ପ୍ରଜାକୋର୍ଟରେ ଯବାନଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରୁ ମାଓବାଦୀମାନେ ଅପହରଣ କରି ନେଇଥିବା ଯବାନଙ୍କୁ ହତ୍ୟା କରିଛନ୍ତି । ପ୍ରଜା କୋର୍ଟରେ ଡିଆରଜି ଯବାନ ମୁରଲୀ ତାତିଙ୍କୁ ନିର୍ମମ ଭାବେ ହତ୍ୟା କରିଛି ନକ୍ସଲ ।

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରୁ ମାଓବାଦୀମାନେ ଅପହରଣ କରି ନେଇଥିବା ଯବାନଙ୍କୁ ହତ୍ୟା କରିଛନ୍ତି । ପ୍ରଜା କୋର୍ଟରେ ଡିଆରଜି ଯବାନ ମୁରଲୀ ତାତିଙ୍କୁ ନିର୍ମମ ଭାବେ ହତ୍ୟା କରିଛି ନକ୍ସଲ । ଗତକାଲି ରାତିରେ ଅପହୃତ ପୁଲିସ ଏସଆଇ ମୁରଲୀ ତାତିଙ୍କ ମୃତଦେହ ଛତିଶଗଡ କୁସୁମପାର ଅଞ୍ଚଳରୁ ଉଦ୍ଧାର ହୋଇଛି । ପିଏଲଜିଏ ଦ୍ବାରା ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ମାଓବାଦୀମାନେ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି ।

ମୃତ ଏସଆଇ ବସ୍ତର ଜିଲ୍ଲା ଜଗଦଲପୁରଠାରେ କାର୍ଯ୍ୟରତ ଥିଲେ। ତେବେ ଅପହରଣ ପରେ ତାଙ୍କୁ ଛାଡ଼ିଦେବା ପାଇଁ ଏସଆଇଙ୍କ ପରିବାର ଲୋକେ ମାଓବାଦୀଙ୍କୁ ଗୁହାରି କରିଥିଲେ ମଧ୍ୟ ମାଓବାଦୀମାନେ ତାଙ୍କ ଗୁହାରି ଶୁଣିନଥିଲେ । ମୃତ ଏସଆଇ ଗାଁ ଲୋକଙ୍କୁ ହଇରାଣ କରିବା ସହ ମାଓବାଦୀଙ୍କୁ ଟାର୍ଗେଟ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ମାଓବାଦୀମାନେ ପ୍ରେସ ବିଜ୍ଞପ୍ତିରେ ଲେଖିଛନ୍ତି ।

jawan

ଗତ 21 ତାରିଖରେ ମାଓବାଦୀ ଗଙ୍ଗାଲୁର ଥାନା ପାଲନାର୍ ଅଞ୍ଚଳରୁ ଯବାନଙ୍କୁ ଅପହରଣ କରି ନେଇଥିଲେ । ଅପହରଣର 3 ଦିନ ପରେ ବି ଯବାନଙ୍କୁ ନେଇ ପୋଲିସ୍ କିମ୍ବା ଛତିଶଗଡ଼ ସରକାର କେହି କିଛି ସୁରାକ୍ ପାଇନଥିଲେ । ମାଓବାଦୀଙ୍କ ପକ୍ଷରୁ ମଧ୍ୟ କୌଣସି ସୂଚନା ବା ସ୍ପଷ୍ଟୀକରଣ ଦିଆଯାଇନଥିଲା । ଯବାନଙ୍କୁ ହତ୍ୟା କରିବା ପରେ ପ୍ରେସ ନୋଟ୍ ଜାରି କରିଛି ପଶ୍ଚିମ ବସ୍ତର ଡିଭିଜନ କମିଟି, ମାଓବାଦୀ । ଗତକାଲି ଜନ ଅଦାଲତରେ ଯବାନଙ୍କୁ ହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି ।

ପରିବାର ଲୋକମାନେ ମୁରଲୀଙ୍କ ଖୋଜିବା ପାଇଁ ସରକାରଙ୍କୁ ଗୁହାରୀ ସହ ମାଓବାଦୀ ଛାଡ଼ିଦେବା ପାଇଁ ଅପିଲ୍ କରିଥିଲେ । ହେଲେ ଆକୁଳ ନିବେଦନକୁ କେହି ଶୁଣିନଥିଲେ ।

ଚଳିତ ମାସ 3 ତାରିଖରେ ଛତିଶଗଡ଼ର ସୁକମା-ବିଜାପୁର ସୀମାରେ ମାଓବାଦୀମାନେ ସୁରକ୍ଷାବଳଙ୍କ ଉପରେ ଆକ୍ରମଣ କରିବା ଫଳରେ 22 ଜଣ ଯବାନ ସହିଦ ହୋଇଥିଲେ । ଏହା ସହିତ ମାଓବାଦୀମାନେ କମାଣ୍ଡୋ ରାକେଶ୍ବର ସିଂ ମାନହାସଙ୍କୁ ଅପହରଣ କରିନେଇଥିଲେ । ତେବେ ଅପ୍ରେଲ 8ରେ ତାଙ୍କୁ ମାଓବାଦୀମାନେ ମୁକ୍ତ କରିଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+