ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ଦିଆଯିବ କରୋନା ଟିକା

ଆଜିଠାରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୈନିକ ୫୦ ଜଣ ସେବାୟତଙ୍କୁ ଟିକା ଦିଆଯିବା କରୋନା ଟିକା । ଲିଙ୍ଗରାଜ ମନ୍ଦିର ପାଖ ବିଏମ୍‌ସି ହସ୍ପିଟାଲରେ ସେବାୟତଙ୍କ ଟିକାକରଣ ହେବ ।

ଭୁବନେଶ୍ୱର: ପୁରୀ ପରେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ଦିଆଯିବ କରୋନା ଟିକା । ଆଜିଠାରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୈନିକ ୫୦ ଜଣ ସେବାୟତଙ୍କୁ ଟିକା ଦିଆଯିବା କରୋନା ଟିକା । ଲିଙ୍ଗରାଜ ମନ୍ଦିର ପାଖ ବିଏମ୍‌ସି ହସ୍ପିଟାଲରେ ସେବାୟତଙ୍କ ଟିକାକରଣ ହେବ ।

Lingaraj temple

ପ୍ରାୟ ୩ ଶହ ସେବାୟତ ଟିକା ନେବାର କାର୍ଯ୍ୟକ୍ରମ ରହିଛି । ୧୬ ତାରିଖ ସୁଦ୍ଧା ଭୁବନେଶ୍ୱରରେ ୧ ଲକ୍ଷ ୭ହଜାର ୬୭୮ଜଣ ଟିକାକରଣ ସରିଛି । ସେଥିମଧ୍ୟରୁ ୪୪ ହଜାର ୨୪୪ ଜଣ ସ୍ୱାସ୍ଥ୍ୟକର୍ମୀ, ୨୩ ହଜାର ୩୫୫ ଜଣ ଆଗଧାଡ଼ିର ଯୋଦ୍ଧାଙ୍କୁ ଟିକାକରଣ କରାଯାଇଛି । ଏହା ସହ ୪୦ ହଜାର ୭୯ ଜଣ ବରିଷ୍ଠ ନାଗରିକ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି ।

ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସୋମବାର, ଗୁରୁବାର ଓ ଶନିବାର ଟିକାକରଣ କରାଯାଉଛି । ଏନେଇ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+