ଅକ୍ସିଜେନ୍ ଅଭାବୀ ମୃତ୍ୟୁ : ପ୍ରଥମେ ମନା କଲା କେନ୍ଦ୍ର, ଏବେ ରାଜ୍ୟକୁ ମାଗିଲା ଅକ୍ସିଜେନ ଅଭାବ ମୃତ୍ୟୁ ରିପୋର୍ଟ
କିନ୍ତୁ ଆଜି ପୁଣି କରୋନା କାଳରେ ଅକ୍ସିଜେନ୍ ଅଭାବରୁ ହୋଇଥିବା ମୃତ୍ୟୁ ରିପୋର୍ଟ ଦାଖଲ କରିବାକୁ ସମସ୍ତ ରାଜ୍ୟକୁ କହିଛି କେନ୍ଦ୍ର ।
ନୂଆଦିଲ୍ଲୀ : କରୋନା କାଳରେ ଅକ୍ସିଜେନ୍ ଅଭାବରୁ ଦେଶରେ କୌଣସି ମୃତ୍ୟୁ ହୋଇନାହିଁ । ଏନେଇ କିଛି ଦିନ ପୂର୍ବରୁ ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ବିବୃତ୍ତି ରଖିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର । ସେ କହିଥିଲେ ଏପରି କୌଣସି ରିପୋର୍ଟ ନାହିଁ, ଯେଉଁଥିରୁ ଜଣାପଡ଼ିବ ରାଜ୍ୟ କିମ୍ବା କେନ୍ଦ୍ର କେନ୍ଦ୍ର ଶାସିତ ସରକାର ମୃତ୍ୟୁସଂଖ୍ୟାକୁ ଲୁଚାଇ ରଖିଛନ୍ତି ଏବଂ ଅମ୍ଳଜାନ ଅଭାବ ହେତୁ କୌଣସି ମୃତ୍ୟୁ ହୋଇ ନାହିଁ । କେତେକ ରାଜ୍ୟ ମୃତ୍ୟୁ ହାରକୁ ନିଶ୍ଚିତ ରୂପେ ସଂଶୋଧନ କରିଛନ୍ତି । କରୋନାଙ୍କ ମୃତ୍ୟୁ ସଂଖ୍ୟାକୁ ଲୁଚାଇ ରଖିଥିବା ବିରୋଧୀଙ୍କ ଅଭିଯୋଗରେ ଭାରତୀ ପାୱାର ଏହି ଉତ୍ତର ରଖିଥିଲେ । ଏହାପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ରାଜନାତିକ ତୁମ୍ବିତୋଫାନ ।
କିନ୍ତୁ ଆଜି ପୁଣି କରୋନା କାଳରେ ଅକ୍ସିଜେନ୍ ଅଭାବରୁ ହୋଇଥିବା ମୃତ୍ୟୁ ରିପୋର୍ଟ ଦାଖଲ କରିବାକୁ ସମସ୍ତ ରାଜ୍ୟକୁ କହିଛି କେନ୍ଦ୍ର ।

ଗଣମାଧ୍ୟମ ରିପୋର୍ଟ ସୂତ୍ରରୁ ପ୍ରକାଶ ଯେ ମେଡିକାଲ ଅମ୍ଳଜାନ ଅଭାବ ହେତୁ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ଅଗଷ୍ଟ 13 ରେ ସଂସଦର ମୌସୁମୀ ଅଧିବେଶନ ଶେଷ ହେବା ପୂର୍ବରୁ ଉଭୟ ଗୃହରେ ଭାରତ ସରକାର ଉପସ୍ଥାପନ କରିବେ ।
ଦେଶରେ କରୋନା ଦ୍ୱିତୀୟ ଲହର ଯେତିକି ଭୟାନକ ହୋଇଥିଲା, ତା ଠାରୁ ଅଧିକ ଭୟାନକ ଥିଲା ମେଡ଼ିକାଲ ଅକ୍ସିଜେନ୍, ଔଷଧ ଏବଂ ଶଯ୍ୟା ଅଭାବରୁ ପ୍ରାଣ ହରାଇଥିବା ରୋଗୀଙ୍କ ସଂଖ୍ୟା । ବିଭିନ୍ନ ରାଜ୍ୟ ଅକ୍ସିଜେନ୍ ଅଭାବ ନେଇ କେନ୍ଦ୍ର ନିକଟରେ ଅଭିଯୋଗ କରୁଥିବା ବେଳେ ଅକ୍ସିଜେନ୍ ଅଭାବ ନଥିବା ଦାବି କରିଥିଲେ କେନ୍ଦ୍ର ସରକାର । କିନ୍ତୁ ବିଭିନ୍ନ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା ଅକ୍ସିଜେନ୍ ଅଭାବଜନିତ ମୃତ୍ୟୁ । ତେବେ ବର୍ତ୍ତମାନ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ କରୋନା ସମୟରେ ଅକ୍ସିଜେନ୍ ଅଭାବରୁ ହୋଇଥିବା ମୃତ୍ୟୁର ରିପୋର୍ଟ ମାଗିଛନ୍ତି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications