ପିପିଲି ଉପନିର୍ବାଚନ ପାଇଁ ମୁତୟନ ହେବେ ୧୫ ପ୍ଲାଟୁନ୍ ଫୋର୍ସ: ପୋଲିସ ଡିଜି
ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ଡିଜିପି ଅଭୟ କହିଛନ୍ତି କି ପିପିଲିରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଉପରେ ଗୁରୁତ୍ୱ ଦିଆଯାଉଛି ।
ପିପିଲି: ପିପିଲି ଉପନିର୍ବାଚନ ପାଇଁ ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜିଙ୍କ ସମୀକ୍ଷା । ପୋଲିସ ଡିଜିଙ୍କ ସହ ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ଯଶବ୍ୱନ୍ତ ଜେଠଓ୍ୱା, ପୁରୀ ଏସ୍ପି, ଅତିରିକ୍ତ ଏସ୍ପି ପ୍ରମୁଖ ଉପସ୍ଥିତ । ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ଡିଜିପି ଅଭୟ କହିଛନ୍ତି କି ପିପିଲିରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଉପରେ ଗୁରୁତ୍ୱ ଦିଆଯାଉଛି ।

ଏନେଇ ୬୦ ଜଣ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାସହ ନିର୍ବାଚନରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ୮୦ ଟି ସମ୍ବେଦନଶୀଳ ବୁଥରେ ବିଏସଏଫ୍ ଯବାନ ମୁତୟନ ହେବେ । ଏଥିରେ ୩ କମ୍ପାନୀ ବିଏସଏଫ ଯବାନ ମୁତୟନ ହେବେ ବୋଲି ପୋଲିସ ଡିଜି ଅଭୟ କହିଛନ୍ତି ।
ଆସନ୍ତା 17 ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ମେ 2ରେ ଫଳାଫଳ ପ୍ରକାଶ ପାଇବ ।












Click it and Unblock the Notifications