ତିନି ରଥରେ ଆଜ୍ଞାମାଳ ବିଜେ ; ଗଡ଼ିଲା ନନ୍ଦିଘୋଷ
ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ବୁଧବାର ତିନି ରଥରେ ଆଜ୍ଞାମାଳ ବିଜେ ହୋଇଛି। ଏହାସହ ଏହି ସମୟରେ ବିଜେ କାହାଳୀ ମଧ୍ୟ ବାଜିଛି। ୩ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ବିଜେ କରିଛନ୍ତି। ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ୩ ରଥ। ବିଧି ଅନୁସାରେ ନନ୍ଦିଘୋଷ ପ୍ରଥମେ ସିଂହଦ୍ୱାର ସାମ୍ନାକୁ ଯିବ। ପରେ ପରେ ଦର୍ପଦଳନ ଓ ତାଳଧ୍ୱଜ ସିଂହଦ୍ୱାର ସାମ୍ନାରେ ପହଞ୍ଚିବ।
ଆଜ୍ଞାମାଳ ବିଜେ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନାନୁସାରେ କାଲି ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ବେଶ ଭଲ ଭାବରେ ହୋଇଛି। ନୀତିକାନ୍ତି ଠିକ୍ ଭାବେ ଚାଲିଛି। ଆଜି ଉଭାରେ ନୀତିକାନ୍ତି ମଧ୍ୟ ଠିକ୍ ଭାବେ ଚାଲିଛି। କାଲି ୯ଟାରୁ ସାଢେ ୯ଟା ମଧ୍ୟରେ ପହଣ୍ଡି ନେଇ ଆଶାବାଦୀ। କେହି ଅନଧିକୃତ ବ୍ୟକ୍ତି ରଥ ଉପରକୁ ଚଢି ପାରିବେ ନାହିଁ। ରଥ ଉପରେ ମୋବାଇଲ ବ୍ୟବହାର କରିବା ମନା। ସବୁର ଭିଡିଓଗ୍ରାଫି କରାଯିବ, ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ପୁରୀ ଆସି ଡିଜିଟାଲ ହୁଣ୍ଡିର ଲୋକାର୍ପଣ କରିବେ। କାଲିର ସମସ୍ତ ଭିଆଇପି, ସାଧାରଣ ଭକ୍ତଙ୍କ ପାଇଁ ବ୍ୟବସ୍ଥା ହୋଇଛି।













Click it and Unblock the Notifications