Get Updates
Get notified of breaking news, exclusive insights, and must-see stories!

"କୃଷକଙ୍କ କ୍ରୋଧର ସୁଯୋଗ ନେଇ ଲାଭ ଉଠାଇ ପାରନ୍ତି ଭାରତ ବିରୋଧୀ ବାହିନୀ"

ଦିଲ୍ଲୀ ଗସ୍ତରେ ଥିବା ସମୟରେ ପ୍ରଧାନ ମନ୍ତ୍ରୀଙ୍କୁ ଭେଟି କ୍ୟାପଟେନ୍ କହିଛନ୍ତି ଦେଶରେ ଚାଲିଥିବା କୃଷକ ଆନ୍ଦୋଳନରେ କୃଷକଙ୍କ ଅସନ୍ତୋଷର ସୁଯୋଗ ନେଇ ଭାରତ ବିରୋଧୀ ଶକ୍ତି ଫାଇଦା ଉଠାଇପାରନ୍ତି ।

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ନେଇ ଦେଶରେ ଗତ 9 ମାସ ଧରି ଚାଲିଥିବା କୃଷକ ଆନ୍ଦୋଳନ ସମ୍ପର୍କରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ । ଦିଲ୍ଲୀ ଗସ୍ତରେ ଥିବା ସମୟରେ ପ୍ରଧାନ ମନ୍ତ୍ରୀଙ୍କୁ ଭେଟି କ୍ୟାପଟେନ୍ କହିଛନ୍ତି ଦେଶରେ ଚାଲିଥିବା କୃଷକ ଆନ୍ଦୋଳନରେ କୃଷକଙ୍କ ଅସନ୍ତୋଷର ସୁଯୋଗ ନେଇ ଭାରତ ବିରୋଧୀ ଶକ୍ତି ଫାଇଦା ଉଠାଇପାରନ୍ତି ।

Amarinder-Singh- narendra Modi

ପଞ୍ଜାବ ସରକାରଙ୍କ ତରଫରୁ କୁହାଯାଇଛି ଯେ ଅମରିନ୍ଦର ସିଂ ଏହି ବୈଠକରେ ନରେନ୍ଦ୍ର ମୋଦୀଙ୍କୁ ବିବାଦୀୟ କୃଷି ଆଇନକୁ ରଦ୍ଦ କରିବାକୁ ଏବଂ କୃଷକମାନଙ୍କୁ ମାଗଣା ଆଇନ ସହାୟତା ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ସମ୍ପୃକ୍ତ ଆଇନରେ ସଂଶୋଧନ କରିବାକୁ ଅନୁରୋଧ କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ ଦୀର୍ଘ ଦିନ ଧରି ଚାଷୀଙ୍କ ଆନ୍ଦୋଳନ ଚାଲିଛି ଯେଉଁଥିରେ 400 ରୁ ଅଧିକ ଚାଷୀ ପ୍ରାଣ ହରାଇଛନ୍ତି । ଏହି ଆନ୍ଦୋଳନ ଯୋଗୁଁ ପଞ୍ଜାବ ଏବଂ ଦେଶର ସୁରକ୍ଷା ପ୍ରତି ବିପଦ ଆସିପାରେ । ବିଶେଷ କରି ପାକିସ୍ତାନ ଦ୍ୱାରା ସମର୍ଥିତ ଭାରତ ବିରୋଧୀ ବାହିନୀ କୃଷକଙ୍କ ଅସନ୍ତୋଷର ସୁଯୋଗ ନେବାକୁ ଚେଷ୍ଟା କରିପାରନ୍ତି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଛନ୍ତି । ପାକିସ୍ତାନରୁ ଆସିଥିବା ବିପଦକୁ ସୂଚାଇ ଡ୍ରୋନ୍ ବିନାଶକାରୀ ଉପକରଣ ସହିତ ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ୍ ଫୋର୍ସ (ସିଏଫିଏଫ୍) ଏବଂ ବିଏସ୍ଏଫ୍ ର 25 କମ୍ପାନୀକୁ ତୁରନ୍ତ ଯୋଗାଇଦେବାକୁ ସେ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଅମୃତସର, ଜଲନ୍ଦର, ଲୁଧିଆନା, ମୋହାଲି, ପଟିଆଲା, ବାଥିଣ୍ଡା, ଫାଗୱାରା ଏବଂ ମୋଗା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରିବା ପାଇଁ କ୍ୟାପଟେନ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+