Get Updates
Get notified of breaking news, exclusive insights, and must-see stories!

ବାର୍ଡ ଫ୍ଲୁ ରୋଗ କ'ଣ ? ମଣିଷ ଏହା ଦ୍ୱାରା କେତେ ପ୍ରଭାବିତ ? ଜାଣନ୍ତୁ ଭାରତରେ ଏହାର ବିସ୍ତାର ବିଷୟରେ...

କେରଳ, ରାଜସ୍ଥାନ, ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ ଏୂୃବଂ ହରିୟାଣା ପରେ ଏବେ ମହାରାଷ୍ଟ୍ରରେ ମଧ୍ୟ ବାର୍ଡ ପ୍ଲୁ ଯୋଗୁଁ କେତେକ ପକ୍ଷୀଙ୍କର ମୃତ୍ୟୁ ହୋଇଛି ।ହରିୟାଣାର ପଞ୍ଚକୁଲାସ୍ଥିତ ବରଓ୍ୱାଲାରେ ଗତ 25 ଦିନରେ 4ଲକ୍ଷ 30 ହଜାରରୁ ଅଧିକ ପକ୍ଷୀଙ୍କର ମୃତ୍ୟୁ ହୋଇଛି

ସାଧାରଣତଃ ବାର୍ଡ ଫ୍ଲୁ ରୋଗ ନାମ ଶୁଣିଲେ ଆମ ମନରେ ପ୍ରଥମେ ଏହା ଏକ କୁକଡ଼ାଙ୍କ ରୋଗ ବୋଲି ଧାରଣା ଆସିଥାଏ । ଆମେମାନେ ସଂକ୍ରମଣ ଭୟରେ କୁକୁଡ଼ା ମାଂସ ଓ ଅଣ୍ଡା ଆଦି ଖାଇବା ବନ୍ଦ କରିଦିଅନ୍ତି । ସେହି ହିସାବରେ ଏହି ସବୁ କୁକୁଡ଼ା ଜାତୀୟ ଖାଦ୍ୟର ଚାହିଦା କମିବା କାରଣରୁ ବଜାର ଦର ମଧ୍ୟ ବହୁ ହ୍ରାସ ପାଇଯାଏ ଏବୟ ବ୍ୟବସାୟୀମାନେ ଏହା ଦ୍ୱାରା ବହୁ କ୍ଷତି ସହିଥାନ୍ତି । ତେବେ ଏହି ବାର୍ଡ ଫ୍ଲୁ ରୋଗ କଣ... ଏହା ଦ୍ୱାରା ମଣିଷ ସମାଜ କେତେ ପ୍ରଭାବିତ ହୋଇପାରେ...ଏ ବିଷୟରେ ଆମମାନଙ୍କ ମନରେ ଥିବା ଭୁଲ୍ ଧାରଣା ଏବଂ ଏହାର କାରଣ ବିଷୟରେ ଆମେ ଆପଣଙ୍କୁ କହିବୁ ...

ବର୍ତ୍ତମାନ ସମୟରେ ଦେଶର କେତେକ ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ଖବର ଆସୁଛି । କେରଳ, ରାଜସ୍ଥାନ, ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ ଏୂୃବଂ ହରିୟାଣା ପରେ ଏବେ ମହାରାଷ୍ଟ୍ରରେ ମଧ୍ୟ ବାର୍ଡ ପ୍ଲୁ ଯୋଗୁଁ କେତେକ ପକ୍ଷୀଙ୍କର ମୃତ୍ୟୁ ହୋଇଛି । କେବଳ ହରିୟାଣାର ପଞ୍ଚକୁଲାସ୍ଥିତ ବରଓ୍ୱାଲାରେ ଗତ 25 ଦିନରେ 4ଲକ୍ଷ 30 ହଜାରରୁ ଅଧିକ ପକ୍ଷୀଙ୍କର ମୃତ୍ୟୁ ହୋଇଥିବା ପିଆଇବିର ଏକ ପ୍ରେସ୍ ରିଲିଜରେ କୁହାଯାଇଛି ।

