ରାଜ୍ୟ ସରକାରଙ୍କ ବଡ଼ ପରିବର୍ତ୍ତନ, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣାରେ ପଢ଼ିବେ ଛାତ୍ରଛାତ୍ରୀ

ଅର୍ଥାଭାବ ଯୋଗୁ ଉଚ୍ଚଶିକ୍ଷାରୁ ବଞ୍ଚିତ ରହିବେନି ଛାତ୍ରଛାତ୍ରୀ। ଏଣିକି କେଜିରୁ ପିଜି ପର୍ଯ୍ୟନ୍ତ ମାଗଣାରେ ପଢ଼ିବେ ଛାତ୍ରଛାତ୍ରୀ । ଘୋଷଣା ହେଲା କେଜିରୁ ପିଜି ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷା ବ୍ୟବସ୍ଥା । ପୂର୍ବରୁ ଏହି ବ୍ୟବସ୍ଥା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଏଥିରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏହାକୁ ପ୍ରଥମ ଶ୍ରେଣୀରୁ ପୋଷ୍ଟ ଗ୍ରାଜୁଏଟ୍ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କହିଛନ୍ତି, ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ଏହି ବ୍ୟବସ୍ଥା ବିଶେଷ ସହାୟକ ହେବ। କୌଣସି ବି ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ନାମଲେଖା, ଉନ୍ନୟନ ଫି ଓ ପରୀକ୍ଷା ଶୁଳ୍କ ଆଦି ଖର୍ଚ୍ଚ ସରକାର ବହନ କରିବେ।

Major move

ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ସହ ସରକାରୀ ତଥା ବେସରକାରୀ ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟକୁ ଏହି ବ୍ୟବସ୍ଥାରେ ସାମିଲ କରାଯାଇଛି । ବେସରକାରୀ ଅନୁଦାନ ପ୍ରାପ୍ତ ୪୮୮ ଓ ୬୬୨ ବର୍ଗ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ତେବେ ବେସରକାରୀ ଅନୁଷ୍ଠାନ, ଦୂରଶିକ୍ଷା, ବୃତ୍ତିଗତ ଶିକ୍ଷାନୁଷ୍ଠାନ, ପାତ୍ର ବିନିମୟ ବ୍ୟବସ୍ଥା ଆଦି ଶିକ୍ଷାନୁଷ୍ଠାନକୁ ଏହି ଯୋଜନାରୁ ବାଦ ଦିଆଯାଇଛି। ତେବେ ଛାତ୍ରଛାତ୍ରୀଙ୍କୁ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ କରାଯିବା ସହ ଏଥିପାଇଁ ଡିଜିଟାଲ ଉପସ୍ଥାନ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାକୁ ଶିକ୍ଷାନୁଷ୍ଠାନ ଉଚ୍ଚଶିକ୍ଷା ବିଭାଗକୁ ପଠାଇବେ । ଆବଶ୍ୟକ ସ୍ଥଳେ ୬୫ ପ୍ରତିଶତ ପର୍ଯ୍ୟନ୍ତ କୋହଳ କରାଯାଇ ପାରିବ । ଅପରପକ୍ଷେ ଏଥର ରି ଆଡମିଶନ୍ ସାମ୍ସ ୱେବସାଇଟ ମାଧ୍ୟମରେ କରାଯିବାକୁ ଘୋଷଣା କରାଯାଇଛି। ଯେଉଁ ପିଲାମାନେ ବର୍ତ୍ତମାନ ଆଡମିଶନ୍ କରି ଅର୍ଥ ପଇଠ କରିଛନ୍ତି, ତୁରନ୍ତ ସେମାନଙ୍କ ଅର୍ଥ ଫେରସ୍ତ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+