ତେଲ ଦର ବୃଦ୍ଧିକୁ ବିରୋଧ କରି ବେକରେ ପୋଷ୍ଚର ଝୁଲାଇ ଇଲେକ୍ଟ୍ରି ସ୍କୁଟରରେ କଲେ ରାଲି
ମମତା ଆଜି କୋଲକାତାରେ ଇଲେକ୍ଟ୍ରି-ସ୍କୁଟରରେ ରାଲି କରିଛନ୍ତି । ତୈଳ ଦର ବୃଦ୍ଧିକୁ ବିରୋଧ କରି ସ୍କୁଟରରେ ବସିଥିବା ମମତା ବାନାର୍ଜୀ ତାଙ୍କ ବେକରେ ତୈଳଦର ବୃଦ୍ଧି ବିରୋଧରେ ଲେଖାଥିବା ଏକ ପୋଷ୍ଟର ଲଗାଇଛନ୍ତି ।
କୋଲକାତା : ଦେଶରେ ଲଗାତାରା ଭାବେ ବଢିବାରେ ଲାଗିଛି ପେଟ୍ରୋଲ୍ ଓ ଡିଜେଲ ଦର । ଏହାକୁ ଦେଶର ଅନେକ ରାଜ୍ୟର ରାଜନୈତିକ ଦଳ ବିରୋଧ କରିବା ସହ ଏନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି ।

ଏଥି ମଧ୍ୟରେ ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତେଲ ଦର ବୃଦ୍ଧିକୁ ଏକ ନିଆା ଢଙ୍ଗରେ ପ୍ରତିବାଦ କରିଛନ୍ତି । ମମତା ଆଜି କୋଲକାତାରେ ଇଲେକ୍ଟ୍ରି-ସ୍କୁଟରରେ ରାଲି କରିଛନ୍ତି । ତୈଳ ଦର ବୃଦ୍ଧିକୁ ବିରୋଧ କରି ସ୍କୁଟରରେ ବସିଥିବା ମମତା ବାନାର୍ଜୀ ତାଙ୍କ ବେକରେ ତୈଳଦର ବୃଦ୍ଧି ବିରୋଧରେ ଲେଖାଥିବା ଏକ ପୋଷ୍ଟର ଲଗାଇଛନ୍ତି । ମମତା ସ୍କୁଟରର ପଛପଟେ ବସିଥିବା ବେଳେ ସ୍କୁଟର ଚଳାଉଛନ୍ତି ଟିଏମସି ନେତା ଫିରହାଦ୍ ହାକିମ୍ । ଏହି ଭିଡିଓ ସୋଶାଲ୍ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।
ଆମେ ଆପଣଙ୍କୁ କହିରଖୁଛୁ ଯେ ହରିଶ ଚାଟାର୍ଜୀ ଛକଠାରୁ ଆରମ୍ଭ କରି ରାଜ୍ୟ ସଚିବାଳୟ ନାବାନା ପର୍ଯ୍ୟନ୍ତ ତୃଣମୂଳ କଂଗ୍ରେସର ଏକ ଇ-ବାଇକ୍ ରାଲି କରାଯାଇଛି । ମମତା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଭୁଲ ନୀତି ଯୋଗୁଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଉଛି, ଏହା ଜନସାଧାରଣଙ୍କ ସହ ଏକ ପ୍ରତାରଣା ।












Click it and Unblock the Notifications