ଭୁବନେଶ୍ବର: ଓଷ୍କାର ଦୌଡରୁ ବାଦ୍ ପଡିଲା 'କାଲିର ଅତୀତ' । ଏନେଇ ଫିଲ୍ମ ନିର୍ମାତା ନୀଳମାଧବ ପଣ୍ଡା ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । 'କାଲିର ଅତୀତ' ଓସ୍କାରର ସାଧାରଣ ବର୍ଗର ବିଭିନ୍ନ ପୁରସ୍କାର ତାଲିକାରେ ସାମିଲ ହେବା ପରେ ଖୁବ ଚର୍ଚ୍ଚା ସାଉଣ୍ଟିଥିଲା । ଏହା ଇଣ୍ଟର୍ନେଟ୍ରେ ଭାଇରାଲ ହେବା ପରେ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ଟ୍ୱିଟ୍ କରି ନୀଳମାଧବ ପଣ୍ଡାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
2006ରେ ଏକ ନଳକୂଅ ଫଟୋକୁ ଖବରକାଗଜରେ ଦେଖି ଏହି ସିନେମା ଆରମ୍ଭ କରିଥିଲେ ନୀଳମାଧବ ପଣ୍ଡା । ନଳକୂପଟି ସମୁଦ୍ରରେ ବୁଡିଯାଇଥିଲା ଓ ଚିତ୍ରଟି ସମୁଦ୍ର ପତନର ବୃଦ୍ଧିର ଭୟାନକ ସତ୍ୟ ସାମ୍ନାକୁ ଆଣିଥିଲା । 83 ମିନିଟ୍ ଏ ଫିଲ୍ମଟି କେନ୍ଦ୍ରାପଡାରେ ସୁଟିଂ ହୋଇଛି । ଏହି ଫିଲ୍ମକୁ ଗତ ଜାନୁଆରୀରେ ଆଇଏଫଏଫଆଇ ପାନୋରାମା ବର୍ଗରେ ପଦର୍ଶିତ କରାଯାଇଥିଲା । ପୀତବାସ ତ୍ରିପାଠୀ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ୪୦ ଦିନରେ ସିନେମାଟି ନିର୍ମାଣ କରାଯାଇଛି । ମଣିଷ ଓ ସମୁଦ୍ର ମଧ୍ୟରେ ସଂଘର୍ଷକୁ ଏଥିରେ ଅତି ସୁନ୍ଦର ଭାବେ ଉପସ୍ଥାପନା କରାଯାଇଛି ।