ଭୁବନେଶ୍ୱର: ଆଜିଠୁ ଓଡ଼ିଶା ପୋଲିସର ୪୭୭ଟି ଏସ୍. ଆଇ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । କେବଳ ଅନ୍ଲାଇନ୍ ମାଧ୍ୟମରେ ଆବେଦନପତ୍ର ଗ୍ରହଣ କରାଯାଉଛି। ଓଡିଶା ପୋଲିସର ଅଫିଲ ସାଇଟକୁ ଯାଇ ଆପଣ ଆବେଦ କରି ପାରିବେ ।
ଆବେଦନ ପାଇଁ ଏଠାରେ କ୍ଲିକ କରନ୍ତୁ..
ତେବେ ଏ ସମ୍ପର୍କରେ ପୋଲିସ ଏଡିଜି ଯଶୋବନ୍ତ ଜେଠୱା କହିଛନ୍ତି, ଅନଲାଇନ ଆବେଦନ ପାଇଁ ଆଜିଠୁ ପୋର୍ଟାଲ ଖୋଲା ଯାଇଛି। ଏ ଯାଏଁ ୨୮୩୧ ପ୍ରାର୍ଥୀ ରେଜିଷ୍ଟ୍ରେସନ, ୭୭୨ ଆବେଦନ କରିସାରିଲେଣି। ଅଗଷ୍ଟ ୬ ରୁ ୧୬ ମଧ୍ୟରେ କମ୍ପ୍ୟୁଟର ବେସ୍ଡ ଲିଖିତ ପରୀକ୍ଷା କରାଯିବ। ୨ଟି ପେପର ବିଶିଷ୍ଟ କେବଳ ସଂକ୍ଷିପ୍ତ ଉତ୍ତରମୂଳକ ପରୀକ୍ଷା ହେବ। SI ନିଯୁକ୍ତି ପରୀକ୍ଷାରେ ଭିଭାଭୋସ୍ ହେବନି ବୋଲି କହିଛନ୍ତି ଏଡିଜି ଜେଠୱା।
Advertisement
Advertisement
ଆସନ୍ତା ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଏହି ପଦ ନିମନ୍ତେ ଆବେଦନ କରିହେବ। ଦୀର୍ଘ ୨୭ ବର୍ଷ ପରେ ଓଡ଼ିଶା ପୁଲିସ୍ ରିକ୍ୟୁଟମେଣ୍ଟ ବୋର୍ଡ ସବଇନ୍ସପେର ନିଯୁକ୍ତି ପ୍ରକ୍ରିୟାକୁ ପରିଚାଳନା କରୁଛି । ପୂର୍ବରୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ଏହି ଦାୟିତ୍ୱ ତୁଲାଉଥିଲା। ଓଡ଼ିଶା ପୁଲିସ୍ ପକ୍ଷରୁ ସବ୍ଇନ୍ସପେକ୍ଟର ଓ କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ବାହାରିଥିବା ବିଜ୍ଞପ୍ତିରେ ଏହି କଥା ଉଲ୍ଲେଖ ରହିଛି।
ଅନ୍ୟପଟେ ପ୍ରଥମ ଥର ପାଇଁ ତୃତୀୟ ଲିଙ୍ଗିମାନଙ୍କୁ ଓଡ଼ିଶା ପୋଲିସ୍ ବିଭାଗରେ ଆବେଦନ କରିବାକୁ ଆହ୍ୱାନ କରାଯାଉଥିବା କହିଛନ୍ତି ଜେଠୱା। କିନ୍ନରମାନେ ଏସ୍ ଆଇ ପଦବୀ ପାଇଁ ଆବେଦନ କରିବାରେ ତାମିଲନାଡୁ ପରେ ଓଡ଼ିଶା ହେଉଛି ଦ୍ୱିତୀୟ ରାଜ୍ୟ।
Advertisement ୪୭୭ଟି ସବ୍ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିଭଳି ୨୪୪ଟି କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀ ଏଥିନିମନ୍ତେ ଅନଲାଇନରେ ଆବେଦନ କରିପାରିବେ।
ସବ୍ଇନ୍ସପେକ୍ଟର ପଦବୀ ପାଇଁ ଯେଉଁମାନେ ଆବେଦନ କରିବେ ସେମାନଙ୍କ ବୟସ ୨୧ ବର୍ଷରୁ କମ୍ ହୋଇନଥିବ କି ୧.୧.୨୦୨୧ ସୁଦ୍ଧା ୨୫ ବର୍ଷରୁ ଅଧିକ ହୋଇନଥିବ। ତେବେ ଏସ୍ଟି, ଏସ୍ସି, ଏସ୍ଇବିସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ବୟସ ୫ ବର୍ଷ କୋହଳ ରହିଛି। ସେହିଭଳି କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ଯେଉଁମାନେ ଆବେଦନ କରିବେ ସେମାନଙ୍କ ବୟସ ୧୮ ବର୍ଷରୁ କମ୍ ହୋଇ ନଥିବ ତଥା ୧.୧.୨୦୨୧ ସୁଦ୍ଧା ୨୩ ବର୍ଷରୁ ଅଧିକ ହୋଇନଥିବ।