚିସାରିଛେ । ଆଉ ଯଦି ଠିକ୍ 11 ମାସ ତଳକୁ ଫେରି ଚାହିଁବା, ତେବେ କେବଳ ଗୋଟିଏ ବିଷୟ ବସ୍ତୁ ଆମ ମନକୁ ଆସିବ । ତାହା ହେଉଛି କରୋନା ଭାଇରସ । ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବ କରୋନା ମହାମାରୀ ମଧ୍ୟରେ ଚଳିତ ବର୍ଷ ଇଣ୍ଟରନେଟରେ ସବୁଠାରୁ ଅଧିକ ଖୋଜା ଯାଇଥିବା ବିଷୟ ବସ୍ତୁ କରୋନା ଭାଇରସ ନୁହେଁ ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ । ତେବେ ଚଳିତ ବର୍ଷ ଶେଷ ଆଡକୁ ଇଣ୍ଟରନେଟର ଫେମସ ସର୍ଚ୍ଚ ଇଞ୍ଜିନ ଗୁଗୁଲ ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଆଇପିଏଲ ଶୀର୍ଷ ସ୍ଥାନ ଅଧିକାର କରିଛି ।

Google Year in Search 2020

ସୂଚନାଥାଉ କି, ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ଦ୍ବାରା ମାର୍ଚ୍ଚ-ଏପ୍ରିଲ ମାସରେ ଆୟୋଜିତ ଏହି ଘରୋଇ କ୍ରିକେଟ ଲିଗ ସାରା ବିଶ୍ବରେ ଘରେ ଘରେ ପରିଚିତ । ତେବେ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଏହି ବିତ୍ତଶାଳୀ କ୍ରିକେଟ ଲିଗ ପ୍ରାୟ ବନ୍ଦ ହୋଇଯିବା ଉପରେ ଥିଲା । ମାତ୍ର ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବହୁ ଚେଷ୍ଟା ପରେ ଆଇପିଏଲର 13ତମ ସଂସ୍କରଣ ୟୁଏଇରେ ଆୟୋଜିତ ହୋଇଥିଲା । ତେବେ ଭାଇରସ ଭୟ ପାଇଁ ପଡିଆରେ ଦର୍ଶକଙ୍କୁ ବାରଣ କରାଯାଇଥିବା ବେଳେ ପ୍ରସାରଣ କ୍ଷେତ୍ରରେ ମଧ୍ୟ ଏହା ବହୁ ରେକର୍ଡକୁ ଭଙ୍ଗ କରିଥିଲା । ଆଇପିଏଲକୁ ଚଳିତ ବର୍ଷ ସବୁଠାରୁ ଅଧିକ ଦର୍ଶକ ଦେଖିଥିବା ରେକର୍ଡ ହୋଇଛି । ସେହିପରି ଗୁଗୁଲରେ ମଧ୍ୟ ଏହାକୁ ଲୋକେ ଅଧିକରୁ ଅଧିକ ସର୍ଚ୍ଚ କରିଛନ୍ତି ।

ନଜର ପକାନ୍ତୁ ଆଇପିଏଲ ଆଉ କେଉଁ କେଉଁ ଇଭେଣ୍ଟକୁ ପଛରେ ପକାଇଛି-

ମୋଷ୍ଟ ସର୍ଚ୍ଚ ଇନ ଗୁଗୁଲ (ଓଭର୍-ଅଲ)

  1. ଇଣ୍ଡିଆନ୍ ପ୍ରିମିୟର ଲିଗ୍
  2. କରୋନା ଭାଇରସ୍
  3. ଆମେରିକା ନିର୍ବାଚନ ଫଳାଫଳ
  4. ପ୍ରଧାନମନ୍ତ୍ରୀ କିଷାନ ଯୋଜନା
  5. ବିହାର ନିର୍ବାଚନ ଫଳାଫଳ
  6. ଦିଲ୍ଲୀ ନିର୍ବାଚନ ଫଳାଫଳ
  7. ଦିଲ୍ ବେଚାରା
  8. ଜୋ ବିଡେନ
  9. ଲିପ ଡେ
  10. ଅର୍ଣ୍ଣବ ଗୋସ୍ୱାମୀ

ସେହିପରି ଚଳିତ ବର୍ଷ ଆଇପିଏଲ ମଧ୍ୟ ଅଧିକ ଖବରରେ ରହିଥିଲା । କାରଣ କରୋନା ମହାମାରୀ ମଧ୍ୟରେ କ୍ରୀଡା ଜଗତ ସମ୍ପର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ କ୍ରୀଡା ପ୍ରେମୀଙ୍କ ମନରେ ଆଶ୍ବାସନା ଭାରଥିଲା ଆଇପିଏଲ । ତେବେ ନଜର ପକାନ୍ତୁ ଆଇପିଏଲ ବ୍ୟତିତ ଅନ୍ୟ କେଉଁ କେଉଁ ନ୍ୟୁଜକୁ ଲୋକେ ଅଧିକ ଖୋଜିଛନ୍ତି....

