mahakumbh mela 2025: ସାରା ଜୀବନ ଉଲଗ୍ନ ହୋଇ ରୁହନ୍ତି କି ମହିଳା ନାଗା ସାଧୁ?
ତ୍ରିବେଣୀ ସଙ୍ଗମ ସ୍ଥଳ ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ । ସାହିସ୍ନାନ କରୁଛନ୍ତି ସାଧୁ ସନ୍ଥ। ୫୫ ଦିନ ଧରି ଚାଲିବ ଧାର୍ମିକ ମହୋତ୍ସବ । ଲକ୍ଷ ଲକ୍ଷ ସାଧିୁ ସନ୍ଥ ଶ୍ରଦ୍ଧାଳୁ ଗଙ୍ଗା ନଦୀ ଘାଟିରେ ପ୍ରଥମ ସାହି ସ୍ନାନ କରୁଛନ୍ତି । ପୁରା ଆଧ୍ୟାତ୍ମିକ ପରିବେଶ । ହର ହର ମହାଦେବ, ଗଙ୍ଗାମାତା କି ଜୟ ଧ୍ବନିରେ କମ୍ପୁଛି ଗଙ୍ଗା ନଦୀର ତଟ। ପୌଷ ପୂର୍ଣ୍ଣିମାରେ ଆସ୍ଥାର ପ୍ରଥମ ବୁଡ଼ ପକାଉଛନ୍ତି ଶ୍ରଦ୍ଧାଳୁ।
ଏହି ମହାକୁମ୍ଭ ମେଳାରେ ୪୫ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା । ଫେବ୍ରୁଆରୀ ୨୬ ତାରିଖରେ ଅନ୍ତିମ ସାହି ସ୍ନାନ ସହ ଉଦଯାପିତ ହେବ ମହାକୁମ୍ଭ ମେଳା।
ମହାକୁମ୍ଭକୁ ଆସୁଥିବା ସାଧୁ ସନ୍ଥଙ୍କ ମଧ୍ୟରୁ ସବୁଠାରୁ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି ନାଗା ସାଧୁ । ନାଗାସାଧୁଙ୍କ ବେଶଭୁଷା ଏବଂ ଖାଇବା ପିଇବା ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତେବେ ଜାଣିରଖନ୍ତୁ ପୁରୁଷ ନାଗା ସାଧୁଙ୍କ ପରି ମହିଳା ନାଗା ସାଧୁ ମଧ୍ୟ ଅଛନ୍ତି । ମହିଳା ନାଗା ସାଧୁ ମଧ୍ୟ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବେ ଇଶ୍ବରଙ୍କୁ ସମର୍ପି କରିଦେଇଥାନ୍ତି ।

ସବୁଠାରୁ ସ୍ବତନ୍ତ୍ର ଏବଂ ଭିନ୍ନ ମହିଳା ନାଗା ସାଧୁଙ୍କ ଜୀବନ । ଗୃହସ୍ତି ଠାରୁ ଦୂରେଇ ରହିଥିବା ମହିଳା ନାଗା ସାଧୁଙ୍କ ଦିନର ଆରମ୍ଭ ଏବଂ ଶେଷ ପୁଜା ପାଠରେ ହିଁ ବିତି ଥାଏ । ଏମାନଙ୍କ ଜୀବନ ଖୁବ୍ କଷ୍ଟଦାୟକ । ଦୁନିଆ ସହିତ କୌଣସି ସମ୍ପର୍କ ନଥାଏ ଆଉ ଏମାନେ ଖୁବ୍ ସ୍ବତନ୍ତ୍ର ।
ମହିଳା ନାଗା ସାଧୁ ହେବା ପରେ ସମସ୍ତ ସାଧୁ ସନ୍ଥ ଏମାନଙ୍କୁ ମାତା କହି ସମ୍ବୋଧନ କରିଥାନ୍ତି । ମାଈ ୱାଡାରେ ମହିଳା ନାଗା ସାଧୁ ଥାଆନ୍ତି । ତେବେ ସାଧୁ ସନ୍ଥରେ ନାଗା ଏକ ପଦବୀ । ସାଧୁମାନଙ୍କ ମଧ୍ୟରେ ବୈଷ୍ଣବ, ଶୈବ ଏବଂ ଉଦାସୀନ ସମ୍ପ୍ରଦାୟ ଥାଆନ୍ତି ।
ମହିଳା ନାଗା ସାଧୁ ହେବାର ପ୍ରକ୍ରିୟା ତିନୋଟି ମୁଖ୍ୟ ପର୍ଯ୍ୟାୟ ଦେଇ ଗତି କରନ୍ତି। ଯେଉଁ ମହିଳା ନାଗାର ରୂପ ଗ୍ରହଣ କରନ୍ତି, ତାଙ୍କୁ ପ୍ରଥମେ ତାଙ୍କ ଗୁରୁଙ୍କଠାରୁ ସନ୍ୟାନ୍ସର ନିୟମ ଶିଖିବାକୁ ପଡ଼େ ଏବଂ ଦିକ୍ଷା ନେବାକୁ ପଡ଼େ ଏବଂ ତା'ପରେ ତାଙ୍କୁ ତାଙ୍କ ପରିବାର ଲୋକଙ୍କୁ ତ୍ୟାଗ କରିବାକୁ ପଡ଼େ।
ସାରା ଜୀବନ ଉଲଗ୍ନ ରୁହନ୍ତି କି ମହିଳା ନାଗା ସାଧୁ?
