'ପେଟ୍ରୋଲ୍, ଡିଜେଲ୍ ପରେ ମହଙ୍ଗା ମାଡ ଲୋକଙ୍କ ଅଣ୍ଟା ଭାଙ୍ଗି ସାରିଲାଣି'
ପେଟ୍ରୋଲ୍, ଡିଜେଲ୍ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧିକୁ କଂଗ୍ରେସର ବିରୋଧ । କେନ୍ଦ୍ର ସରକାରଙ୍କର ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଅତ୍ୟଧିକ କେନ୍ଦ୍ରୀୟ ଶୁଳ୍କ ଆଦାୟ କରିବା ଏବଂ ପେଟ୍ରୋଲ୍, ଡିଜେଲ୍ ଉପରେ ବହୁ ପରିମାଣରେ ସେସ୍ ଓ ସରଚାର୍ଜକୁ ଆଜି ଦୃଢ ନିନ୍ଦା କ
ଭୁବନେଶ୍ୱର: ପେଟ୍ରୋଲ୍, ଡିଜେଲ୍ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧିକୁ କଂଗ୍ରେସର ବିରୋଧ । କେନ୍ଦ୍ର ସରକାରଙ୍କର ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଅତ୍ୟଧିକ କେନ୍ଦ୍ରୀୟ ଶୁଳ୍କ ଆଦାୟ କରିବା ଏବଂ ପେଟ୍ରୋଲ୍, ଡିଜେଲ୍ ଉପରେ ବହୁ ପରିମାଣରେ ସେସ୍ ଓ ସରଚାର୍ଜକୁ ଆଜି ଦୃଢ ନିନ୍ଦା କରିଛି ପ୍ରଦେଶ କଂଗ୍ରେସ କମିଟି । ଆଜି ପ୍ରଦେଶ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ପୂର୍ବତନ ସାଂସଦ ତଥା ଅଖିଳ ଭାରତୀୟ ମହିଳା କଂଗ୍ରେସର ସଭାନେତ୍ରୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ସୁସ୍ମିତା ଦେବ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

ସେ କହିଛନ୍ତି ଯେ, କରୋନା ମହାମାରୀର ମୁକାବିଲାରେ ସରକାର ବିଫଳ ହୋଇଥିବାବେଳେ କରୋନା ଆଳରେ ମହଙ୍ଗାମାଡ଼ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି । ଆଜି ସାରା ଭାରତ ବର୍ଷରେ ୨୪ କୋଟିରୁ ଊର୍ଦ୍ଧ୍ୱ ଲୋକ ଯେଉଁମାନେ କି କଂଗ୍ରେସ ସରକାର ସମୟରେ ୨୦୦୪ ରୁ ୨୦୧୪ ମସିହା ଭିତରେ ଦାରିଦ୍ର୍ୟ ସୀମାରେଖାରୁ ତାଙ୍କୁ ଉପରକୁ ଉଠାଯାଇଥିଲା । ଆଜି ମୋଦି ସରକାରଙ୍କର ଭୁଲ୍ ନିଷ୍ପତ୍ତି ଓ ଅର୍ଥନୀତିକୁ ପରିଚାଳନା କରିବାରେ ବିଫଳତା ଯୋଗୁଁ ସେହି ୨୪ କୋଟି ଲୋକ ପୁଣି ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯାଇଛନ୍ତି । ସେଣ୍ଟର ଫର ମନିଟରିଙ୍ଗ୍ ଅଫ୍ ଇଣ୍ଡିଆ ଇକୋନୋମି (ସି.ଏମ୍.ଆଇ.ଇ.) ର ପରିସଂଖ୍ୟାନ ଅନୁସାରେ ଏହି ଦ୍ୱିତୀୟ ଲହରରେ ପାଖାପାଖି ୨ କୋଟିରୁ ଅଧିକ ଲୋକ ସମ୍ପୂର୍ଣ୍ଣ ଭାବରେ ତାଙ୍କର ରୋଜଗାର ହରାଇ ସାରିଛନ୍ତି । ଏପରିକି ପାଖାପାଖି ୯୭% ଭାରତୀୟମାନଙ୍କର ରୋଜଗାର ବହୁ ପରିମାଣରେ ହ୍ରାସ ଘଟିଛି ବୋଲି ସେ କହିଛନ୍ତି ।
ମାତ୍ର ଏପରିସ୍ଥଳେ ମୋଦି ସରକାର ପେଟ୍ରୋଲ୍ ଉପରକୁ ଟ. ୩୨.୯୦ ପଇସା କେନ୍ଦ୍ରୀୟ ଟିକସ ଆଦାୟ କରୁଥିଲା ବେଳେ ଡିଜେଲ୍ ଉପରେ ଟ.୩୧.୮୦ ପଇସା ଆଦାୟ କରୁଛନ୍ତି । କିନ୍ତୁ କଂଗ୍ରେସ ସରକାର ସମୟରେ ପେଟ୍ରୋଲ୍ ଉପରୁ ଟ.୯.୫୮ ପଇସା ଓ ଡିଜେଲ୍ ଉପରୁ ଟ.୩.୮୦ପଇସା ଆଦାୟ କରୁଥିଲା । ଏହି ଦୀର୍ଘ ୭ ବର୍ଷ ଭିତରେ ମୋଦି ସରକାର କେବଳ ପେଟ୍ରୋଲ୍ ଏବଂ ଡିଜେଲ୍ ଉପରୁ ୨୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଆୟ କରିଛନ୍ତି । କିନ୍ତୁ ଏହି ଟଙ୍କା ଦେଶରେ କେଉଁ ବାବଦରେ ଖର୍ଚ୍ଚ ହୋଇଛି, ତାହାର ହିସାବ ଏପର୍ଯ୍ୟନ୍ତ ମୋଦି ସରକାର ଦେଶବାସୀଙ୍କ ସମ୍ମୁଖରେ ରଖିଲେ ନାହିଁ । ଖାଲି ସେତିକି ନୁହେଁ କେବଳ ସେସ୍ ଓ ସରଚାର୍ଜରୁ ମୋଦି ସରକାର ୪ ଲକ୍ଷ କୋଟିରୁ ଅଧିକ ଟଙ୍କା ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଆୟ କରିଛନ୍ତି ବୋଲି ସେ କହିଛନ୍ତି ।












Click it and Unblock the Notifications