ପୁଣି ଗାଏବ ଅଜିତ ପାୱାର, 2019 ରଣନୀତିର ହେବକି ପୁନରାବୃତ୍ତି !

ମୁମ୍ବାଇ : ଏନସିପି ନେତା ଅଜିତ ପାୱାର ପୁଣିଥରେ ଗାଏବ ହୋଇଯାଇ ଥିବାର ଖବର ମିଳୁଛି । ସେ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି କନଭେନ ଛାଡିଛନ୍ତି । ଏହାପୂର୍ବରୁ ସେ 2019 ରେ ମଧ୍ୟ ଏପରି କରିଥିଲେ । ସେତେବେଳେ ସେ ବିଜେପି ସହ ମିଶି ସରକାର ଗଠନ କରିଥିଲେ ।
ସୂଚନାନୁସାରେ, ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ପୁଣେରେ ଶୁକ୍ରବାର ଏବଂ ଶନିବାର ଦିନ ଧାର୍ଯ୍ୟ ହୋଇଥିବା ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି । ଏହା ପରେ ଖବର ଆସୁଛି କି ସେ ଦଳର କିଛି ବିଧାୟକଙ୍କ ସହ ମଧ୍ୟ ଯୋଗାଯୋଗ କରିଛନ୍ତି, ଏ ନେଇ କେହି ନିଶ୍ଚିତ କରି ନାହାଁନ୍ତି ।

Ajit pawar

ମହାରାଷ୍ଟ୍ରର ରାଜନୈତିକ ମାହୋଲରୁ 7 ଏନସିପି ବିଧାୟକ ନିଖୋଜ ଥିବା ଖବର ମଧ୍ୟ ରହିଛି । କିନ୍ତୁ ଦଳ ପକ୍ଷରୁ ତୁରନ୍ତ ଏହାକୁ ଅସ୍ୱୀକାର କରାଯାଇଛି । ଦଳର ନେତାଙ୍କ କହିବାନୁସାରେ, ପାୱାର ପୁଣେରେ ଅଛନ୍ତି, ସେ ଶନିବାର ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

2019 ରେ କଣ ହୋଇଥିଲା ?

2019 ରେ ବିଧାନସଭା ନିର୍ବାଚନ ପରେ, ମୁଖ୍ୟମନ୍ତ୍ରୀ ଆସନକୁ ନେଇ ବିଜେପି-ଶିବସେନା ଗଠନବନ୍ଧନ ରେ ବିଭାଜନ ହୋଇଥିଲା । ଏହା ପରେ ଉଦ୍ଧବ ଠାକରେ ଅଲଗା ହୋଇଗଲେ । ବିଜେପିର ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନଥିଲା, ଯେଉଁଥିପାଇଁ ସେ ସହଯୋଗୀ ଦଳ ଖୋଜୁଥିଲେ । ଏନସିପି ଆନୁଷ୍ଠାନିକ ଭାବେ ବିଜେପି ସହିତ ଆସି ନଥିଲା, କିନ୍ତୁ ଅଜିତ ପାୱାର ବିଦ୍ରୋହ କରିଥିଲେ । ସେ କିଛି ବିଧାୟକଙ୍କ ସହ ବିଜେପିକୁ ସମର୍ଥନ କରିଥିଲେ ଏବଂ ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାବେଳେ ଅଜିତ ଡେପୁଟି ସିଏମ୍ ପଦ ପାଇଥିଲେ । କିନ୍ତୁ ଏହି ସରକାର 72 ଘଣ୍ଟା ମଧ୍ୟରେ ଭାଙ୍ଗି ଯାଇଥିଲା ।

ଫଡନାଭିସ୍ ସରକାର ଭାଙ୍ଗିବା ମାତ୍ରେ ଶିବସେନା, କଂଗ୍ରେସ ଏବଂ ଏନସିପି ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାଭିକାଶ ଅଘାଡି ସରକାର ଗଠନ କରିଥିଲେ । ଗତ ବର୍ଷ ଜୁନ୍ ମାସରେ ଶିବସେନା ନେତା ଏକନାଥ ସିନ୍ଦେ ବିଦ୍ରୋହ କରିଥିଲେ । ସେ ଦଳର 40 ରୁ ଅଧିକ ବିଧାୟକଙ୍କୁ ନେଇ ବିଜେପି ସହିତ ସରକାର ଗଠନ କରିଥିଲେ । ବିଜେପି ମଧ୍ୟ ସିନ୍ଦେଙ୍କୁ ସିଏମ୍ ଚେୟାର ଦେଇଥିବାବେଳେ ଫଡନାଭିସ୍ ଡେପୁଟି ସିଏମ୍ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+