ପୁରୁଷ ନାଗା ସାଧୁ ନଗ୍ନ ରୁହନ୍ତି । କିନ୍ତୁ ମହିଳା ନାଗା ସାଧୁଙ୍କୁ ଏପରି ଅନୁମତି ନାହିଁ । ମହିଳାଙ୍କୁ ମଧ୍ୟ ଦିକ୍ଷା ଦିଆ ଯାଇଥାଏ ଆଉ ନାଗା କରାଯାଇଥାଏ। ଆଉ ମହିଳା ନାଗା ସାଧୁ ବସ୍ତ୍ରଧାରୀ। କେବଳ ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରିପାରିବେ ମହିଳା ନାଗା ସାଧୁ। ଏହି ବସ୍ତ୍ର ସିଲେଇ ହୋଇନଥିବ। ମହିଳା ନାଗା ସାଧୁ ପିନ୍ଧୁଥିବା ବସ୍ତ୍ରକୁ ଗନ୍ତି କୁହାଯାଇଥାଏ। ମହିଳା ନାଗା ସାଧୁ ନିଜ ମସ୍ତକରେ ତିଳକ ଲଗାଇବା ଜରୁରୀ।
ମହିଳା ନାଗା ସାଧୁଙ୍କ ଜୀବନ ଖୁବ୍ କଷ୍ଟଦାୟକ। ନାଗା ସାଧୁ ହେବା ପାଇଁ ବହୁତ କଠିନ ପରୀକ୍ଷା ଦେଇ ଗତି କରିବାକୁ ପଡିଥାଏ।
କୁମ୍ଭମେଳା କେବଳ ଶାସ୍ତ୍ର ଭିତରେ ସୀମିତ ନୁହେଁ ଏହା ଭାରତ ଓ ଭାରତ ବାହାରେ ମଧ୍ୟ ପରିଚିତ। ଅଥର୍ବ ବେଦର ଚତୁର୍ଥ ମଣ୍ଡଳର ୩୪ ସୂକ୍ତରେ ଓ ୧୯ ମଣ୍ଡଳର ୫୩ ସୂକ୍ତରେ କୁମ୍ଭ ଶବ୍ଦ ବ୍ୟବହାର କରାଯାଇଛି ।
ମହାଭାରତର ଅସ୍ତିକା ପର୍ବ ଓ ତୀର୍ଥ ଯାତ୍ରା ଖଣ୍ଡରେ ପ୍ରୟାଗରାଜରେ ସ୍ନାନର ମହତ୍ୱ ବର୍ଣ୍ଣନା କରାଯାଇଛି। ପଦ୍ମ ପୁରାଣ ଅନୁସାରେ କୁମ୍ଭମେଳା ସମୟରେ ସଙ୍ଗମ ସ୍ନାନ ମୋକ୍ଷ ପ୍ରଦାନ କରିଥାଏ।
ମତ୍ସ୍ୟ ପୁରାଣରେ ମଧ୍ୟ ସମାନ ବର୍ଣ୍ଣନା ଦେଖିବାକୁ ମିଳିଥାଏ। ହର୍ଷବର୍ଦ୍ଧନଙ୍କ ରାଜତ୍ୱ କାଳରେ ଚୀନ ପରିବ୍ରାଜକ ହୁଏନସାଂ ଭାରତ ଭ୍ରମଣ କରିଥିଲେ। ତାଙ୍କ ଭ୍ରମଣ ବୃତ୍ତାନ୍ତରେ ମଧ୍ୟ କୁମ୍ଭମେଳାର ଉଲ୍ଲେଖ ଅଛି। ୨୦୧୭ରେ ଯୁନେସ୍କୋ କୁମ୍ଭମେଳାକୁ ମାନବତାର ଅମୂର୍ତ୍ତ ସାଂସ୍କୃତିକ ପରମ୍ପରା ସୂଚୀରେ ସାମିଲ କରିଛି।












Click it and Unblock the Notifications