ଟ୍ରମ୍ପ-ପୁଟିନଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା: ୟୁକ୍ରେନରେ ଯୁଦ୍ଧବିରତି ପାଇଁ ଟ୍ରମ୍ପଙ୍କ ପରାମର୍ଶ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ମଧ୍ୟରେ ଏକ ଲମ୍ବା ଏବଂ ଗୁରୁତ୍ୱପୂର୍ଣ୍ଣ ଫୋନ୍ ଆଲୋଚନା ହୋଇଛି । ଏହି ଆଲୋଚନାରେ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଏବଂ ଇରାନ ସହିତ ଉତ୍ତେଜନା ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ରାଷ୍ଟ୍ରପତି ଟ୍ରମ୍ପ ଏହି ଆଲୋଚନାକୁ ବହୁତ ଭଲ ଏବଂ ସକାରାତ୍ମକ ବୋଲି କହିଛନ୍ତି । ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ ପ୍ରକାଶ କରିଛନ୍ତି ଯେ, ମୁଁ ପୁଟିନଙ୍କୁ ୟୁକ୍ରେନ ବିବାଦରେ ଏକ ଅସ୍ଥାୟୀ ଯୁଦ୍ଧବିରତି ପରାମର୍ଶ ଦେଇଛନ୍ତି । ମୁଁ ଭାବୁଛି ପୁଟିନ ଏହା କରିପାରିବେ । ଟ୍ରମ୍ପ ପୁଟିନଙ୍କ ସହ ତାଙ୍କର ସମ୍ପର୍କ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ସେମାନେ ପରସ୍ପରକୁ ଦୀର୍ଘ ଦିନ ଧରି ଜାଣନ୍ତି, ଏହା ଏକ କୂଟନୈତିକ ସମାଧାନ ଖୋଜିବାରେ ସହାୟକ ହୋଇପାରେ । ୟୁକ୍ରେନ ବ୍ୟତୀତ, ଦୁଇ ନେତା ଇରାନରେ ଚାଲିଥିବା ଉତ୍ତେଜନା ଏବଂ ସେଠାରେ ସମୃଦ୍ଧ ୟୁରାନିୟମ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି । ଏହି ଉତ୍ତେଜନା ସମାଧାନ ପାଇଁ ପୁଟିନ ରୁଷର ସହାୟତା ପ୍ରଦାନ କରିବାକୁ କହିଥିବା ଟ୍ରମ୍ପ ସୂଚିତ କରିଛନ୍ତି । ପୁଟିନଙ୍କୁ ଟ୍ରମ୍ପ ପ୍ରାଥମିକତା ଦେଇ କହିଛନ୍ତି, ସେ ଚାହାଁନ୍ତି ଯେ ରୁଷ ରାଷ୍ଟ୍ରପତି ପ୍ରଥମେ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ଉପରେ ଧ୍ୟାନ ଦିଅନ୍ତୁ ।

ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ଏହି ଲମ୍ବା ଆଲୋଚନାକୁ କ୍ରେମଲିନ୍ ପରାମର୍ଶଦାତା ୟୁରି ଉଶାକୋଭ୍ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି, ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ୯୦ ମିନିଟରୁ ଅଧିକ ସମୟ ଧରି ଚାଲିଥିଲା । ପୁଟିନ ମେ' ୯ ତାରିଖରେ ପାଳିତ ହେବାକୁ ଥିବା ବିଜୟ ଦିବସରେ ଅସ୍ତ୍ରବିରତି ଘୋଷଣା କରିବାକୁ ପ୍ରସ୍ତୁତ ଅଛନ୍ତି । ଟ୍ରମ୍ପ ଖୋଲାଖୋଲି ଭାବରେ ଏହି ଧାରଣାକୁ ସମର୍ଥନ କରିଛନ୍ତି, କାରଣ ଏହି ଦିନଟି ରୁଷ ଏବଂ ଆମେରିକା ପାଇଁ ଏକ ଐତିହାସିକ ବିଜୟର ପ୍ରତୀକ । ଉଷାକୋଭ କହିଛନ୍ତି, ଟ୍ରମ୍ପ ୟୁକ୍ରେନ ଯୁଦ୍ଧ ବିଷୟରେ ସୂଚନା ମାଗିଥିଲେ, ଯାହା ଉପରେ ପୁଟିନ ତାଙ୍କୁ କହିଥିଲେ ଯେ ଯୁଦ୍ଧକ୍ଷେତ୍ରରେ ରୁଷ ସେନା ଆଗୁଆ ରହିଛନ୍ତି। ରୁଷ ସୈନିକମାନେ ୟୁକ୍ରେନ ସେନାଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରୁଛନ୍ତି । ଦୁଇ ନେତା ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନ୍ସକିଙ୍କ ପ୍ରତି ସମାନ ମତ ରଖିଥିଲେ । କ୍ରେମଲିନ୍ ଅନୁଯାୟୀ, ଟ୍ରମ୍ଫ ଏବଂ ପୁଟିନ୍ ଉଭୟ ବିଶ୍ୱାସ କରୁଛନ୍ତି ଯେ, ବର୍ତ୍ତମାନର ୟୁକ୍ରେନ ପ୍ରଶାସନ ଉତ୍ତେଜନାକୁ ଶେଷ କରିବା ପରିବର୍ତ୍ତେ ଏହାକୁ ଅଧିକ ଦିନ ଧରି ଜାରି ରଖିବା ପାଇଁ ଲମ୍ବା କରିବା ଉପରେ ଧ୍ୟାନ ଦେଉଛନ୍ତି ।












Click it and Unblock the Notifications