ଫେରୁଛି କରୋନା, ପୁଣି ଥରେ ଆରମ୍ଭ ହୋଇପାରେ ଲକଡାଉନ୍
ରାଜ୍ୟରେ କରୋନାର ପ୍ରକୋପ କମ ଥିଲେ ବି ନୂଆ ଷ୍ଟ୍ରେନ ପାଇଁ ପୁଣି ଥରେ ଲକଡାଉନ ସଟଡାଉନ ଆରମ୍ଭ ହୋଇପାରେ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।
ଭୁବନେଶ୍ୱର: ଦେଶରେ ପୁଣି କରୋନାର ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଲାଣି । ସଂକ୍ରମଣ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଯାହା ଏବେ ଚିନ୍ତା ବଢାଇ ଦେଇଛି । ରାଜ୍ୟରେ କରୋନାର ପ୍ରକୋପ କମ ଥିଲେ ବି ନୂଆ ଷ୍ଟ୍ରେନ ପାଇଁ ପୁଣି ଥରେ ଲକଡାଉନ ସଟଡାଉନ ଆରମ୍ଭ ହୋଇପାରେ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ଅନ୍ୟପଟେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କରୋନା ଡାଇଲାଇନର ସଠିକ ଭାବରେ ଅନୁପାଳନ କରୁନାହାନ୍ତି ଲୋକେ। ଯାହାଦ୍ୱାରା ପୁଣି ଥରେ ଲକଡାଉନ ଓ ସଟଡାଉନ ହେବା ନେଇ ଆରମ୍ଭ ହେଉଛି ଚର୍ଚ୍ଚା। ବିଦେଶ ପରେ ଦେଶର ୫ ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ଏ ଭୟ ପୁଣି ଚିନ୍ତା ବଢାଇଲାଣି। ତେବେ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ବି ଲୋକେ ଆଗଭଳି ଆଉ ସତର୍କ ଓ ସଜାଗ ରହୁନଥିବା ଦେଖାଯାଉଛି। ଆଉ କରୋନାକୁ ରୋକିବାକୁ ଆଗାମୀ ଦିନରେ କଟକଣାକୁ ପୂରା ଗୁରୁତ୍ୱ ଦିଆଯିବ ବୋଲି କମିଶନରେଟ୍ ପୋଲିସ କହିବା ପରେ ପୁଣି ଥରେ କରୋନା କଟକଣା ମାନିବାକୁ ମାନସିକ ଭାବରେ ପ୍ରସ୍ତୁତ ହେଉଛନ୍ତି ଲୋକ।
ରାଜ୍ୟରେ ଧୀରେ ଧୀରେ କରୋନା କମିବା ପରେ ଆଉ କଟକଣାକୁ ମାନୁନାହାନ୍ତି ଲୋକେ। ସାମାଜିକ ଦୂରତା ହେଉ କି ମାସ୍କ ପିନ୍ଧିବା କେଉଁ ଗୋଟିଏ ବି ଠିକରେ ପାଳନ ହେଉନି। ଏଣେ ମହାମାରୀର ଭୟ ସମ୍ପୂର୍ଣ୍ଣ ଦୂର ହୋଇନଥିଲେ ବି ଲୋକଙ୍କର ଏ ବେପରୁଆ ମନୋଭାବ ପୁଣି ବଢାଇ ଦେଇଛି ସଂକ୍ରମଣର ଆଶଙ୍କା।












Click it and Unblock the Notifications