ଟ୍ରେନ୍ ଦୁର୍ଘଟଣା : ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା, 30 ଜଣଙ୍କର ମୃତ୍ୟୁ ଅନେକ ଆହତ

ସୋମବାର ସକାଳେ ପାକିସ୍ତାନରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି । ପାକିସ୍ତାନର ସିନ୍ଧର ଧାରକି ଅଞ୍ଚଳରେ ଦୁଇଟି ଏକ୍ସପ୍ରେସ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ 30 ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି ।

ଇସଲାମାବାଦ : ସୋମବାର ସକାଳେ ପାକିସ୍ତାନରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି । ପାକିସ୍ତାନର ସିନ୍ଧର ଧାରକି ଅଞ୍ଚଳରେ ଦୁଇଟି ଏକ୍ସପ୍ରେସ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ 30 ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି । ପାକିସ୍ତାନର ଏଆରୱାଇ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଘୋଟକିରେ ରେତ୍ ଏବଂ ଧାରକି ରେଳ ଷ୍ଟେସନ ମଧ୍ୟରେ ସାର୍ ସୟଦ ଏକ୍ସପ୍ରେସ ଟ୍ରେନ୍ ଏବଂ ମିଲ୍ଲତ ଏକ୍ସପ୍ରେସ୍ ମଧ୍ୟରେ ଧକ୍କା ହୋଇଛି । ବର୍ତ୍ତମାନ ଏହି ଦୁର୍ଘଟଣାରେ 40 ରୁ 50 ଜଣ ଲୋକ ଆହତ ହୋଇଥିବା କୁହାଯାଉଛି । ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।

pakistan train accident

ରିପୋର୍ଟ ଅନୁଯାୟୀ, ମିଲ୍ଲତ ଏକ୍ସପ୍ରେସ କରାଚିରୁ ସରଗୋଡା ଏବଂ ସାର୍ ସୟଦ ଏକ୍ସପ୍ରେସ ରାୱଲପିଣ୍ଡିରୁ କରାଚି ଅଭିମୁଖେ ଯାଉଥିଲା । ସୋମବାର (ଜୁନ୍ 07) ଭୋର୍ 3.45 ରେ ଏହି ଦୁର୍ଘଟଣା ହୋଇଛି । ଜିଓ ଟିଭିର ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାର 3-4 ଘଣ୍ଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ କୌଣସି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନଥିଲା । ଦୁର୍ଘଟଣା ପରେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଉଛି । ଘୋଟକି, ଧାରକି, ଓବରୋ, ଏବଂ ମିରପୁର ମାଥେଲୋ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀଙ୍କୁ ଡ୍ୟୁଟିରେ ଡକାଯାଇଛି ।

ଘୋଟକି ଡେପୁଟି କମିଶନର ଉସମାନ ଅବଦୁଲ୍ଲା କହିଛନ୍ତି ଯେ, ଏହି ଘଟଣାରେ ଅତି କମରେ 30 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 50 ଜଣ ଆହତ ହୋଇଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରିବା ସହ ବଗି ଓଲଟି ପଡିଥିବାରୁ ଲୋକଙ୍କୁ ଉଦ୍ଧାର କରିବାରେ ଅଧିକାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+