bird-flu

ବର୍ତ୍ତମାନ ସମୟରେ ମହାରାଷ୍ଟ୍ର ରାଜ୍ୟ ସବୁଠାରୁ ଅଧିକ ବାର୍ଡ ଫ୍ଲୁ ସଂକ୍ରମିତ ହୋଇଥିବା ରାଜ୍ୟ । ପାରଭାନୀରେ ମିଳିଥିବା ହଜାର ହଜାର ସଂଖ୍ୟକ ମୃତ କାଉଙ୍କର ଏହି ରୋଗରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେହିପରି ଲାଟୁର ଏବଂ ଅମରାବତୀରେ ମଧ୍ୟ କେତେକ ମୃତ ପକ୍ଷୀ ପଡ଼ିରହିଥିବାର ନଜରକୁ ଆସିଛି ।

କ'ଣ ଏହି ବାର୍ଡ ଫ୍ଲୁ ?

ବାର୍ଡ ଫ୍ଲୁ ତଥା ଏଭିଆନ୍ ଇନ୍‌ଫ୍ଲୁଏଞ୍ଜା ହେଉଛି ଏକ ଭାଇରାଲ୍ ସଂକ୍ରମଣ ଇନ୍‌ଫ୍ଲୁଏଞ୍ଜା, ଯାହା ପ୍ରାୟତଃ ପକ୍ଷୀମାନଙ୍କ ଠାରେ ଦେଖାଦେଇଥାଏ । ଇନ୍‌ଫ୍ଲୁଏଞ୍ଜା ଟାଇପ୍-ଏ ଭାଇରସ୍ ଦ୍ୱାରା ଏହି ରୋଗ ହୁଏ ଏବଂ ସାଧାରଣତଃ ଉଭୟ ବଣୁଆ ଏବଂ କୁକୁଡ଼ାଙ୍କୁ ପ୍ରଭାବିତ କରିଥାଏ । ଏହି ଜୀବାଣୁଙ୍କର ଅନେକ ଷ୍ଟ୍ରେନ୍ ରହିପାରେ, ଯାହା ମଧ୍ୟରୁ ଅଧିକାଂଶ ସାମାନ୍ୟ ଲକ୍ଷଣ ସୃଷ୍ଟି କରିଥାଏ ଏବଂ ଅଣ୍ଡା ଉତ୍ପାଦନକୁ ପ୍ରଭାବିତ କରିଥାଏ । ତଥାପି, କେତେକ ଷ୍ଟ୍ରେନ୍ ବିପଦଜନକ ହେବା ସହ କେତେକ ପକ୍ଷୀଙ୍କର ମୃତ୍ୟୁ ହୋଇଥାଏ, ଯାହାକି ବର୍ତ୍ତମାନ କେତେକ ରାଜ୍ୟରେ ଦେଖାଦେଇଛି । ବର୍ତ୍ତମାନର ଦେଖାଦେଇଥିବା ବାର୍ଡ ଫ୍ଲୁରେ H5N1 ଏବଂ H8N1 ଭାଇରସ୍ ଯୋଗୁଁ ପକ୍ଷୀମାନଙ୍କର ମୃତ୍ୟୁ ହେଉଥିବା ଜଣାପଡ଼ିଛି ।

ଏହି ଭୂତାଣୁ ପ୍ରଥମେ 1996 ମସିହାରେ ଚାଇନାରେ ଦେଖାଦେଇଥିଲା । ଭାରତରେ ପ୍ରଥମ ମାମଲା 2006 ମସିହାରେ ମହାରାଷ୍ଟ୍ରର ନନ୍ଦୁରବାରରେ ଦେଖା ଦେଇଥିଲା ।

କିପରି ବିସ୍ତାର ହୁଏ ସଂକ୍ରମଣ ?

