ଉପନିର୍ବାଚନର ବିଜୟ : ବାଲେଶ୍ୱର ଓ ତିର୍ତ୍ତୋଲବାସୀଙ୍କୁ ଆଜି ସମ୍ବୋଧନ କରିବେ ନବୀନ ପଟ୍ଟନାୟକ


ଭୁବନେଶ୍ୱର: ଉପନିର୍ବାଚନର ବିଜୟକୁ ନେଇ ଆଜି ସଂଧ୍ୟାରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଜେଡିର ବାଜିମାତ ପରେ ଆଜି ଉଭୟ ବିଧାନସଭାର ଭୋଟରମାନଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ସଂଧ୍ୟା 6ଟା ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସ ମାଧ୍ୟମରେ ସମ୍ବୋଧିତ କରିବେ ବୋଲି ଜଣାପଡିଛି । ସଂଧ୍ୟା 6ଟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବିଧାନସଭାର ଦଳୀୟ କର୍ମୀମାନଙ୍କୁ ସମ୍ବୋଧନ କରିବେ । ଏହାପରେ ସଂଧ୍ୟା 6.20 ମିନିଟରେ ବାଲେଶ୍ୱର ସଦରର ଭୋଟରମାନଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

Advertisement
Advertisement

ଉପନିର୍ବାଚନରେ ସଫଳତା ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେଡି ବାଜିମାତ୍ କରିଛି । ବାଲେଶ୍ୱରରେ ବିଜେଡିର ସ୍ୱରୂପ ଦାସ ଓ ତିର୍ତ୍ତୋଲରେ ବିଜୟ ଶଙ୍କର ଦାସ ଜିତିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀଙ୍କ ଉତ୍ସର୍ଗୀକୃତ ମନୋଭାବ ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ଦଳୀୟ କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ସୂଚନା ମିଳିଛି । ସୂଚନାଥାଉକି, ବାଲେଶ୍ୱରର ସଦରରେ ବିଜେପି ଅନୁକମ୍ପା ଭୋଟ୍ ପାଇ ଜିତିବ ବୋଲି କୁହାଯାଉଥିଲା । ହେଲେ ଏହି ଅଙ୍କକୁ ଭୁଲ ପ୍ରମାଣିତ କରିଥିଲା ବିଜେଡି । ଆଗାମୀ ଦିନରେ ବିଜେଡି ଲୋକଙ୍କ ସେବା ଜାରି ରଖିବ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ କହିଥିଲେ ।

Have a great day!
Read more...

English Summary

Odisha By Poll Result Success Naveen Patnaik deliver Speech to Baleshwar and Tirtol People