IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
ଆଇପିଏଲ ୨୦୨୬ର ଷଷ୍ଠ ଲିଗ୍ ମୁକାବିଲାରେ ଗୁରୁବାର କୋଲକାତା ଓ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଫଳରେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବା ଏକ ପ୍ରକାର ନିଶ୍ଚିତ ।

ପ୍ରଥମ ମ୍ୟାଚରେ ପରାଜୟ
ହାଇଦ୍ରାବାଦ ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁ ଠାରୁ ୬ ୱିକେଟ୍ରେ ପରାଜିତ ହୋଇଥିଲା । କୋଲକାତା ମଧ୍ୟ ୬ ୱିକେଟ୍ରେ ୫ଥର ଚାମ୍ପିଅନ ମୁମ୍ବାଇ ବିପକ୍ଷରେ ପରାଜୟର ସାମ୍ନା କରିଥିଲା । ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚରେ ଚିତ୍ତାକର୍ଷକ ବ୍ୟାଟିଂ କରିଥିଲେ ହେଁ ବୋଲିଂରେ ବିଫଳ ହୋଇଥିଲେ । ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ଇଶାନ କିଷନ ଓ କୋଲକାତା ଅଧିନାୟକ ଆଜିଙ୍କ୍ୟ ରାହାଣେ ଅର୍ଦ୍ଧଶତକ ଅର୍ଜନ କରିଥିଲେ ।
କୋଲକାତାର ପଲ୍ଲା ଭାରି
ଇଡେନ ଗାର୍ଡେନ୍ସରେ ମ୍ୟାଚ ଖେଳାଯାଉଥିବାରୁ ଘରୋଇ କୋଲକାତାର ପଲା ଭାରି ରହିବା ଆଶା କରାଯାଉଛି । ମାତ୍ର ହାଇଦ୍ରାବାଦ ପୂର୍ବ ବର୍ଷର ପ୍ରଦର୍ଶନକୁ ଦୋହରାଇବାକୁ ପ୍ରସ୍ତୁତ ରହିଛି । ପୂର୍ବ ରେକର୍ଡକୁ ଦେଖିଲେ କୋଲକାତାର ବିଜୟ ସମ୍ଭାବନା ଅଧିକ । ଉଭୟ ଦଳ ପରସ୍ପରକୁ ୩୦ଥର ଭେଟିଛନ୍ତି । ଏଥିରୁ କୋଲକାତା ୨୦ଟି ମ୍ୟାଚ ଜିତିଥିବାବେଳେ ହାଇଦ୍ରାବାଦ ୧୦ଟି ମ୍ୟାଚରେ ବିଜୟୀ ହୋଇଛି ।
ଚିନ୍ତାରେ ବୋଲିଂ
ଉଭୟ ଦଳ ବୋଲିଂରେ ସନ୍ତୁଳନ ରଖିବା ସହ ଶୃଙ୍ଖଳିତ ବୋଲିଂ କରିବାକୁ ଯୋଜନା କରିବେ । ବିଶେଷ କରି ବରୁଣ ଚକ୍ରବର୍ତ୍ତୀ ଓ ହାଇଦ୍ରାବାଦର ଯୁବ ସ୍ପିନର ହର୍ଷ ଦୁବେଙ୍କ ବୋଲିଂ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ଇଡେନ ଗାର୍ଡେନ୍ସର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଫଳରେ ଆଜି ଆଉ ଏକ ରନ୍ ପର୍ବ ଦେଖିବାକୁ ମିଳିବ । ରାତ୍ରିରେ କାକର ସମ୍ଭାବନା ରହିଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।












Click it and Unblock the Notifications