ଓଜେଇଇ ଆବେଦନ ଅବଧି ବୃଦ୍ଧି
ଓଜେଇଇ ଆବେଦନ ତାରିଖକୁ ଆସନ୍ତା ଜୁନ ମାସ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି
ଭୁବନେଶ୍ୱର: କରୋନା ପାଇଁ ଓଜେଇଇ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ଓଜେଇଇ ଆବେଦନ ତାରିଖକୁ ଆସନ୍ତା ଜୁନ ମାସ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଫଳରେ ଛାତ୍ରଛାତ୍ରୀ ମାନେ ଏହି ବର୍ଦ୍ଧିତ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଛାତ୍ରଛାତ୍ରୀମାନେ www.ojee.nic.in ୱେବସାଇଟରେ ଆବେଦନ କରିପାରିବେ । ଜୁନ ମାସ 17ରୁ 24 ତାରିଖ ପର୍ଯ୍ୟନ୍ତ ସିବିଟି ମୋଡ଼ରେ ପରୀକ୍ଷା ଆୟୋଜନ କରାଯିବ। ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।












Click it and Unblock the Notifications