ଦିନିକିଆ ଦଳରୁ ବାଦ ପଡ଼ିବେ ରିଷବ ପନ୍ତ, ୨୦୨୭ ବିଶ୍ୱକପ ପୂର୍ବରୁ ଧୋନିଙ୍କ ରାଇଟ୍ ହ୍ୟାଣ୍ଡ ସଞ୍ଜୁ ସାଜିଲେ କଣ୍ଟା
ଭାରତୀୟ ଦଳର ଷ୍ଟାର ୱିକେଟକିପର ବ୍ୟାଟର ରିଷବ ପନ୍ତଙ୍କ ପାଇଁ ସମସ୍ୟା ଅନ୍ତ ହେଉନାହିଁ । ଆଇପିଏଲରେ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକତ୍ୱ କରୁଥିବା ରିଷବ ପନ୍ତଙ୍କୁ ଭାରତୀୟ ଦିନିକିଆ ଦଳରୁ ବାଦ ଦିଆଯାଇପାରେ । ଆଗାମୀ ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ଚୟନକର୍ତ୍ତାମାନେ ସଞ୍ଜୁ ସାମସନଙ୍କୁ ଦଳରେ ସୁଯୋଗ ଦେଇପାରନ୍ତି । କେଏଲ ରାହୁଲ ବର୍ତ୍ତମାନ ଦିନିକିଆରେ ପ୍ରଥମ ପସନ୍ଦ ୱିକେଟ କିପର । ରିଷବ ପନ୍ତ ଚଳିତ ବର୍, ଆରମ୍ଭରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ଅଂଶ ଥିଲେ କିନ୍ତୁ ପରେ ଆଘାତ ଯୋଗୁଁ ତାଙ୍କୁ ବାଦ ଦିଆଯାଇଥିଲା । ଅନ୍ୟ ପକ୍ଷରେ ସଞ୍ଜୁ ସାମସନ ଟି-ଟ୍ୱେଣ୍ଟି ବିଶ୍ୱକପରେ ନକଆଉଟ୍ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେଣୁ ଦ୍ୱିତୀୟ ୱିକେଟ କିପରି ଭାବେ ତାଙ୍କୁ ସୁଯୋଗ ମିଳିପାରେ ।

ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଦଳର ସମସ୍ତ ଖେଳାଳି ଆଇପିଏଲ୍ ଖେଳିବାରେ ବ୍ୟସ୍ତ । ଟିମ ଇଣ୍ଡିଆ ମୁଖ୍ୟ କୋଚ ଓ ଚୟନ କମିଟି ଖେଳାଳିମାନଙ୍କ ପ୍ରଦର୍ଶନ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଏହା ସହ ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ଏକ ସମ୍ଭାବ୍ୟ ଦଳ ଏବେଠୁ ପ୍ରସ୍ତୁତ ରଖିବାକୁ ଯୋଜନା କରୁଛନ୍ତି । ବର୍ତ୍ତମାନ ୱିକେଟ୍ କିପିଙ୍ଗ ବିଭାଗକୁ ନେଇ ଚୟନ କମିଟି ଓ କୋଚିଂ ଟିମ୍ ମଧ୍ୟରେ ଜୋରଦାର ଆଲୋଚନା ଚାଲିଥିବା ଶୁଣିବାକୁ ମିଳୁଛି । ରିଷଭ ପନ୍ତ ଦିନିକିଆ ଦଳର ମୁଖ୍ୟ ୱିକେଟ୍ କିପର ରହିଥିବାବେଳେ ତାଙ୍କ ସହ ଆଉ କିଛି ୱିକେଟ୍ କିପରଙ୍କୁ ଆଗାମୀ ଦିନିକିଆ ସିରିଜଗୁଡ଼ିକରେ ପରୀକ୍ଷା କରାଇବାକୁ ଯୋଜନା କରାଯାଉଛି । ଅଭିଜ୍ଞ ସଞ୍ଜୁ ସାମସନ ଓ ଦକ୍ଷ ଧ୍ରୁବ ଜୁରେଲଙ୍କୁ ଦିନିକିଆ ସିରିଜରେ ସୁଯୋଗ ଦେବାକୁ ଟିମ ମ୍ୟାନେଜମେଣ୍ଟ ଚିନ୍ତା କରୁଥିବା ଜଣା ପଡ଼ିଛି । ପନ୍ତଙ୍କ ଫର୍ମକୁ ନେଇ ଚୟନ କମିଟି ସେଭଳି ସନ୍ତୁଷ୍ଟ ନାହିଁ। ପନ୍ତ ୨୦୨୪ରେ ଶେଷ ଦିନିକିଆ ଖେଳିଥିଲେ । ଇତି ମଧ୍ୟରେ ସେ ୨୭ଟି ଦିନିକିଆ ଖେଳି ୩୩.୫୦ ହାରରେ ୮୭୧ ରନ ସଂଗ୍ରହ କରିଛନ୍ତି । ସାମସନ ୧୬ଟି ଦିନିକିଆ ଖେଳି ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ସହ ୫୬.୬୬ ହାରରେ ମୋଟ୍ ୫୧୦ ରନ ସଂଗ୍ରହ କରିଛନ୍ତି । ସେ ଶେଷ ଥର ପାଇଁ ୨୦୨୩ରେ ଦିନିକିଆ ଖେଳିଥିଲେ ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିସିସିଆଇ ରିଷବ ପନ୍ତଙ୍କ ସ୍ଥାନରେ ସଞ୍ଜୁଙ୍କୁ ଦିନିକିଆ ଦଳର ଦ୍ୱିତୀୟ ୱିକେଟ କିପରି ବ୍ୟାଟର ଭାବେ ବିଚାର କରୁଛି । କେଏଲ ରାହୁଲ ଦଳର ନିୟମିତ ୱିକେଟ କିପର ବ୍ୟାଟର ଭାବେ ରହିଛନ୍ତି । ଗତ ଜାନୁଆରୀ ମାସରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଇଥିଲା । ପନ୍ତ ଆହତ ହୋଇ ଏହି ସିରିଜରୁ ବାଦ ପଡ଼ିବା ପରେ ଜୁରେଲଙ୍କୁ ସୁଯୋଗ ମିଳିଥିଲା । ଜୁରେଲଙ୍କ ୱିକେଟ୍ କିପିଙ୍ଗରେ ଟିମ ମ୍ୟାନେଜମେଣ୍ଟ ଓ ଚୟନ କମିଟି ବେଶ୍ ସନ୍ତୁଷ୍ଟ କରିଥିଲା । ତେଣୁ ସେ ମଧ୍ୟ ଆଉ ଜଣେ ପ୍ରମୁଖ ଦାବିଦାର ରହିଛନ୍ତି । ପନ୍ତ ଟି-ଟ୍ୱେଣ୍ଟି ଆନ୍ତର୍ଜାତୀୟରେ ତାଙ୍କ ସ୍ଥାନ ହରାଇଛନ୍ତି । ଏହି ଫର୍ମାଟରେ ସେ ୨୦୨୪ ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ । ସଞ୍ଜୁ ସାମସନ ୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପ ୫ଟି ଇନିଂସରେ ୩୨୧ ରନ କରି ଭାରତ ଚାମ୍ପିଆନ ହେବାରେ ବଡ଼ ଭୂମିକା ତୁଲାଇଥିଲେ ।












Click it and Unblock the Notifications