ବଣୁଆ ତଥା ଜଳଜାତୀୟ ପକ୍ଷୀମାନେ ହେଲେ ଏହି ରୋଗର ମୁଖ୍ୟବାହକ । ଏହି ଭାଇରସ୍ ଦ୍ୱାରା ସଂକ୍ରମିତ କେତେକ ବତକ ଏବଂ ଗିଜ୍ ଭଳି ପାଣିଜାତୀୟ ଭ୍ରମଣକାରୀ ପକ୍ଷୀଙ୍କ ଠାରୁ ଏହି ରୋଗ ବ୍ୟାପିଥାଏ । ଏହି ଭାଇରସ୍ ଦ୍ୱାରା କୁକୁଡ଼ା ଏବଂ ଅନ୍ୟ ପକ୍ଷୀମାନେ ମଧ୍ୟ ସଂକ୍ରମିତ ହୋଇଥାନ୍ତି । ଏଥିସହିତ ଘୁଷୁରି, ଘୋଡା, ବିଲେଇ ଏବଂ କୁକୁର ପରି ସ୍ତନ୍ୟପାୟୀ ପ୍ରାଣୀ ମଧ୍ୟ ବେଳେବେଳେ ଏହି ଭାଇରସ୍ ଦ୍ୱାରା ସଂକ୍ରମଣର ଶିକାର ହୋଇଥାନ୍ତି ।

ଏହା ମଣିଷକୁ କେତେ ପ୍ରଭାବିତ କରେ ?

H5N1 ଭାଇରସ୍ ସଂକ୍ରମିତ ପକ୍ଷୀଠାରୁ ମଣିଷକୁ ସଂକ୍ରମିତ ହୋଇପାରେ । 1997 ରେ ହଂକଂରେ ମଣିଷମାନଙ୍କରେ H5N1 ସଂକ୍ରମଣର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା, ଯାହାକି ଗୋଟିଏ କୁକୁଡ଼ା ଫାର୍ମ କର୍ମଚାରୀ ସଂକ୍ରମିତ ପକ୍ଷୀମାନଙ୍କଠାରୁ ସଂକ୍ରମିତ ହୋଇଥିବାର ନଜରକୁ ଆସିଥିଲା । କିନ୍ତୁ, ଭାରତରେ ବର୍ତ୍ତମାନ ସୁଦ୍ଧା ମଣିଷଙ୍କ ଠାରେ ଏହି ରୋଗର ଚିହ୍ନଟ ହୋଇନାହିଁ । କିନ୍ତୁ ସଂକ୍ରମିତ ପକ୍ଷାଙ୍କ ସଶ୍ପର୍ସରେ ଆସୁଥିବା ବ୍ୟକ୍ତି ଏହି ରୋଗ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ରହିଛି ।

ଭାରତରେ ବାର୍ଡ ଫ୍ଲୁ ର ସାମ୍ପ୍ରତିକ ସ୍ଥିତି କ'ଣ?

ଭାରତରେ ବର୍ତ୍ତମାନ ଏହି ରୋଗର ବ୍ୟାପକତା ବୃଦ୍ଧି ପାଇବାରେ ଲାଗିଛି । ରବିବାର ଏହି ରୋଗରେ ବଣୁଆ କୁକଡ଼ାମାନେ ମରିବା ପରେ ଉତ୍ତର ପ୍ରଦେଶର କାନପୁରସ୍ଥିତ ପ୍ରାଣୀ ଉଦ୍ୟାନକୁ ବନ୍ଦ କରାଯାଇଛି । ସମସ୍ତ ପକ୍ଷୀମାନଙ୍କର ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

