Get Updates
Get notified of breaking news, exclusive insights, and must-see stories!

୨୭ ଦିନରେ ଆମେରିକା-ଇରାନ ଯୁଦ୍ଧ

ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ୨୭ ଦିନରେ ପହଞ୍ଚିଥିବା ବେଳେ କେବେ ଏହି ଯୁଦ୍ଧ ବନ୍ଦ ହେବ ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ଯୁଦ୍ଧ ବନ୍ଦ ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନକୁ ଏକ ସର୍ତ୍ତମୂଳକ ପ୍ରସ୍ତାବ ଦେଇଛନ୍ତି । ପାକିସ୍ତାନ ହିଁ ଏହି ସର୍ତ୍ତମୂଳକ ପ୍ରସ୍ତାବ ଇରାନ ପାଖରେ ପହଞ୍ଚାଇଛି । ପ୍ରସ୍ତାବ ମିଳିସାରିଥିବା ତେହେରାନ କହିଛି । ଏନେଇ ବିଚାରବିମର୍ଶ ମଧ୍ୟ କରାଯାଉଛି । ହେଲେ ଆମେରିକା ସହ କୌଣସି ପ୍ରକାର ଆଲୋଚନା ଏବେ ଚାଲିଥିବା କଥାକୁ ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଗଚି ଖଣ୍ଡନ କରିଛନ୍ତି ।

US-Iran war

ଅନ୍ୟପକ୍ଷରେ ଯୁଦ୍ଧବନ୍ଦ ପାଇଁ ଇରାନ ମଧ୍ୟ ସର୍ତ୍ତ ରଖିସାରିଛି । ଏସବୁ ଭିତରେ ଯୁଦ୍ଧ ଜାରି ରହିଛି । ଆମେରିକାର ଏୟାରକ୍ରାଫ୍ଟ କ୍ୟାରିୟର ଆବ୍ରାହମ ଲିଙ୍କନକୁ ଟାର୍ଗେଟ୍ କରିଥିବା ଇରାନ ଦାବି କରିଥିବା ବେଳେ ଆମେରିକା ପକ୍ଷରୁ ମଧ୍ୟ ଏହି କଥାରେ ସତ୍ୟତା ଥିବା ସ୍ବୀକାର କରାଯାଇଛି । ଏହାସହ ଇରାନ ଆମେରିକାର ଆଉ ଏକ ବିମାନକୁ ମାରି ଖସାଇ ଦେଇଥିବା ଦାବି କରିଛି । ଏଫ୍-ଏଇଟିନ୍ ବିମାନକୁ ଖସାଇଦେଇଥିବା ଆଇଆରଜିସି ଦାବି କରିବା ସହ ଏନେଇ ଭିଡ଼ିଓ ଜାରି କରିଛି । ତେବେ ପେଣ୍ଟାଗନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+