Get Updates
Get notified of breaking news, exclusive insights, and must-see stories!

ନାସିକ ହସ୍ପିଟାଲରେ ଅମ୍ଳଜାନ ଲିକ୍ ହୋଇ 22 ରୋଗୀ ମୃତ

ଗୋଟିଏ ପଟେ ଦେଶରେ ମେଡ଼ିକାଲ ଅକ୍ସିଜେନର ଅଭାବ ଲାଗି ରହିଥିବା ବେଳେ ଅମ୍ଲଜାନ ଲିକ୍ ହୋଇ ରୋଗୀକଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଅକ୍ସିଜେନ୍ ଅଭାବ ଲାଗି ରହିଥିବା ବେଳେ ନାସିକ ସହରରେ ଥିବା ଜାକିର ହୁସେନ୍ ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କର ଲିକ୍ ହୋଇଛି ।

ନାସିକ : ଗୋଟିଏ ପଟେ ଦେଶରେ ମେଡ଼ିକାଲ ଅକ୍ସିଜେନର ଅଭାବ ଲାଗି ରହିଥିବା ବେଳେ ଅମ୍ଲଜାନ ଲିକ୍ ହୋଇ ରୋଗୀକଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଅକ୍ସିଜେନ୍ ଅଭାବ ଲାଗି ରହିଥିବା ବେଳେ ନାସିକ ସହରରେ ଥିବା ଜାକିର ହୁସେନ୍ ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କର ଲିକ୍ ହୋଇଛି । ଫଳରେ ଅକ୍ସିଜେନ୍ ଅଭାବ କାରଣରୁ 22 ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁହୋଇଥିବା ସମସ୍ତ ରୋଗୀ ଭେଣ୍ଟିଲେଟରରେ ଥିଲେ । ଏ ସମ୍ପର୍କରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି । ରାଜେଶ ଟୋପେଙ୍କ ଅନୁସାରେ ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କର ଲିକ୍ ହୋଇଯାଇଥିଲା । ଫଳରେ ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଅକ୍ସିଜେନ୍ ମିଳିନଥିଲା । ଘଟଣା ସମୟର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଏକ ଟ୍ୟାଙ୍କରରୁ ଖୁବ ଜୋରରେ ଅମ୍ଲଜାନ ବାହାରୁଥିବା ଦେଖିବାକୁ ମିଳିଛି।

nasik

ଅନ୍ୟପକ୍ଷରେ ରାଜ୍ୟ ଖାଦ୍ୟ ମନ୍ତ୍ରୀ ରାଜେନ୍ଦ୍ର ଶିଙ୍ଗଣେଙ୍କ ଅନୁସାରେ ଏବେ 25 ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । ରିପୋର୍ଟ ଅନୁସାରେ ଟ୍ୟାଙ୍କରକୁ ଭରା ଯାଉଥିବା ବେଳେ ଲିକ୍ ହୋଇଥିଲା । ଫଳରେ ହସ୍ପିଟାଲ ପରିସରରେ ଅକ୍ସିଜେନ୍ ବ୍ୟାପି ଯାଇଥିଲା । ରିପୋର୍ଟ ଅନୁସାରେ ଦୁର୍ଘଟଣା ଘଟିବା ବେଳେ ଭେଣ୍ଟିଲେଟରରେ 25ରୁ ଅଧିକ ରୋଗୀ ଥିଲେ । ମହାରାଷ୍ଟ୍ର ସରକାରଙ୍କ ଅନୁସାରେ ଏବେ 60 ଜଣ ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ଘଟଣାର ତଦନ୍ତ ପାଇଁ ଆଦେଶ ଦିଆଯାଇଛି । ଘଟଣା ପରେ ଅମ୍ଳଜାନ ଆବଶ୍ୟକ କରୁଥିବା 80ଜଣଙ୍କ ମଧ୍ୟରୁ ପ୍ରାୟ 31ଜଣ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ହଠାତ ଅମ୍ଲଜାନ ଗ୍ୟାସ ଲିକ ହୋଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପିବାରୁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ।

ସ୍ଥାନୀୟ ପ୍ରଶାସନ ଅନୁସାରେ, ଲିକ୍ କାରଣରୁ ଅକ୍ସିଜେନ୍ ସପ୍ଲାଏ ପ୍ରାୟ ଅଧ ଘଣ୍ଟା ଧରି ବନ୍ଦ ହୋଇ ଯାଇଥିଲା । ଏବେ ପ୍ରଶାସନ ଲିକେଜ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ସିଜେନ ଲିକ୍ ବେଳେ ହସ୍ପିଟାଲରେ ୧୭୧ ଜଣ ରୋଗୀ ଥିଲେ । ଦୁର୍ଘଟଣା ପରେ ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+