ସେହିପରି ରବିବାର ଦିନ ନୂଆଦିଲ୍ଲୀର ସଞ୍ଜୟ ହ୍ରଦରେ ଆଉ 17 ଟି ବତକଙ୍କ ମୃତଦେହ ମିଳିଥିବା ବେଳେ କର୍ତ୍ତୃପକ୍ଷ ଏହାକୁ ଏକ ଆଲର୍ଟ ଜୋନ୍ ବୋଲି ଘୋଷଣା କରିଛନ୍ତି । ଦିଲ୍ଲୀ ବିକାଶ ପ୍ରାଧିକରଣ ପରିସରରେ 10 ଟି ବତକର ମୃତ୍ୟୁ ପରେ ପ୍ରସିଦ୍ଧ ୱାଟର-ବଡି ଏବଂ ପାର୍କ ବନ୍ଦ କରିବାର ଗୋଟିଏ ଦିନ ପରେ ଏହା ନଜରକୁ ଆସିଛି । ମୃତ ବତକ ଗୁଡ଼ିକ ବାର୍ଡ ଫ୍ଲୁ ରୋଗରେ ପୀଡ଼ିତ ଥିଲେ କି ନାହିଁ ତାହା ପରୀକ୍ଷା ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି କର୍ତ୍ତୃପକ୍ଷସୂଚନା ଦେଇଛନ୍ତି ।

ଏପରପକ୍ଷରେ ଦକ୍ଷିଣ ଦିଲ୍ଲୀର ଲୋକପ୍ରିୟ ହାଉଜ୍ ଖାସ୍ ପାର୍କକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଏହା ଏକ ବଡ଼ ଜଳାଶୟ ଏବଂ ଏଠାକୁ ପ୍ରତିଦିନ ହଜାର ହଜାର ଲୋକ ଆସୁଥିବାରୁ ସଂକ୍ରମଣକୁ ରୋକିବା ନେଇ ଏହି ପଦକ୍ଷେପ ନିଆଯାଇଛି ।

ଗତ ମାସରେ ମଧ୍ୟପ୍ରଦେଶରେ ଏହି ଭାଇରସ୍ ଚିହ୍ନଟ ହେବା ପରଠାରୁ 27 ଟି ଜିଲ୍ଲାରେ ପ୍ରାୟ 1100 କାଉ ଏବଂ ଅନ୍ୟ ବନ୍ୟ ପକ୍ଷୀଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ରବିବାର ଦିନ ହିମାଚଳ ପ୍ରଦେଶର କଙ୍ଗରା ଜିଲ୍ଲାର ପଙ୍ଗ ଡ୍ୟାମ ୱାଇଲ୍ଡ ଲାଇଫ ଅଭୟାରଣ୍ୟରେ 215 ସ୍ଥାନାନ୍ତରିତ ପକ୍ଷୀଙ୍କର ମୃତହେବ ମିଳିଥିଲା । ଏହି ସବୁ ପକ୍ଷୀ ବାର୍ଡ ଫ୍ଲୁ ଦ୍ୱାରା ମରିଥିବା ସନ୍ଦେହ କରାଯାଉଛି । ଡିସେମ୍ବର 29 ରୁ ପ୍ରତ୍ୟେକ ଦିନ ହ୍ରଦ ଅଞ୍ଚଳରେ ଶହ ଶହ ସ୍ଥାନାନ୍ତରିତ ପକ୍ଷୀଙ୍କର ମୃତଦେହ ମିଳୁଛି । ଗତ ସୋମବାର ଦିନ, ନମୁନାଗୁଡିକ H5N1 ପାଇଁ ପଜିଟିଭ୍ ଥିବା ସେମାନେ କହିଛନ୍ତି ।

କିନ୍ତୁ, ବିଶେଷଜ୍ଞଙ୍କ ଅନୁଯାୟୀ, ଦକ୍ଷିଣ ପୂର୍ବ ଏସୀୟ ଦେଶ ତୁଳନାରେ ଭାରତରେ H5N1 ଭାଇରସ୍ ଦ୍ୱାରା ମଣିଷ ସଂକ୍ରମିତ ହେବାର ସମ୍ଭାବନା କମ୍ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+