କୋଭାକ୍ସିନ୍ ଉପରେ ଦିଲ୍ଲୀ ଆରଏମଏଲ ହସ୍ପିଟାଲର ଡାକ୍ତରଙ୍କ ଭରଷା ନାହିଁ, କୋଭିଶିଲ୍ଡ ଟିକା ଦେବାକୁ ଦାବି

ରାଜଧାନୀ ଦିଲ୍ଲୀର ପ୍ରମୁଖ ହସ୍ପିଟାଲର ଡାକ୍ତରମାନେ ସରକାରୀ ଅନୁମୋଦିତ ଟିକା ପ୍ରୟୋଗ କରିବାକୁ ମନା କରି ଦେଇଛନ୍ତି । ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତର ଏବଂ ମେଡିକାଲ କର୍ମଚାରୀମାନେ ଭାରତ ବାୟୋଟେକର ଟିକା କୋଭାକ୍ସିନକୁ ନେଇ ଆଶଙ୍କା କରିଛନ୍ତି ।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାରା ଦେଶରେ କରୋନା ଭାଇରସ୍ ଉପରେ ବିଶ୍ୱର ସବୁଠାରୁ ବଡ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ସାରା ଦେଶରେ ଆରମ୍ଭ ହୋଇଥିଲା ଟୀକାକଣ । ଭାରତ ନିର୍ମିତ କୋଭାକ୍ସିନ୍ ଏବଂ କୋଭିସିଲ୍ଡୁ ସାରା ଦେଶରେ କୋଭିଡ୍ ଯୋଦ୍ଧାମାନଙ୍କୁ ଟୀକାକରଣ କରାଯାଇଛି । ଏଥି ମଧ୍ୟରେ ରାଜଧାନୀ ଦିଲ୍ଲୀର ପ୍ରମୁଖ ହସ୍ପିଟାଲର ଡାକ୍ତରମାନେ ସରକାରୀ ଅନୁମୋଦିତ ଟିକା ପ୍ରୟୋଗ କରିବାକୁ ମନା କରି ଦେଇଛନ୍ତି । ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତର ଏବଂ ମେଡିକାଲ କର୍ମଚାରୀମାନେ ଭାରତ ବାୟୋଟେକର ଟିକା କୋଭାକ୍ସିନକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

ରାମ ମନୋହର ଲୋହିଆ ହସ୍ପିଟାଲର ରେସିଡେଣ୍ଟ ଡାକ୍ତରମାନେ ଡାକ୍ତରଖାନା ଅଧୀକ୍ଷକଙ୍କୁ ଏକ ଚିଠି ଲେଖିଛନ୍ତି ଯେ, ସେମାନେ ଭାରତ ବାୟୋଟେକ୍ ର କୋଭାକ୍ସିନ ଟୀକା ନେବାକୁ ଚାହୁଁ ନାହାନ୍ତି ଏବଂ ସେମାନଙ୍କୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍ଡ ଟୀକା ଦେବାକୁ ଦାବି କରିଛନ୍ତି । ଡାକ୍ତରମାନେ କହିଛନ୍ତି ଯେ କୋଭାକ୍ସିନର ପରୀକ୍ଷା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ତେଣୁ ସେମାନେ ଏହାକୁ ନେଇ ଭୟଭୀତ ଅଛନ୍ତି ।

Corona-Vaccine

ଡାକ୍ତରମାନେ ଚିଠିରେ ଲେଖିଛନ୍ତି ଯେ, ଆମେ ଆପଣଙ୍କୁ (ଅଧୀକ୍ଷକ) ମନେ ପକାଇବାକୁ ଚାହୁଁଛୁ ଯେ କୋଭାକ୍ସିନର ସମ୍ପୂର୍ଣ୍ଣ ପରୀକ୍ଷଣ ଅଭାବରୁ ଡାକ୍ତରମାନେ ଏହା ଉପରେ ସନ୍ଦେହ କରୁଛନ୍ତି, ଯେଉଁ କାରଣରୁ ସେମାନେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିପାରିବେ ନାହିଁ ।

ଏହା ସହିତ ଡାକ୍ତରମାନେ ଆହୁରି ଲେଖିଛନ୍ତି ଯେ, ଆମେ ଆପଣଙ୍କୁ କୋଭିଶିଲ୍ଡ ପାଇଁ ଟିକା ଦେବାକୁ ଅନୁରୋଧ କରୁଛୁ ଯାହା ପରୀକ୍ଷଣର ସମସ୍ତ ପର୍ଯ୍ୟାୟ ସମାପ୍ତ କରିଛି । କିନ୍ତୁ ରାମ ମନୋହର ଲୋହିଆ ହସ୍ପିଟାଲର ଅଧୀକ୍ଷକ ଡ ଏକେ ସିଂ ରାଣା ଶନିବାର ଦିନ କୋଭାକ୍ସିନ ଟୀକାକରଣ କରିଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀରେ AIIMS, ସଫଦରଜଙ୍ଗ ହସ୍ପିଟାଲ, ରାମ ମନୋହର ଲୋହିଆ ହସ୍ପିଟାଲ, କଳାବତୀ ସରନ ଶିଶୁ ହସପିଟାଲ ଏବଂ ଦୁଇଟି ରାଜ୍ୟ ସରକାରୀ ଡାକ୍ତରଖାନାରେ ଟୀକାକଣ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+