ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ବାବୁଲ୍ ସୁପ୍ରିୟୋ : ଜାଣନ୍ତୁ କାହିଁକି
ମତଦାନ ପୂର୍ବରୁ ଦ୍ୱିତୀୟ ଥର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି କଣ୍ଠଶିଳ୍ପୀ ତଥା ବିଜେପି ନେତା ବାବୁଲ୍ ସୁପ୍ରିୟୋ ଏବଂ ତାଙ୍କ ପତ୍ନୀ
ପଶ୍ଚିମବଙ୍ଗ: ଦେଶରେ କାରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହାରି ଭିତରେ ପଶ୍ଚିମବଙ୍ଗରେ ଆହୁରି ଦୁଇ ପର୍ଯ୍ୟାୟ ମତଦାନ ବାକି ରହିଛି। ତେବେ ଏହି ପର୍ଯ୍ୟାୟ ମତଦାନରେ ବାବୁଲ୍ ସୁପ୍ରିୟୋ ଭୋଟ ଦେଇପାରିବେ ନାହିଁ। ମତଦାନ ପୂର୍ବରୁ ଦ୍ୱିତୀୟ ଥର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି କଣ୍ଠଶିଳ୍ପୀ ତଥା ବିଜେପି ନେତା ବାବୁଲ୍ ସୁପ୍ରିୟୋ ଏବଂ ତାଙ୍କ ପତ୍ନୀ। ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।
ବାବୁଲ୍ ସୁପ୍ରୀୟୋ ଟଲିଗଞ୍ଜ ବିଧାନସଭା ଅସନରୁ ବଜେପି ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି। ସେ କହିଛନ୍ତି "ଆମ ଦୁହେଁ - ମୁଁ ଏବଂ ମୋ ପତ୍ନୀ ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛୁ। ଏଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ ଅଟେ। ମୁଁ ଆସନସୋଲରେ ଭୋଟ ଦେଇପାରିବି ନାହିଁ।

ଆସନ୍ତା ୨୬ ତାରିଖରେ ହେବାକୁ ଥିବା ନିର୍ବାଚନରେ ମୁଁ ସେଠାରେ ରହିବା ଉଚିତ୍ ଥିଲା, ଯେଉଁଠାରେ ଟିଏମସିର ଗୁଣ୍ଡମାନେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନରେ ବାଧା ଦେବା ପାଇଁ ଆତଙ୍କବାଦୀ ଯନ୍ତ୍ର ବ୍ୟବହାର କରୁଛନ୍ତି।" ଏଥିସହିତ "ସେ ତାଙ୍କ ରୁମରୁ ହିଁ କାମ କରିବେ ଏବଂ ତାଙ୍କର ପ୍ରାର୍ଥୀମାନଙ୍କ ସହିତ ମାନସିକ ସ୍ତରରେ ସମସ୍ତ ୯ଟି ଆସନରେ ଉପସ୍ଥିତ ରହିବେ ବୋଲି ବାବୁଲ ସୁପ୍ରିୟୋ କହିଛନ୍ତି।" ଅନ୍ୟପଟେ ପଶ୍ଚିମବଙ୍ଗର ଖାରଦା ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥିବା ଟିଏମ୍ସି ପ୍ରାର୍ଥୀ କାଜଲ ସିହ୍ନାଙ୍କ କରୋନାରେ ମୃତ୍ୟୁ ହୋଇଛି।












Click it and Unblock the Notifications