ଗଞ୍ଜାମ ଜିଲ୍ଲା ସଦର ମହକୁମା ଛାଡ଼ିବାକୁ ସରକାରୀ କର୍ମଚାରୀଙ୍କୁ ବାରଣ
ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମା ଅନୁଯାଇ, ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବାକୁ ମନା କରାଯାଇଛି ।
ଗଞ୍ଜାମ: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମା ଅନୁଯାଇ, ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବାକୁ ମନା କରାଯାଇଛି । ଜରୁରୀ କାମରେ ଯିବାକୁ ଥିଲେ ବିଭାଗୀୟ ଅନୁମତି ନେବା ଦରକାର ବୋଲି କହିଛନ୍ତି ଜିଲ୍ଲାପାଳ ।

ତେବେ କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି । ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟପଟେ ବାହାର ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ପୁଣି ଥରେ ଘରମୁହାଁ ହେଉଛନ୍ତି ପ୍ରବାସୀ । ଏସବୁକୁ ଦୃଷ୍ଟିରେ ରଖି ସଦର ମହକୁମାରେ ରହିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।












Click it and Unblock the Notifications