ଏଣିକି ଆପଣଙ୍କୁ ଦେଖିବାକୁ ପଡିବ ଟିଭି ସିରିଏଲର ରିପିଟ ଟେଲିକାଷ୍ଟ

ଆପଣଙ୍କ ପ୍ରିୟା ଧାରାବାହିକର ଆଉ ଆପଣ ନୂଆ ଏପିସୋଡ ଦେଖଇବାକୁ ପାଇବେ ନାହିଁ । କାରଣ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ଫିଲ୍ମ ସୁଟିଂ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ୱର: ଏଣିକି ଆପଣଙ୍କୁ ଦେଖିବାକୁ ପଡିବ ଆପଣଙ୍କ ପ୍ରିୟ ଟେଲିଭିଜନ ସିରିଏଲର ରିପିଟ ଟେଲିକାଷ୍ଟ । ଆପଣଙ୍କ ପ୍ରିୟା ଧାରାବାହିକର ଆଉ ଆପଣ ନୂଆ ଏପିସୋଡ ଦେଖଇବାକୁ ପାଇବେ ନାହିଁ । କାରଣ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ଫିଲ୍ମ ସୁଟିଂ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର ।

TV Serial

ଫିଲ୍ମ ଓ ସିରିଏଲ ସୁଟିଂ ପାଇଁ ଆଉ ମିଳିବନି ଅନୁମତି । ଉଭୟ ଆଉଟଡୋର୍ ଓ ଇନଡୋର୍ ସୁଟିଂ ଉପରେ ଲାଗିଛି କଟକଣା। ଗତବର୍ଷ ମଧ୍ୟ କରୋନା କାରଣରୁ ସବୁ ପ୍ରକାର ଫିଲ୍ମ ଓ ସିରିଏଲ ସୁଟିଂ ବନ୍ଦ କରାଯାଇଥିଲା । ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ନଜରରେ ରଖି ରାଜ୍ୟରେ ଫିଲ୍ମ ଏବଂ ସିରିଏଲ ସୁଟିଂ ଉପରେ କଟକଣା ଜାରି କରାଯାଇଛି ।

ତେଣୁ ସୁଟିଂ ବନ୍ଦହେଲେ ଆପଣଙ୍କୁ ଆଉ ନୂଆ ଏପିସୋଡ୍ ଦେଖିବାକୁ ମିଳିନପାରେ । ବରଂ ରିପିଟ ଟେଲିକାଷ୍ଟରେ ସନ୍ତୁଷ୍ଟ ହେବାକୁ ପଡିବ ବୋଲି ଅନୁମାନ କରାଯାଉଛି । ଦିନକୁ ଦିନ କରୋନା ସଂକ୍ରମଣ ଭୟଙ୍କର ବେଗରେ ବ୍ୟାପିଚାଲିଥିବା ବେଳେ ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+