ହାରିଯିବେ କି ମମତା ବାନାର୍ଜୀ ? ନନ୍ଦିଗ୍ରାମ ଏବଂ ଭବାନୀପୋରରେ ଶୁଭେନ୍ଦୁ ଅଧିକାରୀ ଆଗରେ
ପଶ୍ଚିମବଙ୍ଗରେ ଚାଲିଛି ଭୋଟ୍ ଗଣତି । ବିଜେପି ରାଜ୍ୟରେ ଏବେସୁଦ୍ଧା ଆଗରେ ରହିଛି । ଦଳ ୧୪୦ଟି ଆସନରେ ଆଗୁଆ ଥିବା ବେଳେ ଟିଏମସି ୧୧୩ ସିଟରେ ଆଗରେ ରହିଛି । ତେବେ ଏସବୁ ଭିତରେ ବିଜେପି ପାଇଁ ଆଉ ଏକ ଖୁସି ଖବର ଆସିଛି ।

ରିପୋର୍ଟ ଅନୁସାରେ, ବିଜେପି ନେତା ତଥା ପଶ୍ଚିମବଙ୍ଗର ବିଜେପି ଚେହେରା ଶୁଭେନ୍ଦୁ ଅଧିକାରୀ ଆଗରେ ରହିଛନ୍ତି । ଉଭୟ ଭବାନୀପୋର ଏବଂ ନନ୍ଦିଗ୍ରାମ ଆସନରେ ସେ ବିପକ୍ଷ ପ୍ରା୍ର୍ଥୀଙ୍କ ଠାରୁ ଅଧିକ ଭୋଟ୍ ପାଇଛନ୍ତି ।
ଭବାନୀପୁରରେ ମମତା ବାନାର୍ଜୀ ଟିଏମସିର ପ୍ରାର୍ଥୀ ହୋଇଥିବା ବେଳେ ଶୁଭେନ୍ଦୁଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ଏଠାରେ ମଧ୍ୟ ପ୍ରାରମ୍ଭିକ ଟ୍ରେଣ୍ଡରେ ଶୁଭେନ୍ଦୁ ବହୁ ଆଗରେ ରହିଛନ୍ତି । ଏପରିକି ମମତା ବାନାର୍ଜୀ ହାରିବାର ସମ୍ଭାବନା ମଧ୍ୟ ରହିଛି । ନନ୍ଦିଗ୍ରାମରେ ବି ବିଜେପି ନେତା ଶୁଭେନ୍ଦୁ ଲିଡ୍ କରୁଛନ୍ତି ।
ପଶ୍ଚିମବଙ୍ଗରେ ବିଜେପି ବନାମ ଟିଏମସି
ପ୍ରାରମ୍ଭିକ ଟ୍ରେଣ୍ଡଡ୍ ଅନୁଯାୟୀ, ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ବିଜେପି ଏବେସୁଦ୍ଧା ଟିଏମସିଠୁ ବହୁ ଆଗରେ ରହିଛି । ଯାହା ବିଜେପି ଶିବିରରେ ଉତ୍ସାହ ଭରି ଦେଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହି ସାରିଛନ୍ତି ସେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିବାକୁ ଚାହୁଁଛନ୍ତି। ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେବି ଦୃଢ଼ୋକ୍ତି କରୁଛନ୍ତି ଟିଏମସି ବିଜୟୀ ହେବ । ମମତା ନିଜ ବିଜୟ ଏବଂ କ୍ରମାଗତ ଚତୁର୍ଥ ଥର କ୍ଷମତାକୁ ଫେରିବା ନେଇ ଆତ୍ମବିଶ୍ବାସୀ ଅଛନ୍ତି।












Click it and Unblock the Notifications