ଟୀକାକରଣକୁ ନେଇ ଦିଲ୍ଲୀ ସରକାରଙ୍କ ଅଭିନବ ପ୍ରୟାସ : "ଭୋଟ୍ ଦେଇଥିଲ ଯେଉଁଠି, ଟିକା ନେବ ସେଇଠି"

ଟୀକାକରଣକୁ ନେଇ ଦିଲ୍ଲୀ ସରକାର ଏକ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଆରମ୍ଭ କରିଛନ୍ତି । ଏହା ଅଧିନରେ ଦିଲ୍ଲୀ ସରକାର ଘରେ ଘରେ ଟୀକାକଣ କରାଇବା ନେଇ ଯୋଜନା କରିଛନ୍ତି ।

ଦିଲ୍ଲୀ : ଦେଶରେ କରୋନା ଭାଇରସ ବିରୋଧରେ ଟୀକାକରଣ ଅଭିଯାନ ଜାରି ରହିଛି । ଏହି ସମୟରେ ଟୀକାକରଣକୁ ନେଇ ଦିଲ୍ଲୀ ସରକାର ଏକ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଆରମ୍ଭ କରିଛନ୍ତି । ଏହା ଅଧିନରେ ଦିଲ୍ଲୀ ସରକାର ଘରେ ଘରେ ଟୀକାକଣ କରାଇବା ନେଇ ଯୋଜନା କରିଛନ୍ତି ।

ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ବିଷୟରେ ସୂଚନା ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, "45 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଦିଲ୍ଲୀରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି, ଯାହାର ନାମ ହେଉଛି 'ଜାହାଁ ଭୋଟ୍ ସେଠାରେ ଟୀକାକରଣ' । ଯଦି ଟିକା ଅଭାବ ନାହିଁ, ତେବେ ଏହି ଅଭିଯାନ ଅଧୀନରେ 45 ବର୍ଷରୁ ଅଧିକ ଲୋକଙ୍କୁ 4 ସପ୍ତାହ ମଧ୍ୟରେ ଦିଲ୍ଲୀରେ ଟିକା ଦିଆଯିବ ।"

corona-virus

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହି ଅଭିଯାନ ଅଧୀନରେ ଲୋକମାନେ ଘର ଦ୍ୱାରକୁ ଯାଇ କହିବେ ଯେ ଆପଣ ଯେଉଁଠି ଭୋଟ୍ ଦେବାକୁ ଯାଉଛନ୍ତି, ଆପଣ ସେଠାକୁ ଯାଆନ୍ତୁ ଏବଂ ଆମେ ସେଠାରେ ଆପଣଙ୍କର ଟୀକାକରଣ ପାଇଁ ବ୍ୟବସ୍ଥା କରିଛୁ । ଆଜିଠାରୁ ଦିଲ୍ଲୀର 70 ଟି ୱାର୍ଡରୁ ଏହା ଆରମ୍ଭ ହେବ । ଏହି ଅଭିଯାନ ପ୍ରତି ସପ୍ତାହରେ 70 ୱାର୍ଡରେ କରାଯିବ । ଏପରି ଚାରି ମାସ ମଧ୍ୟରେ ସମସ୍ତଙ୍କ ଟୀକାକଣ କରାଯିବ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।

ଏଥି ସହ ସେ କହିଛନ୍ତି ଯେ ଆଜି ଏହି ଅଭିଯାନ ଆରମ୍ଭ ହେଉଥିବା 70 ଟି ୱାର୍ଡର ବୁଥ୍ ଲେଭଲ୍ ଅଫିସର (BLO) କୁ ତାଲିମ ଦିଆଯାଉଛି। ଏହି BLO ମାନେ ଆସନ୍ତା 2 ଦିନରେ ପ୍ରତ୍ୟେକ ଘରକୁ ଯିବେ ଏବଂ ପଚାରିବେ 45 ବର୍ଷରୁ ଅଧିକ ଲୋକ କିଏ, ସେମାନଙ୍କୁ ଟୀକାକରଣ କରାଯାଇଛି କି, ଯଦି ନୁହେଁ, ସେମାନେ ଟିକା ପାଇବା ପାଇଁ ଏକ ସ୍ଲଟ୍ ଦେଇ ଆସିବେ । ଏପର୍ଯ୍ୟନ୍ତ ଦିଲ୍ଲୀରେ କେବଳ 57 ଲକ୍ଷ ଡୋଜ ଟିକା ଦିଆଯାଇଛି । ଏଥି ସହିତ, 18 ବର୍ଷରୁ ଅଧିକ ଲୋକ ଟିକା ଅଭାବରୁ ଟୀକା ପାଇନାରିନାହଁନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+