କରୋନା ପାଇଁ କାଳିଆ ଦର୍ଶନ ବନ୍ଦ : ସପ୍ତାହରେ ଏହି ଦିନ ବନ୍ଦ ରହିବ ଶ୍ରୀମନ୍ଦିର
କରୋନାର ପରିସ୍ଥିତିକୁ ଆଖି ଆଗରେ ରଖି ଶ୍ରମନ୍ଦିରକୁ ସପ୍ତାହରେ ଥରେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି
ପୁରୀ : ରାଜ୍ୟରେ ପୁଣି ବଢିବାରେ ଲାଗିଛି କରୋନା ସଂକ୍ରମଣ । କରୋନାର ଦ୍ୱିତୀୟ ଲହରୀକୁ ଦେଖି ରାଜ୍ୟ ସରକାର ମଧ୍ୟ ପ୍ରତିଶେଧକ ବ୍ୟବସ୍ଥା ହାତକୁ ନେଉଛନ୍ତି । କରୋନାର ପରିସ୍ଥିତିକୁ ଆଖି ଆଗରେ ରଖି ଶ୍ରମନ୍ଦିରକୁ ସପ୍ତାହରେ ଥରେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏଣିକି ସବୁ ରବିବାର ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାର ଏନେଇ ସୂଚନା ଦେଇଛନ୍ତି ।

ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଛନ୍ତି । ଏହିଦିନ ଶ୍ରୀମନ୍ଦିର ଭିତର ଓ ବାହାର ସାନିଟାଇଜେସନ ହେବ । ପୂର୍ବରୁ ଛତିଶା ନିଯୋଗରେ ଏ ସଂପର୍କରେ ପ୍ରସ୍ତାବ ପାରିତ ହୋଇଥିଲା । ଏଠାରେ ସୂଚନାଥାଉକି, ଗତ ବର୍ଷ ମହାମାରୀ କରୋନା କାରଣରୁ ଶ୍ରୀମନ୍ଦିର ପାଖାପାଖି ଦୀର୍ଘ ଛଅ ମାସ ବନ୍ଦ ରହିଥିଲା । ଏହା ପରେ ଡିସେମ୍ବର 23ରେ ଶ୍ରୀମନ୍ଦିର ଖୋଲିଥିଲା । ଚଳିତ ବର୍ଷ ଅର୍ଥାତ 2021 ଜାନୁଆରୀ 3 ରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications