ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ
ରାଜସ୍ୱ ବିଭାଗରେ ବଡ଼ ନିଯୁକ୍ତି ସୁଯୋଗ। ରାଜ୍ୟର ରାଜସ୍ୱ ପ୍ରଶାସନକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା ୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରିବାକୁ ସ୍ୱୀକୃତି ମିଳିଛି। ଏହି ନିଯୁକ୍ତି ନିମନ୍ତେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବୈଠକରେ ଉକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି l ଏହି ପଦବୀଗୁଡ଼ିକୁ ରାଜ୍ୟର ୩୦ଟି ଜିଲ୍ଲାରେ ସିଧାସଳଖ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୂରଣ କରାଯିବ ।

ଜିଲ୍ଲା ଭିତ୍ତିକ ଖାଲି ଥିବା ପଦବୀ ସଂଖ୍ୟା ସହିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ସହ ମହିଳା, ଦିବ୍ୟାଙ୍ଗ, ଏକ୍ସ ସର୍ଭିସମ୍ଯାନ୍ ଏବଂ କ୍ରୀଡ଼ାବିତଙ୍କ ପାଇଁ ଆବଶ୍ୟକୀୟ ସଂରକ୍ଷଣ ନିମନ୍ତେ ଏହି ଚିଠିରେ ଉଲ୍ଲେଖ ଅଛି l ଏହି ନିଯୁକ୍ତି ସମ୍ବନ୍ଧରେ ଜିଲ୍ଲାପାଳମାନଙ୍କୁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ସହ ଆଲୋଚନା କରି ଶୀଘ୍ର ଅନଲାଇନ୍ ଆବେଦନ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି l ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ରାଜସ୍ୱ ପ୍ରଶାସନର କ୍ଷମତା ବୃଦ୍ଧି ସହ ଜନସେବା ପ୍ରଦାନକୁ ଅଧିକ ସୁଦୂରପ୍ରସାରୀ କରିପାରିବ ବୋଲି ରାଜସ୍ୱ ସଚିବ ଆଶା ପ୍ରକାଶ କରିଛନ୍ତି l
-
ମେଟ୍ରୋ ପ୍ରକଳ୍ପ ବାତିଲ ହୋଇନି: ନଗର ଉନ୍ନୟନ ମନ୍ତ୍ରୀ -
ମେ’ ୯ ଯାଏ ଘୁଞ୍ଚିଲା ଓଟିଇଟି ଆବେଦନ, ମାସେ ବଢ଼ାଇଲା ବୋର୍ଡ... -
ଦିଲ୍ଲୀ ଗଲେ ନବୀନ ପଟ୍ଟନାୟକ -
ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ହେବ କି ? ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା -
ଘୋଷିତ ବିଦ୍ୟୁତ କାଟ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଲାଇନ୍ କାଟିଲେ ଯାଇପାରନ୍ତି ଜେଲ୍ -
ଆଉ ସମ୍ଭାବନାର ରାଜ୍ୟ ନୁହେଁ , ଓଡିଶା ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରୁଛି- ମୁଖ୍ୟମନ୍ତ୍ରୀ -
ଆଜିଠୁ ମା' ତାରିଣୀଙ୍କ ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ -
ସଂସଦ ସଦସ୍ୟ ଭାବରେ ଶପଥ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର -
Adani Group ମାମଲାରେ ନୂଆ ମୋଡ଼—US କୋର୍ଟ ଦେଲା ପ୍ରି-ମୋସନ୍ କନ୍ଫରେନ୍ସକୁ ଗ୍ରୀନ୍ ସିଗ୍ନାଲ -
ପଛକୁ ହଟିଲେ ଟ୍ରମ୍ପ: ୨ ସପ୍ତାହ ପାଇଁ ଯୁଦ୍ଧ ବିରାମ କରିବାକୁ ରାଜି ହେଲେ ଆମେରିକା-ଇରାନ -
ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ : ଯୁଦ୍ଧ ଭିତରେ ଇସ୍ରାଏଲ ଓ ଇରାନ ମୁହଁରେ ଭାରତର ପ୍ରଶଂସା ! -
କ୍ୟାବିନେଟ୍ ବୈଠକରେ ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର, ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ





Click it and Unblock the Notifications