କରୋନାର ଦ୍ୱିତୀୟ ଲହର ନେଇଛି 244 ଡାକ୍ତରଙ୍କ ଜୀବନ, ଓଡ଼ିଶାରୁ ରହିଛନ୍ତି 8 ଡାକ୍ତର
ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନର ସଭାପତି ଜେ ଜୟଲାଲ କହିଛନ୍ତି ଯେ ଗତ ବର୍ଷ ଆମେ ସମଗ୍ର ଭାରତରେ ପ୍ରାୟ 730 ଡାକ୍ତରଙ୍କୁ ହରାଇଥିଲୁ ଏବଂ ଚଳିତ ବର୍ଷ ଏପର୍ଯ୍ୟନ୍ତ ଆମେ 244 ଡାକ୍ତରଙ୍କୁ ହରାଇଛୁ ।
ନୂଆଦିଲ୍ଲୀ : କରୋନା ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମିତ ଚିହ୍ନଟ ହେବା ସହ ହଜାର ହଜାର ରୋଗୀଙ୍କ ପ୍ରାଣ ହାନୀ ହେଉଛି । ଏହି ମହାମାରୀ ସମୟରେ ଦେବଦୂତ ଭଳି କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ ମାନେ ମଧ୍ୟ ଏହାରଶିକାରରୁ ବର୍ତ୍ତି ପାରିନାହାଁନ୍ତି । ସାଧାରଣ ଲୋକଙ୍କ ସହ କୋଭିଡ ଡ୍ୟୁଟିରେ ନିୟୋଜିତ ଡାକ୍ତର ଏବଂ ନର୍ସମାନେ ମଧ୍ୟ କରୋନା ସଂକ୍ରମିତ ହେଉଛନ୍ତି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନର ସଭାପତି ଜେ ଜୟଲାଲ କହିଛନ୍ତି ଯେ ଗତ ବର୍ଷ ଆମେ ସମଗ୍ର ଭାରତରେ ପ୍ରାୟ 730 ଡାକ୍ତରଙ୍କୁ ହରାଇଥିଲୁ ଏବଂ ଚଳିତ ବର୍ଷ ଏପର୍ଯ୍ୟନ୍ତ ଆମେ 244 ଡାକ୍ତରଙ୍କୁ ହରାଇଛୁ । ଦ୍ୱିତୀୟ ଲହରରେ ଡାକ୍ତରଙ୍କୁ ହରାଇଥିବା ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ, ବିହାର ଏବଂ ଦିଲ୍ଲୀ ଶୀର୍ଷରେ ଅଛନ୍ତି ।

IMA ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ କରୋନାର ଦ୍ୱିତୀୟ ଲହରରେ ଏପର୍ଯ୍ୟନ୍ତ ବିହାରର ସର୍ବାଧିକ 69 ଜଣ, ଉତ୍ତରପ୍ରଦେଶ 34 ଜଣ, ଏବଂ ଦିଲ୍ଲୀ 27 ଜଣ ଡାକ୍ତରଙ୍କୁ ହରାଇଛନ୍ତି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ରିପୋର୍ଟ କରିଛି ଯେ ଦ୍ୱିତୀୟ ଲହର ମହାମାରୀ ହେତୁ ମୋଟ 244 ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି, ଯେଉଁଥିରେ ସବୁଠାରୁ କନିଷ୍ଠ ଡାକ୍ତର, ଦିଲ୍ଲୀର 25 ବର୍ଷୀୟ ଡକ୍ଟର ଅନାସ୍ ମିଜାହିଦ୍ ଏବଂ କୋଲକାତାରୁ ସବୁଠାରୁ ବୟସ୍କ ଡାକ୍ତର 87 ବର୍ଷୀୟ ଅନିଲଙ୍କ ମୃତ୍ୟୁ ହୋଇଛି ।
IMA ଅଧ୍ୟକ୍ଷ ଜେ ଏ ଜୟଲାଲ କହିଛନ୍ତି ଯେ, ଗତ ବର୍ଷ ଆମେ ସମଗ୍ର ଭାରତରେ ପ୍ରାୟ 730 ଡାକ୍ତରଙ୍କୁ ହରାଇଥିଲୁ, କିନ୍ତୁ ଏହି ବର୍ଷ ଏପର୍ଯ୍ୟନ୍ତ ଆମେ 244 ଡାକ୍ତରଙ୍କୁ ହରାଇଛୁ । ଦ୍ୱିତୀୟ ଲହର ସମସ୍ତଙ୍କ ପାଇଁ ଏବଂ ବିଶେଷକରି କୋଭିଡ୍ ଯୋଦ୍ଧାଙ୍କ ପାଇଁ ଅତ୍ୟନ୍ତ ମାରାତ୍ମକ ବୋଲି ପ୍ରମାଣିତ ହୋଇଛି । ମେଡିକାଲ କର୍ମଚାରୀଙ୍କ ମଧ୍ୟରେ ଟୀକାକରଣ କଭରକୁ ସକ୍ରିୟ ଭାବରେ ବୃଦ୍ଧି କରିବାକୁ ପଡିବ ଯାହା ଫଳରେ ସେମାନେ ଭାଇରସ ଠାରୁ ସୁରକ୍ଷିତ ରହିପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ହେବ ।
ଆଇଏମଏ ରେଜିଷ୍ଟ୍ରି ଅନୁଯାୟୀ ଡାକ୍ତରଙ୍କ ମୃତ୍ୟୁ ପରିସଂଖ୍ୟାନ ଭିତ୍ତିରେ ଆନ୍ଧ୍ରପ୍ରଦେଶରୁ 21 ଜଣ, ଆସାମରୁ 2 ଜଣ, ଛତିଶଗଡରୁ 3 ଜଣ, ଗୁଜୁରାଟରୁ 2 ଜଣ, ଗୋଆରୁ ଜଣେ, ହରିୟାଣାରୁ 2 ଜଣ, ଜାମ୍ମୁ କାଶ୍ମୀରରୁ 3 ଜଣ, କର୍ଣ୍ଣାଟକରୁ 8 ଜଣ, କେରଳରୁ 2 ଜଣ, ମଧ୍ୟପ୍ରଦେଶରୁ 5ଜଣ, ମହାରାଷ୍ଟ୍ରରୁ 13 ଜଣ, ଓଡିଶାରୁ 8 ଜଣ, ତାମିଲନାଡୁରୁ 10 ଜଣ, ଓ ତେଲେଙ୍ଗାନାରୁ 19 ଜଣ ଡାକ୍ତରଙ୍କ ପ୍ରାଣହାନୀ ହୋଇଛି ।












Click it and Unblock the Notifications