Get Updates
Get notified of breaking news, exclusive insights, and must-see stories!

ଭାରତ ମଧ୍ୟସ୍ଥ ହେଲେ ସ୍ବାଗତ କରିବୁ: ଟ୍ରମ୍ପ

ଆମେରିକା-ଇରାନ ଯୁଦ୍ଧ ବନ୍ଦ ସହ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତର ମଧ୍ୟସ୍ଥତା ଲୋଡ଼ିଛି ଆମେରିକା। ଭାରତ ଏଥିରେ ମଧ୍ୟସ୍ଥତା କଲେ ଟ୍ରମ୍ପ ପ୍ରଶାସନ ଏହାକୁ ସ୍ବାଗତ କରିବ ବୋଲି କହିଛି। ଆମେରିକା-ଇରାନ ତିକ୍ତ ସମ୍ପର୍କକୁ ସୁଧାରିବା ସହ ବିଶ୍ବ ଶାନ୍ତି ପ୍ରତିଷ୍ଠା ଓ ହର୍ମୁଜ ପ୍ରଣାଳୀକୁ ଖୋଲିବା ଦିଗରେ ଭାରତ ଏକ ପ୍ରଭାବଶାଳୀ ଅଂଶୀଦାର ହୋଇପାରିବ। ତେଣୁ ଭାରତ ଏ ଦିଗରେ ପ୍ରୟାସ କରୁ ବୋଲି ମୋଦୀ-ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାରେ ଏ ନେଇ ଆଲୋଚନା ହୋଇଥିବା ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୪୦ମିନିଟ୍‌ ଧରି ଫୋନରେ କଥାବାର୍ତ୍ତା କରିଛନ୍ତି।

Trump

ପାକିସ୍ତାନ ମଧ୍ୟସ୍ଥତାରେ ନିକଟରେ ଅନୁଷ୍ଠିତ ଆମେରିକା-ଇରାନ ଅସ୍ତ୍ରବିରତି ଆଲୋଚନା ବିଫଳ ହେବା ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଆଲୋଚନା ବୋଲି କୁହାଯାଇଛି। ଟ୍ରମ୍ପ ଓ ମୋଦୀଙ୍କ ମଧ୍ୟରେ ଚାଲିଥିବା ଏହି ଆଲୋଚନାରେ ମଧ୍ୟପ୍ରାଚ୍ୟ ସ୍ଥିତି ଏବଂ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗ ସ୍ଥାନ ପାଇଥିଲା। ହର୍ମୁଜ ପ୍ରଣାଳୀ ଦେଇ ବିଶ୍ବର ୨୦ ପ୍ରତିଶତ ତୈଳ/ଗ୍ୟାସ୍‌ କାରବାର ହେଉଥିବାବେଳେ ଏହାର ଅବରୋଧକୁ ତୁରନ୍ତ ଖୋଲିବା ନେଇ ଉଭୟ ନେତା ଆଲୋଚନା କରିଥିଲେ। ଇରାନ କବ୍‌ଜାରେ ଥିବା ହର୍ମୁଜ ପ୍ରଣାଳୀକୁ କିପରି ମୁକ୍ତ କରାଯାଇ ତୈଳ/ଗ୍ୟାସ ପରିବହନକୁ ସ୍ବାଭାବିକ କରାଯିବ, ସେହି ବିଷୟରେ ଦୁଇ ନେତା ଆଲୋଚନା କରିଛନ୍ତି। ମଧ୍ୟପ୍ରାଚ୍ୟ ସ୍ଥିତି ସମ୍ପର୍କରେ ଟ୍ରମ୍ପ ମୋଦୀଙ୍କୁ ଅବଗତ କରିଥିବାବେଳେ ଯୁଦ୍ଧ ବନ୍ଦ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି। ଅପରପକ୍ଷରେ ମୋଦୀ-ଟ୍ରମ୍ପ ଆଲୋଚନା ଅତ୍ୟନ୍ତ ସକାରାତ୍ମକ ଥିଲା ବୋଲି ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ କହିଛନ୍ତି। ଅସ୍ତ୍ରବିରତି ଆଲୋଚନାରେ ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇ ପାରିବ କି ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଜବାବରେ ଗୋର୍‌ କହିଛନ୍ତି ଯେ ଅସ୍ତ୍ରବିରତି ଆଲୋଚନାରେ ଭାରତର ସଂପୃକ୍ତିକୁ ଆମେରିକା ନିଶ୍ଚିତ ଭାବେ ସ୍ବାଗତ କରିବ। ସୂଚନାଯୋଗ୍ୟ ମାର୍ଚ୍ଚ ୨୪ରେ ମୋଦୀ ଓ ଟ୍ରମ୍ପ ଶେଷ ଥର ପାଇଁ ପରସ୍ପର ସହ କଥା ହୋଇଥିଲେ। ସେତେବେଳେ ମୋଦୀ କହିଥିଲେ ଯେ ମଧ୍ୟପ୍ରାଚ୍ୟରେ ଉପୁଜିଥିବା ଉତ୍ତେଜନା ହ୍ରାସ ପାଇବା ସହ ସେଠାରେ ଶାନ୍ତି ବଜାୟ ରହିବା ପ୍ରସଙ୍ଗକୁ ଭାରତ ଦୃଢ ସମର୍ଥନ କରୁଛି। ଅସ୍ତ୍ରବିରତି ଆଲୋଚନା ବିଫଳ ହେବା ପରେ ଆମେରିକା ବର୍ତ୍ତମାନ ହର୍ମୁଜ ପ୍ରଣାଳୀକୁ ନିଜ ଆଡୁ ଅବରୋଧ କରିଛି। ଫଳରେ ମଧ୍ୟପ୍ରାଚ୍ୟ ସ୍ଥିତି ଅଧିକ ଜଟିଳ ହୋଇପଡିଥିବାବେଳେ ଇରାନ ମଧ୍ୟ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଉଠିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+