ଏହି ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି କରୋନା ପଜିଟିଭିଟି ହାର, ଚିନ୍ତାରେ ସରକାର
ଦେଶର 6 ରାଜ୍ୟର ଅତିକମରେ 30 ଜିଲ୍ଲାରେ ସାପ୍ତାହିକ କୋଭିଡ -19 ପଜିଟିଭିଟି ହାର 10 ପ୍ରତିଶତ କିମ୍ବା ତା'ଠାରୁ ଅଧିକ ରେକର୍ଡ କରାଯାଉଥିବାବେଳେ ଜାତୀୟ ସ୍ତରରେ ଗତ 5 ମାସ ମଧ୍ୟରେ କୋଭିଡ ପଜିଟିଭିଟି ହାର ହ୍ରାସ ପାଉଛି ।
ନୂଆଦିଲ୍ଲୀ : ଦେଶର 6 ରାଜ୍ୟର ଅତିକମରେ 30 ଜିଲ୍ଲାରେ ସାପ୍ତାହିକ କୋଭିଡ -19 ପଜିଟିଭିଟି ହାର 10 ପ୍ରତିଶତ କିମ୍ବା ତା'ଠାରୁ ଅଧିକ ରେକର୍ଡ କରାଯାଉଥିବାବେଳେ ଜାତୀୟ ସ୍ତରରେ ଗତ 5 ମାସ ମଧ୍ୟରେ କୋଭିଡ ପଜିଟିଭିଟି ହାର ହ୍ରାସ ପାଉଛି । ବଡ କଥା ହେଉଛି ଏହି 30 ଟି ଜିଲ୍ଲା ମଧ୍ୟରୁ 13 ଟି ଜିଲ୍ଲା କେବଳ କେରଳର ଅଟେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଜାତୀୟ ସ୍ତରରେ ଗତ 13 ଦିନ ମଧ୍ୟରେ ସାପ୍ତାହିକ କରୋନା ପଜିଟିଭିଟି ହାର 3 ପ୍ରତିଶତରୁ କମ୍ ରହିଛି ।

କରାଯାଇଥିବା ପରୀକ୍ଷଣ ତୁଳନାରେ ପଜିଟିଭିଟି ହାର ରୋଗର ପ୍ରାଦୁର୍ଭାବକୁ ସୂଚାଇଥାଏ । ବିଶେଷଜ୍ଞମାନେ ବେଶୀ ପ୍ରାଦୁର୍ଭାବ କ୍ଷେତ୍ରରେ ପ୍ରତିରୋଧ କୌଶଳ ଉପରେ ପ୍ରଶ୍ନ କରୁଛନ୍ତି । ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ନାମ ଗୋମନ ରଖି କହିଛନ୍ତି, ବେଶୀ ସକାରାତ୍ମକତା ଥିବା ଅଞ୍ଚଳରେ ନିଶ୍ଚିତ ଭାବରେ କିଛି ଭୁଲ ଅଛି, ଏଠାରେ କରୋନା ମାମଲା ଲୁଚା ଯାଉ ଥାଇପାରେ ।
ଏଥିସହ, 11 ଟି ରାଜ୍ୟର 18 ଟି ଜିଲ୍ଲାର ସାପ୍ତାହିକ ସକରାତ୍ମକତା ହାର 5% ରୁ 10% ରେ ରହିଆସିଛି, ଯାହା କରୋନା ଭାଇରସର ଶୀଘ୍ର ସଂକ୍ରମଣକୁ ସୂଚାଉଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଯଦି ଦୁଇ ସପ୍ତାହ ପାଇଁ ଯଦି କୌଣସି ଅଞ୍ଚଳରେ ପଜିଟିଭିଟି ହାର 5% ରୁ କମ୍ ହୁଏ, ତେବେ ଏହାର ଅର୍ଥ ହେଉଛି ସଂକ୍ରମଣ ନିୟନ୍ତ୍ରଣରେ ଅଛି । କେରଳ ବ୍ୟତୀତ ମିଜୋରାମର ଆଠଟି ଜିଲ୍ଲା, ମଣିପୁର, ଅରୁଣାଚଳ ପ୍ରଦେଶର ତିନୋଟି ଲେଖାଏଁ, ସିକ୍କିମର ଦୁଇଟି ଏବଂ ମେଘାଳୟର ଗୋଟିଏ ଜିଲ୍ଲାରେ କରୋନା ପଜିଟିଭିଟି ହାର ଅଧିକ ରହିଛି ।
ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କରୋନାକୁ ନେଇ କେନ୍ଦ୍ର ସରକାର କ୍ରମାଗତ ଭାବରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଉଛନ୍ତି । 5 ପ୍ରତିଶତରୁ ଅଧିକ ପଜିଟିଭିଟି ହାର ଥିବା ଅଞ୍ଚଳରେ ଭିଡ଼ ଜମିବାକୁ ନଦେବାକୁ କେନ୍ଦ୍ର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି । ଅନ୍ୟାନ୍ୟ ସ୍ଥାନରେ ଲୋକମାନେ କରୋନା ନିୟମ ଅନୁସରଣ କରିବାକୁ ମଧ୍ୟ କୁହାଯାଇଛି । ଚିନ୍ତାର ବିଷୟ, କରୋନା ରୋଗର ନୂଆ ମାମଲା ଏବେ ମଧ୍ୟ ଦେଖାଯାଉଛି । ଅପରପକ୍ଷରେ ଆଶ୍ୱସ୍ତକର ଖବର ହେଉଛି ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇଛି ।












Click it and Unblock the Notifications