ପୁଣି ବୃଦ୍ଧି ପାଇଲା କରୋନା ମାମଲା, 24 ଘଣ୍ଟା ମଧ୍ୟରେ 43733 ନୂଆ ସଂକ୍ରମିତ ଚିହ୍ନଟ, 930 ମୃତ୍ୟୁ
ବୁଧବାର ଏହି ପରିସଂଖ୍ୟାନ ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 43 ହଜାର 733 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 930 ଜଣଙ୍କର ସଂକ୍ରମଣ ହେତୁ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ମଙ୍ଗଳବାର ଦିନ କରୋନା ସଂକ୍ରମଣରେ ଏକ ବଡ଼ ହ୍ରାସ ପରେ ବୁଧବାର ଦିନ ପୁଣି ଥରେ ସଂକ୍ରମଣ ବୃଦ୍ଧି ପାଇଛି । ବୁଧବାର ଏହି ପରିସଂଖ୍ୟାନ ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 43 ହଜାର 733 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 930 ଜଣଙ୍କର ସଂକ୍ରମଣ ହେତୁ ମୃତ୍ୟୁ ହୋଇଛି ।

ଏହା ବ୍ୟତୀତ ଗତ ଦିନରେ କରୋନାରୁ 47 ହଜାର 240 ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ଏହି ନୂତନ ଆକଳନ ସହିତ, ମୋଟ କରୋନା ସଂକ୍ରମିତ ସଂଖ୍ୟା 3 କୋଟି 6 ଲକ୍ଷ 63 ହଜାର 665 କୁ ବୃଦ୍ଧି ପାଇବା ସହ ସୁସ୍ଥଙ୍କ ସଂଖ୍ୟା 2 କୋଟି 97 ଲକ୍ଷ 99 ହଜାର 534ରେ ପହଞ୍ଚିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କରୋନା ଯୋଗୁଁ ଏପର୍ଯ୍ୟନ୍ତ ମୋଟ 4 ଲକ୍ଷ 4 ହଜାର 211 ଲୋକ ପ୍ରାଣ ହରାଇଛନ୍ତି । ତେବେ ଏକ ବଡ କଥା ହେଉଛି କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ଦେଶରେ କେବଳ 4 ଲକ୍ଷ 59 ହଜାର 920 ସକ୍ରିୟ ମାମଲା ରହିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କରୋନା ରୋଗୀଙ୍କ ସୁସ୍ଥ ହାର ବର୍ତ୍ତମାନ 97.18 ପ୍ରତିଶତ ରହିଛି ।
ଆମେ ଆପଣଙ୍କୁ କହି ରଖୁଛୁ ଯେ ଦେଶରେ କରୋନା ଭାଇରସ ବିରୋଧରେ ଟୀକାକରଣ ଅଭିଯାନ ମଧ୍ୟ ଦ୍ରୁତ ଗତିରେ ଚାଲିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ସମୁଦାୟ 36 କୋଟି 13 ଲ7 23 ହଜାର 548 ଡୋଜ ଟିକା ଦିଆଯାଇଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications