ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ
ମଙ୍ଗଳବାର ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାର ରାଜନୀତିରେ ଏକ ବଡ଼ ଘଟଣା ଘଟିଛି। ୨୦ ବର୍ଷର ମୁଖ୍ୟମନ୍ତ୍ରୀ ଆସନକୁ ଅଲ୍ବିଦା କହି ରାଜ୍ୟସଭା ଅଭିମୁଖେ ବାହାରିଛନ୍ତି ୭୫ ବର୍ଷୀୟ ନୀତୀଶ। ଜେଡିୟୁ ନେତାଙ୍କ ଇସ୍ତଫା ପରେ ଏବେ ବିହାର ମୁଖ୍ୟମନ୍ତ୍ରୀ କିଏ ହେବ ତା' ଉପରେ ସମସ୍ତଙ୍କ ଆଖି ରହିଛି।

ବାରମ୍ବାର ଦଳ ପରିବର୍ତ୍ତନ ପାଇଁ ପଲଟୁରାମ ନାଁରେ ବଦାନମ ନୀତୀଶ, ମଙ୍ଗଳବାର ଲୋକଭବନକୁ ଯାଇ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ୍ ସୟଦ ଅତା ହସନୈନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୫ ମାସ ତଳେ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ ୮୫ ଆସନ ଜିତିଥିଲା। ବିଜେପି ଜିତିଥିଲା ୮୯ଟି ଆସନ। ଜେଡିୟୁର ଏତେ ମଜଭୁତ ପ୍ରଦର୍ଶନ ସତ୍ତ୍ୱେ ବି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିବାକୁ ପଡ଼ିଛି।
ଇସ୍ତଫା ଦେବା ପୂର୍ବରୁ ନୀତୀଶ କ୍ୟାବିନେଟ ବୈଠକ ଡକାଇଥିଲେ। ବୈଠକରେ ଅଧ୍ୟକ୍ଷତା କରିଥିବା ନୀତୀଶ ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଯାହାଦ୍ୱାରା ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ପାଇଁ ପଥ ପରିଷ୍କାର ହୋଇଛି। ଇସ୍ତଫା ଦେବା ପରେ ନୀତୀଶ ଏକ୍ସରେ ପୋଷ୍ଟ କରି ନୀତିଶ କୁମାର ଲେଖିଛନ୍ତି ଯେ ତାଙ୍କ ସରକାର ସମାଜର ପ୍ରତ୍ୟେକ ବର୍ଗ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍ ଭଳି କ୍ଷେତ୍ରରେ କାର୍ଯ୍ୟ କରିଛି, ବିଶେଷ କରି ମହିଳା ଏବଂ ଯୁବପିଢ଼ି ପାଇଁ କାମ କରିଛି। ଏବେ ନୂଆ ସରକାର ଏହି ଦାୟିତ୍ୱ ତୁଲାଇବ ଏବଂ ଏଥିରେ ନୀତୀଶଙ୍କର ପୂର୍ଣ୍ଣ ସହଯୋଗ ଏବଂ ମାର୍ଗଦର୍ଶନ ରହିବ ବୋଲି ସେ କହିଛନ୍ତି।
Also read- BJP's Tamil Nadu manifesto: ପରିବାରକୁ ୧୦ ହଜାର,ଜିନିଷ କୁଣିବାକୁ ୮ ହଜାରର କୁପନ ଦେବୁ:ତାମିଲନାଡୁ ପାଇଁ ବିଜେପିର ଘୋଷଣା
ନୀତିଶ କୁମାର ପ୍ରଥମେ ୨୪ ନଭେମ୍ବର ୨୦୦୫ରେ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହାପର ଠାରୁ ଦୁଇ ଦଶନ୍ଧି ଧରି ସେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଏହି ଆସନ ପାଇଁ ନୀତୀଶଙ୍କର ଖୁବ୍ ରାଜନୈତିକ ମୋହ ଥିଲା ବୋଲି ବିଶ୍ଳେଷକମାନେ କହୁନ୍ତି। ଏଥିପାଇଁ ସେ ଅନେକ ଥର ଦଳ ପରିବର୍ତ୍ତନ କରିଛନ୍ତି। ୨୦୦୫ରେ ଏନଡିଏ ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ୨୦୧୦ରେ ସେ ଦୃଢ଼ ଜନାଦେଶ ପାଇଁ ପୁଣିଥରେ ସରକାର ଗଠନ କରିଥିଲେ। ତାଙ୍କ ଶାସନ କାଳରେ ବିକାଶ, ଭିତ୍ତିଭୂମି ପ୍ରୋତ୍ସାହନ ଏବଂ ଆଇନ ଶୃଙ୍ଖଳାରେ ଉନ୍ନତି ଆଣିଥିଲେ। ଫଳରେ ବିହାର ପଛୁଆ ରାଜ୍ୟର ବଦାନାମରୁ ମୁକ୍ତ ହୋଇଥିଲା।
ଏହାପରେ ନୀତୀଶ ୨୦୧୩ରେ ବିଜେପି ସହିତ ସମ୍ପର୍କ ଭାଙ୍ଗିଥିଲେ। ୨୦୧୫ରେ ଆରଜେଡି-କଂଗ୍ରେସ ମେଣ୍ଟ ସହିତ ମେଣ୍ଟ କରିଥିଲେ। ୨୦୧୭ରେ ସେ ପୁଣି ଏନଡିଏ ମେଣ୍ଟକୁ ଫେରିଥିଲେ। ଆଉ ୨୦୨୨ରେ ପୁଣି ଥରେ ନୀତୀଶ କୁମାର କଂଗ୍ରେସ ଓ ଅନ୍ୟାନ୍ୟ ଦଳର ମହାମେଣ୍ଟକୁ ଯାଇଥିଲେ। ଆଉ ଏହି ବିଜେପି ବିରୋଧୀ ମହାମେଣ୍ଟର ଆବାହକ ମଧ୍ୟ ଖୋଦ୍ ନୀତୀଶ କୁମାର ହିଁ ଥିଲେ। ହେଲେ ଏଥିରେ ସମସ୍ତଙ୍କୁ ମନାଇବାରେ ବିଫଳ ହେବାରୁ ତାଙ୍କ ଭବିଷ୍ୟତରେ ଏନଡିଏରେ ସୁରକ୍ଷିତ ବୋଲି ବିବେଚନା କରି ସେ ପୁଣିଥରେ ବିଜେପି ସହିତ ମେଣ୍ଟ କରିଥିଲେ। ତାଙ୍କ ରାଜନୈତିକ ଯାତ୍ରାରେ ଏଭଳି ବାରମ୍ବାର ଦଳ ପରିବର୍ତ୍ତନ ଯୋଗୁ ତାଙ୍କୁ ପଲଟୁ ରାମ ବୋଲି କୁହାଯାଉଥିଲା।
ଯେହେତୁ ସେ ପୂର୍ବରୁ ଦୁଇ ଦୁଇ ଥର ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଛାଡ଼ି ସାରିଥିଲେ, ଶେଷ ଥର ଫେରିବା ପରେ ଦଳରେ ତାଙ୍କର ଗୁରୁତ୍ୱ ଚାପରେ ରହିଥିଲା। ଯେଉଁଥିପାଇଁ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରୁ ହଟାଇବାର ସଫଳ ହୋଇଛି ବୋଲି ବିଶ୍ଲେଷକମାନେ କହୁଛନ୍ତି। ଆଉ ନୀତୀଶ କୁମାରଙ୍କୁ ତାଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିବାକୁ ପଡ଼ିଛି।
Also Read- ଷଡ଼ଯନ୍ତ୍ର ପଛରେ ଥାଇପାରେ ପାକିସ୍ତାନୀ ଲିଙ୍କ୍,ନୋଏଡା ହିଂସାକୁ ନେଇ ବଡ଼ ଶ୍ରମ ମନ୍ତ୍ରୀଙ୍କ ବଡ଼ ବୟାନ
ସମ୍ରାଟ ଚୌଧୁରୀ ହେବେ ନୂଆ ବିହାର ମୁଖ୍ୟମନ୍ତ୍ରୀ!
ବିହାରର ୨୪୩ ବିଧାନସଭା ଆସନ ପାଇଁ ୨୦୨୫ ନଭେମ୍ବରରେ ନିର୍ବାଚନ ହୋଇଥିଲା। ଏଥିରେ ବିଜେପି ଏକାକୀ ୮୯ ଆସନ ଜିତି ଏକକ ବୃହତ୍ତମ ଦଳ ହୋଇଥିଲା। ତେଣୁ ଦଳ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଆସନରୁ ହଟାଇ ନିଜ ଦଳର ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି। ତେଣୁ ଦଳ ପ୍ରଥମ ଥର ପାଇଁ ନିଜର ବିଧାୟକ ଦଳ ନିର୍ବାଚିତ କରିବ। ଯିଏ କି ବିହାରରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଏନେଇ ଅପରାହ୍ନ ୩ଟା ବେଳେ ବିଜେପି ପାଟନା କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି।
କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ନେତୃତ୍ୱ ଚୟନ ତଦାରଖ କରିବା ପାଇଁ ପାଟନାରେ ଅଛନ୍ତି। ତାଙ୍କୁ ବିଜେପି ସଂସଦୀୟ ବୋର୍ଡ ଦ୍ୱାରା ବିହାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି। ନୀତୀଶଙ୍କ ସରକାରରେ ଗୃହମନ୍ତ୍ରୀ ଥିବା ସମ୍ରାଟ ଚୌଧୁରୀ ମୁଖ୍ୟନ୍ତ୍ରୀ ହେବାର ସମ୍ଭାବନା ରହିଛି।
ଅପରାହ୍ନ ୪ଟାରେ ରାଜ୍ୟ ବିଧାନସଭାର କେନ୍ଦ୍ରୀୟ ହଲରେ ସମସ୍ତ ଏନ୍ଡିଏ ବିଧାୟକମାନେ ଏକାଠି ହୋଇଥିଲେ। ମେଣ୍ଟ ଅଂଶୀଦାରମାନଙ୍କ ସମର୍ଥନର ଆନୁଷ୍ଠାନିକ ପ୍ରଦର୍ଶନ ପରେ ଏନ୍ଡିଏ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବ, ଏବଂ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିବ।
-
Adani Green Energy Limited ESG ରେଟିଂରେ ନମ୍ବର 1—87.3 ସ୍କୋର ସହ ଦେଶରେ ଶୀର୍ଷରେ -
ବିଜେପି ଆସିଲେ ବନ୍ଦ ହେବ ୪ ବିବାହ, ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ବେଳେ ଅମିତ ଶାହଙ୍କ ଟାର୍ଗେଟ -
ନୂଆଦିଲ୍ଲୀ ବିଜ୍ଞାନ ଭବନରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀ, କାର୍ଯ୍ୟକ୍ରମକୁ ସମ୍ବୋଧନ କଲେ ମୋଦୀ -
ଆଜି ଆଶାତାଇଙ୍କ ଶେଷକୃତ୍ୟ -
୪ରୁ ୬ ଡିଗ୍ରୀ ବଢ଼ିଯିବ ଦିନ ତାପମାତ୍ରା, ଆଜି ଉପକୂଳିଆ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ -
ଶାନ୍ତି ଆଲୋଚନା ବିଫଳ, ବିନା ଚୁକ୍ତିରେ ଫେରିଲେ ଜେଡି ଭାନ୍ସ -
ନସ ମଙ୍ଗରାଜ ଓ ସୁଲତା ଦେଓଙ୍କୁ ବଡ ଦାୟିତ୍ୱ ଦେଲା ବିଜେଡ଼ି -
ଇରାନ ବିରୋଧରେ ଯୁଦ୍ଧ ଜାରି ରଖିବାକୁ ଇସ୍ରାଏଲର ଧମକ -
ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ଗ୍ୟାସ୍ ଟେନ୍ସନ୍ ଦୂର, ପେଟ୍ରୋଲ ପମ୍ପ୍ରେ ମିଳିଲା ୫ କେଜି ଟାଙ୍କି -
୭୮ ବର୍ଷ ବୟସରେ ପାଦ ଥାପିଲା ଭୁବନେଶ୍ୱର, ସମୟ ସହ ବଦଳିଛି.. -
ଆଲୋଚନା ବିଫଳ ପରେ ବଢ଼ିଲା ଟେନସନ୍, ଇରାନ ବନ୍ଦରକୁ ସାମୁଦ୍ରିକ ପରିବହନ ବନ୍ଦ କରିବ ଆମେରିକା -
ଆଜିଠୁ ଭିତର ରତ୍ନଭଣ୍ଡାରରେ ହେବ ଗଣତିମଣତି








Click it and Unblock the Notifications