ମୋଷ୍ଟ ସର୍ଚ୍ଚ ଇନ ଗୁଗୁଲ (ନ୍ୟୁଜ ଟପ୍ପିକ୍ )

  1. ଇଣ୍ଡିଆନ୍ ପ୍ରିମିୟର ଲିଗ୍
  2. କରୋନା ଭାଇରସ୍
  3. ଆମେରିକା ରାଷ୍ଟ୍ରପତି ନିର୍ବାଚନ
  4. ନିର୍ଭୟ ମାମଲା
  5. ବେରୁଟ୍ ବିସ୍ଫୋରଣ
  6. ଲକଡାଉନ୍
  7. ଚୀନ୍-ଭାରତ ସୀମା ବିବାଦ
  8. ଅଷ୍ଟ୍ରେଲିଆରେ ବୁଶଫାୟାର୍
  9. ପଙ୍ଗପାଳର ଆକ୍ରମଣ
  10. ରାମ ମନ୍ଦିର

ତେବେ ଚଳିତ ବର୍ଷ ଆଇପିଏଲ ବିଦେଶ ମାଟିରେ ହୋଇଥିଲେ ମଧ୍ୟ ଦେଶ ଦେଶ ତଥା ବିଦେଶରେ ବେଶ ଆଦୃତ ହୋଇଥିଲା । ଅନେକ ପ୍ରସିଦ୍ଧ ବିଦେଶୀ ସ୍ପୋର୍ଟ୍ସ ଇଭେଣ୍ଟକୁ ମାତ୍ ଦେଇ ପ୍ରସାରଣ, ଆୟୋଜନ ଓ ଲୋକଙ୍କ ନିକଟରେ ପହଞ୍ଚିବାରେ ଆଇପଏଲ ରେକର୍ଡ ରଚିଥିଲା । ତେବେ ଦେଖିବା ଆଇପିଏଲ ବ୍ୟତିତ ଅନ୍ୟ କେଉଁ ସବୁ ସ୍ପୋର୍ଟ୍ସ ଗୁଗୁଲରେ ଅଧିକ ସର୍ଚ୍ଚ ହୋଇଥିଲା ।

ମୋଷ୍ଟ ସର୍ଚ୍ଚ ଇନ ଗୁଗୁଲ (ସ୍ପୋର୍ଟ-ଇଭେଣ୍ଟ )

  1. ଇଣ୍ଡିଆନ୍ ପ୍ରିମିୟର ଲିଗ୍
  2. ୟୁଏଫ୍ ଚମ୍ପିଆନ୍ସ ଲିଗ୍
  3. ଇଂଲିସ ପ୍ରିମିୟର ଲିଗ୍
  4. ଫ୍ରେଞ୍ଚ ଓପନ
  5. ଲା ଲା ଲିଗ
  6. ସିରିଜ-ଏ
  7. ଅଷ୍ଟ୍ରେଲିଆ ଓପନ୍
  8. NBA ବାସ୍କେଟବଲ୍ ଲିଗ୍
  9. ୟୁଫା ୟୁରୋପା ଲିଗ୍
  10. ୟୁଫା ନେସନ ଲିଗ୍

ସୂଚନାଥାଉ କି, ଼ଡିଫେଣ୍ଡି ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଥର 4ର୍ଥ ପାଇଁ ପୁଣିଥରେ ଟାଇଟଲ ଟେକିଛି । ସେହିପରି 3ଥର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମ ଥର ପାଇଁ ଚଳିତ ସିଜିନରେ ପ୍ଲେ-ଅଫ ଖେଳିପାରି ନାହିଁ । ଅନ୍ୟପଟେ ଗତ ଫେବୃୟାରୀରୁ ଭାରତରେ ଉଦ୍ଭା ହୋଇଥିବା କରୋନା ଭାଇରସର ଏପର୍ଯ୍ୟନ୍ତ ଟିକା ମିଳିପାରି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+