୮ ଦିନରେ ଉଦ୍ଧାର ହୋଇଛନ୍ତି ୮୯୪ ନିଖୋଜ ଶିଶୁ: ଡିଜିପି ଅଭୟ
ବିଗତ ୮ ଦିନରେ ୮୯୪ ଶିଶୁକୁ ପୋଲିସ ଉଦ୍ଧାର କରିଛି। ଏନେଇ ଓଡିଶା ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଅଭିଯାନ ହୋଇଥିଲା।
ଭୁବନେଶ୍ଵର: ରାଜ୍ୟରେ ନିଖୋଜ ପିଲାଙ୍କୁ ଓଡିଶା ପୋଲିସ ଉଦ୍ଧାର କରିଛି । ବିଗତ ୮ ଦିନରେ ୮୯୪ ଶିଶୁକୁ ପୋଲିସ ଉଦ୍ଧାର କରିଛି। ଏନେଇ ଓଡିଶା ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଅଭିଯାନ ହୋଇଥିଲା।

ଏହି ସ୍ବତନ୍ତ୍ର ଅପରେସନ୍ ନେଇ ପୋଲିସ୍ ଡିଜି ଅଭୟ ସୂଚନା ଦେଇଛନ୍ତି। ଜାନୁଆରୀ ୨୮ରୁ ୨୫ ତାରିଖ ପର୍ଯ୍ୟନ୍ତ ନିଖୋଜ ଶିଶୁ ଉଦ୍ଧାର ଅଭିଯାନ ଚାଲିଥିଲା। ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରୁ ୮୦୦ ଜଣ ବାଳିକା ଏବଂ ୯୪ଜଣ ବାଳକ ହୋଇଥିବା ଅଭୟ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୧୨୭ ପିଲା ଉଦ୍ଧାର ହୋଇଛନ୍ତି। ଏହା ପଛକୁ ମୟୂରଭଞ୍ଜରୁ ୧୧୧, ବାଲେଶ୍ବରରୁ ୮୮ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି।












Click it and Unblock the Notifications