ଆଉ ତଳିଆ ଅଞ୍ଚଳକୁ ମାଡି ଆସିବନି ଜୁଆର ! ରାଜ୍ୟ ସରକାର ପ୍ରସ୍ତୁତ କଲେ ଦୀର୍ଘ ମିଆଦି ଯୋଜନା
ନ୍ୟା ଓ ବାତ୍ୟା ସହ ମୁକାବିଲା କରି ସାରା ଦେଶରେ ମଡେଲ୍ ପାଲଟିଥିବା ରାଜ୍ୟ ସରକାର ଏବେ ଏହାର ସମାଧାନ ପାଇଁ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିଛନ୍ତି
ଭୁବନେଶ୍ୱର : ବାତ୍ୟା ୟଶ ପ୍ରଭାବରେ ଏବେ ବି ରାଜ୍ୟର ଅନେକ ଗାଁ ଜଳମଗ୍ନ ହୋଇ ରହିଛି । ଅଧିକାଂଶ ଗାଁ ଏବେ ଜଳଘେରାରେ ରହିଥିବାରୁ ଲୋକେ ଆଶ୍ରୟସ୍ଥଳୀରେ ଅଛନ୍ତି । ଉପକୂଳ ଅଞ୍ଚଳରେ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଆସୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ବନ୍ୟା ଓ ବାତ୍ୟା ସହ ମୁକାବିଲା କରି ସାରା ଦେଶରେ ମଡେଲ୍ ପାଲଟିଥିବା ରାଜ୍ୟ ସରକାର ଏବେ ଏହାର ସମାଧାନ ପାଇଁ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିଛନ୍ତି । ଜଳ ସମ୍ପଦ ବିଭାଗର ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରସ୍ତୁତ ହେଉଛି ଡିପିଆର । ଅର୍ଥାତ ସମୁଦ୍ର କୂଳରେ ନିର୍ମାଣ ହେବ ପଥର ବନ୍ଧ । ଏଥିପାଇଁ ପ୍ରାରମ୍ଭିକ ଭାବରେ ବ୍ୟୟ ବରାଦ ରହିଛି 1944 କୋଟି ଟଙ୍କା । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଏହି ଯୋଜନା ବାବାଦରେ ସୂଚନା ଦେଇଛନ୍ତି ।













Click it and Unblock the Notifications