ଯୁକ୍ତ ୨ ନାମଲେଖା ପାଇଁ ପୁଣି ସୁଯୋଗ: ୧୬ରୁ ଆବେଦନ
ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ଅଗଷ୍ଟ ୧୬ରୁ ପୁଣିଥରେ ଅନଲାଇନ୍ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଆଗ୍ରହୀ ଯୋଗ୍ୟ ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ୨୮ ତାରିଖ ସୁଦ୍ଧା ଆବେଦନ କରିପାରିବେ ।
୨ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ରାଜ୍ୟରେ ମୋଟ ୧ ଲକ୍ଷ ୩୪ ହଜାର ୧୬୬ ସିଟ ବଳକା ରହିଛି । ଛାତ୍ରଛାତ୍ରୀମାନେ ନାମ ଲେଖାଇବା ଲାଗି ଆସନ୍ତା ୧୬ ତାରିଖଠାରୁ ସାମ୍ସ ୱେବସାଇଟରେ ଅନଲାଇନ ଆବେଦନ କରିପାରିବେ । ଅଗଷ୍ଟ ୨୮ ତାରିଖ ରାତି ୧୧.୪୫ ମିନିଟ ପର୍ଯ୍ୟନ୍ତ ଆବେଦନ କରିହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସେପ୍ଟେମ୍ବର ୪ରେ ପ୍ରଥମ ଚୟନ ତାଲିକା ପ୍ରକାଶ ପାଇବ ଏବଂ ୫ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ଯୋଗ୍ୟ ଛାତ୍ରଛାତ୍ରୀ ୭ ତାରିଖ ସୁଦ୍ଧା ଚୟନ ହୋଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରିପୋର୍ଟିଂ କରିବେ। ୧୨ ତାରିଖରେ ଅନ୍ଲାଇନ୍ ସ୍ପଟ୍ ସିଲେକ୍ସନ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ସହ ୧୩ ଓ ୧୪ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ଏହାପରେ ଯଦି ସିଟ୍ ଖାଲି ପଡ଼େ ତେବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅପେକ୍ଷାରତ ତାଲିକାରେ ଥିବା ପ୍ରାର୍ଥୀଙ୍କ ପଞ୍ଜିକରଣ ୧୫ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ୩୦ ମଧ୍ୟରେ ହେବା ସହ ୪ଟା ୩୦ରେ ତାଲିକା ପ୍ରକାଶ କରାଯିବ।
ଆବେଦନ ପୂର୍ବରୁ ଛାତ୍ରଛାତ୍ରୀ ନିୟମାବଳୀକୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଉତ୍ତୀର୍ଣ୍ଣ ହୋଇଥିବା କିମ୍ବା ଫେଜ୍-୧ ନାମଲେଖା ସମୟରେ ଆବେଦନ କରି କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇପାରି ନ ଥିବା ଛାତ୍ରଛାତ୍ରୀ ଏହି ପ୍ରକ୍ରିୟାରେ ଆବେଦନ କରିପାରିବେ ।












Click it and Unblock the Notifications