Advertisement

46% ବୃଦ୍ଧି ପାଇଛି ମହିଳାଙ୍କ ବିରୋଧରେ ଅପରାଧ ଅଭିଯୋଗ, ୟୁପିରୁ ସର୍ବାଧିକ ମାମଲା : ମହିଳା ଆୟୋଗ


ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶରେ ମହିଳାଙ୍କ ପ୍ରତି ଅପରାଧ ମାମଲାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଜାନୁଆରୀ 2021 ରୁ ଅଗଷ୍ଟ ମଧ୍ୟରେ ଅର୍ଥାତ୍ ବର୍ଷର ଆରମ୍ଭରୁ ଆଠ ମାସ ମଧ୍ୟରେ, ଗତ ବର୍ଷ ସମାନ ସମୟ ତୁଳନାରେ ମହିଳାଙ୍କ ବିରୋଧରେ ଅପରାଧ ଅଭିଯୋଗ 46 ପ୍ରତିଶତ ବୃଦ୍ଧି ପାଇଛି । ମହିଳାଙ୍କ ପ୍ରତି ଅପରାଧ ମାମଲାରେ ଉତ୍ତରପ୍ରଦେଶର ଅବସ୍ଥା ଅତ୍ୟନ୍ତ ଖରାପ, ଏଠାରୁ ହିଁ ସର୍ବାଧିକ ଅଭିଯୋଗ ଆସିଛି । ରାଷ୍ଟ୍ରୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ ) ପକ୍ଷରୁ କୁହାଯାଇଛି ଯେ ଦେଶରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧର ଅଭିଯୋଗର ଅଧାରୁ ଅଧିକ କେବଳ ଉତ୍ତରପ୍ରଦେଶର । ନିଜେ ଗ୍ରହଣ କରିଥିବା ଅଭିଯୋଗ ଆଧାରରେ ମହିଳା ଆୟୋଗ ଏହି ସୂଚନା ଦେଇଛନ୍ତି ।

Advertisement
Advertisement

ମହିଳା ଆୟୋଗ ଏହା କହିଛନ୍ତି ଯେ ଜାନୁୟାରୀ 2021 ରୁ ଅଗଷ୍ଟ ମଧ୍ୟରେ ମହିଳାଙ୍କ ବିରୋଧରେ 19 ହଜାର 953 ଅପରାଧ ଅଭିଯୋଗ ଆସିଥିଲା । ଯାହା ଗତ ବର୍ଷ ଏହି ସମୟ ମଧ୍ୟରେ 13 ହଜାର 618 ଟି ଅଭିଯୋଗ ଥିଲା । ଗତ ବର୍ଷ ତୁଳନାରେ ଏହା 46 ପ୍ରତିଶତ ଅଧିକ । ଜୁଲାଇ ମାସରେ ଆୟୋଗ 3 ହଜାର 248 ଟି ଅଭିଯୋଗ ଗ୍ରହଣ କରିଛନ୍ତି, ଯାହାକି ଛଅ ବର୍ଷ ମଧ୍ୟରେ ଏକ ମାସ ମଧ୍ୟରେ ସର୍ବାଧିକ ଅଭିଯୋଗ ଆସିଛି । ଜୁନ୍ 2015 ପରେ ଗୋଟିଏ ମାସ ମଧ୍ୟରେ ଏହା ସର୍ବାଧିକ ସଂଖ୍ୟକ ଅଭିଯୋଗ ଥିଲା ।

ଆୟୋଗ କହିଛି ଯେ ଉତ୍ତରପ୍ରଦେଶରୁ ସର୍ବାଧିକ 10 ହଜାର 84 ଟି ଅଭିଯୋଗ ଆସିଛି । ଏହା ପରେ ଦିଲ୍ଲୀରୁ 2 ହଜାର 147, ହରିୟାଣାରୁ 995 ଏବଂ ମହାରାଷ୍ଟ୍ରରୁ 974 ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ଏହି ଆଠ ମାସ ମଧ୍ୟରେ ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ 7 ହଜାର 36 ଟି ସମ୍ମାନଜନକ ଜୀବନଯାପନ କରିବାର ଅଧିକାର ଅନୁଯାୟୀ ଦାଖଲ ହୋଇଥିବାବେଳେ 4 ହଜାର 289 ଟି ଅଭିଯୋଗ ଘରୋଇ ହିଂସା ଏବଂ 2,923 ଅଭିଯୋଗ ବିବାହ ପରେ ମହିଳାଙ୍କୁ ହଇରାଣ କରିବା ତଥା ଯୌତୁକ ନିର୍ଯ୍ୟାତନା ଉପରେ ଆଧାରିତ ।

ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା କହିଛନ୍ତି ଯେ ମହିଳାଙ୍କ ବିରୋଧରେ ଅପରାଧର ଅଧିକ ଅଭିଯୋଗ ଗ୍ରହଣ କରାଯିବା ନେଇ ଅଭିଯୋଗ ବଢୁଛି କାରଣ ଆୟୋଗ ନିୟମିତ ଭାବରେ ସଚେତନତା ଅଭିଯାନ ଚଳାଇଛନ୍ତି ଏବଂ ମହିଳାମାନେ ଅଧିକ ସଚେତନ ହୋଇଛନ୍ତି । ଏଭଳି ପରିସ୍ଥିତିରେ ସେ ଏବେ ତାଙ୍କ ଅଭିଯୋଗ କମିଶନଙ୍କ ନିକଟକୁ ପଠାଉଛନ୍ତି ।

English Summary

complaints of crimes against women in 2021 Increased By 46 Percentage : National Commission for Women
Have a great day!
Read more...