ସରିଲା କଂଗ୍ରେସ ୱର୍କିଂ କମିଟି ବୈଠକ: ପୁଣି ଗାନ୍ଧୀ ପରିବାର ଉପରେ ଆସ୍ଥା ପ୍ରକଟ କଲେ ବରିଷ୍ଠ ନେତୃତ୍ଵ
ନୂଆଦିଲ୍ଲୀ: କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି)ର ବୈଠକରେ ଗାନ୍ଧୀ ପରିବାର ପ୍ରତି ପୁଣି ଆସ୍ଥା ପ୍ରକଟ କରିଛନ୍ତି ଦଳର ବରିଷ୍ଠ ସଦସ୍ୟମାନେ। ଜାତୀୟ ରାଜନୀତିରେ କୃଷକ ଆନ୍ଦୋଳନ, ଦର ବୃଦ୍ଧି ତଥା ପଞ୍ଜାବ ଏବଂ ୟୁପିରେ ହୋଇଥିବା ଅଶାନ୍ତ ପରିବେଶ ମଧ୍ୟରେ ଆଜି ଅନୁଷ୍ଠିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅତ୍ୟନ୍ତ ଗୁରୁତ୍ଵ ପୂର୍ଣ ଭାବରେ ବିବେଚନା କରାଯାଉଛି ।

କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି)ର ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁଯାୟୀ ନୂତନ ଦଳର ସଭାପତି ନିଯୁକ୍ତ ପାଇଁ ର ସମ୍ଭାବନା ରହିଛି। ଆସନ୍ତାବର୍ଷ ସେପ୍ଟେମ୍ବର ମାସ ଯାଏ ସୋନିଆ ଗାନ୍ଧି ହିଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ।
ସୂତ୍ରରୁ ପ୍ରକାଶ ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାହୁଲ ଗାନ୍ଧୀଙ୍କ ନାଁ ସିଡବ୍ଲ୍ୟୁଡିସି ବୈଠକରେ ଦଳର ସଭାପତି ଭାବରେ ପ୍ରସ୍ତାବ ଦେଇଛନ୍ତି। ସମସ୍ତ ସଦସ୍ୟ ଏହି ପ୍ରସ୍ତାବରେ ସହମତ ହୋଇଥିବାବେଳେ ରାହୁଲ ଏ ବିଷୟରେ ପୁଣି ଥରେ ଚିନ୍ତା କରିବେ ବୋଲି କହିଛନ୍ତି। ବର୍ତ୍ତମାନ ସୋନିଆ ଗାନ୍ଧୀ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର ଅନ୍ତରୀଣ ସଭାପତି ଭାବେ କାର୍ଯ୍ୟ କରିବେ।












Click it and Unblock the Notifications