ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେଲେ ଷ୍ଟୁଆର୍ଟ ବିନ୍ନି

ଭାରତୀୟ କ୍ରୀକେଟର ଷ୍ଟଆର୍ଟ ବିନ୍ନି ଆନ୍ତର୍ଜାତିକ ତଥା ପ୍ରଥମ ଶ୍ରେଣୀ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ସେ ଭାରତ ଖେଳିଛନ୍ତି ପାଇଁ ଛଅଟି ଟେଷ୍ଟ୍, ୧୪ଟି ୱାନ୍ଡେ ଏବଂ ତିନିଟି ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ । ସବୁବେଳେ ଚର୍ଚ୍ଚାରେ ରହୁଥିବା ପ୍ରସିଦ୍ଧ ସ୍ପୋର୍ସ ଆଙ୍କର୍ ମୟନ୍ତୀ ଲାଙ୍ଗରଙ୍କ ସ୍ୱାମୀ ହେଉଛନ୍ତି ବିନ୍ନି ।

Stuart binni and mayanti

ଅବସର ଘୋଷଣା କରି ବିନ୍ନ କହିଛନ୍ତି, "ମୁ ଏହା ଘୋଷଣା କରୁଛି ଯେ, ମୁ ଆନ୍ତର୍ଜାତିକ ଏବଂ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ଗ୍ରହଣ କରୁଛି । ଅନ୍ତର୍ଜାତିକସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରି ମୋତେ ବହୁତ ଖୁସି ଏବଂ ଗର୍ବ ଅନୁଭବ ହେଉଛି ।" ବିନ୍ନ କହିଛନ୍ତି, "ମୁ ମୋର ଏହି କ୍ରିକେଟ୍ ଯାତ୍ରାରେ ବିସିସିଆଇର ବଡ଼ ଭୂମିକାକୁ ସ୍ୱାୀକାର କରୁଛି । ବର୍ଷବଷଁ ଧରି ସେମାନଙ୍କ ବିଶ୍ୱାସ ଏବଂ ସମର୍ଥନ ରହିଛି । ମୋର କ୍ରିକେଟ୍ ଯାତ୍ରା ଆରମ୍ଭ ହୋଇ ପାରି ନଥାନ୍ତା ଯଦି କଣ୍ଣାଁଟକ ରାଜ୍ୟରୁ ମୋତେ ସମର୍ଥନ ନଥାନ୍ତା । ରାଜ୍ୟ ପାଇଁ କ୍ୟାପ୍ଟେନ୍ ହେବା ଏବଂ ଟଫି ଜିତିବା ମୋ ପାଇଁ ଅତ୍ୟନ୍ତ ସମ୍ମାନର ବିଷୟ ଅଟେ ।" କ୍ୟାରିଅରର ବଳକା ଦିନଗୁଡ଼ିକୁ ବିନ୍ନି ବିତାଇବାକୁ ଚାହୁଁଛନ୍ତି କ୍ରିକେଟ ସହ ଜଡିତ ହୋଇ ବିତାଇବାକୁ ।

cricketer stuart binni

୯ ଜୁଲାଇ ୨୦୧୪ରେ ବିନ୍ନି ଇଂଲଣ୍ଡ ବିରୋଧରେ ଟେଷ୍ଟ୍ ଖେଳରେ କ୍ୟାରିଅର୍ର ଡେବ୍ଯୁ କରିଥିଲେ । ସେହିପରି ନଭେମ୍ବର ୨୦୧୫ରେ ସାଉଥ୍ ଆଫ୍ରିକା ବିରୋଧରେ ଆରମ୍ଭ କରିଥିଲେ ଏକଦିବସୀୟ ମ୍ୟାଚ୍ । ସେହି ବର୍ଷ ବିନ୍ନିଙ୍କୁ ଆଇପିଏଲ୍ ଖେଳିବାକୁ ମୌକା ମିଳିଥିଲା । ସବୁ ଫର୍ମାଟ୍ରେ ବିନ୍ନି ମୋଟ ୨୪ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି । ବାଙ୍ଗଲାଦେଶ ବିରୋଧରେ ୪ ରନ୍ ଦେଇ ୬ ୱିକେଟ୍ ହାସଲ କରି କ୍ୟାରିଅର୍ର ସୁନ୍ଦର ରେକର୍ଡ ବନାଇଥିଲେ ବିନ୍ନି । ଆଇପିଏଲରେ ରୋୟାଲ୍ ଚାଲେଞ୍ଜରସ୍ ବାଙ୍ଗାଲୋର, ରାଜସ୍ଥାନ ରୋୟାଲସ୍ ଏବଂ ମୁମ୍ବାଇ ଇଣ୍ଡିଆନସ୍ର ପ୍ରତିନିଧିତ୍ୱ କରିଥିଲେ । ମୋଟ ୯୫ଟି ମ୍ୟାଚ୍ରେ ବିନ୍ନି ୨୨ ୱିକେଟ୍ ହାସଲ କରିବା ସହ ନିଜ ଖାତାରେ ଯୋଡ଼ିଛନ୍ତି ୮୮୦ ରନ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+