Get Updates
Get notified of breaking news, exclusive insights, and must-see stories!

IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍

ଆଇପିଏଲ-୨୦୨୬ ସପ୍ତମ ଲିଗ୍ ମୁକାବିଲାରେ ଶୁକ୍ରବାର ଚେନ୍ନାଇ ସୁପରକିଙ୍ଗସ୍ ଓ ପଞ୍ଜାବ କିଙ୍ଗସ୍ ପରସ୍ପରକୁ ଭେଟିବେ । ୫ଥର ଚାମ୍ପିଅନ ସୁପରକିଙ୍ଗସ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଠାରୁ ପରାଜିତ ହୋଇଥିବାରୁ ଯଥା ସମ୍ଭବ ସହଳ ବିଜୟ ଖାତା ଖୋଲିବା ପାଇଁ ବ୍ୟଗ୍ର । ପଞ୍ଜାବ କିଙ୍ଗସ ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ହରାଇଥିଲେ ହେଁ ସବୁ ବିଭାଗରେ ସଂଘର୍ଷ କରିଥିଲା । ତେଣୁ ସମସ୍ତ ତ୍ରୁଟି ସୁଧାରିବା ପାଇଁ ଜୋରଦାର ପ୍ରୟାସ କରିବେ ଉଭୟ ଟିମ୍ । ଫଳରେ ମ୍ୟାଚଟି ତୀବ୍ର ସଂଘର୍ଷପୂର୍ଣ୍ଣ ରହିବ ।

IPL 2026

ଚିପକରେ ମୁକାବିଲା

ଚିପକ ଷ୍ଟାଡ଼ିୟମର ପ୍ରଥମ ମ୍ୟାଚ ଖେଳାଯିବ । ଆହତ ମହେନ୍ଦ୍ର ସିଂହ ଧୋନି ଖେଳୁ ନଥିବାରୁ ସୁପରକିଙ୍ଗ୍ସ ରଣନୀତିରେ ସାମାନ୍ୟ ପଛରେ ପଡ଼ି ଯାଇଛି । ବ୍ୟାଟିଂରେ ମଧ୍ୟ ବହୁ ଉନ୍ନତି ଆଣିବାର ଆବଶ୍ୟକତା ରହିଛି । ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଦଳର ସବୁ ବ୍ୟାଟର ଫେଲ୍ ମାରିଥିଲେ ।

Also Read :-SRH vs KKR :୨୫ କୋଟିର ଖେଳାଳି ଏମିତି ହେଲେ ରନ୍ ଆଉଟ୍, ଦେଖନ୍ତୁ ଭିଡିଓ....

ଚିନ୍ତାରେ ପ଼ଞ୍ଜାବ ବ୍ୟାଟରଙ୍କ ଫର୍ମ୍

ଗୁଜରାଟ ବିପକ୍ଷ ମ୍ୟାଚରେ ପଞ୍ଜାବ କିଙ୍ଗସ ବ୍ୟାଟରମାନେ ମଧ୍ୟ ନିରାଶ କରିଥିଲେ । କେବଳ କୁପର କନ୍ନଲିଙ୍କ ଲଢୁଆ ଇନିଂସ ବଳରେ ଦଳ ବିଜୟ ହାସଲ କରିଥିଲା । ପୂର୍ବ ରେକର୍ଡକୁ ବିଚାରକୁ ନେଲେ ଉଭୟ ଦଳର ବିଜୟ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । କାରଣ ଉଭୟ ଦଳ ୩୨ଥର ସାମ୍ନା ସାମ୍ନି ହୋଇଛନ୍ତି ଓ ୧୬ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଗତ ବର୍ଷ ଉଭୟ ଦଳ ମଧ୍ୟରେ ୨ଟି ମ୍ୟାଚ ଖେଳା ଯାଇଥିଲା ଓ ପଞ୍ଜାବ କିଙ୍ଗ୍ସ ଉଭୟ ମ୍ୟାଚ ଜିତିଥିଲା । ଅବଶ୍ୟ ଗତ ସିଜନରେ ଚେନ୍ନାଇ ସଂଘର୍ଷ କରିଥିଲା ଓ ପଞ୍ଜାବ ଦମଦାର ଖେଳ ପ୍ରଦର୍ଶନ କରି ଫାଇନାଲ୍ରେ ପ୍ରବେଶ କରିଥିଲା ।

ଯୁବ ଜୋଶରେ ଚେନ୍ନାଇ ଭରପୁର

ଚେନ୍ନାଇ ଏଥର ଯୁବ ଦଳ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଛି । ଅବଶ୍ୟ ସଞ୍ଜୁ ସାମସନଙ୍କ ଉପସ୍ଥିତି ଦଳକୁ ସନ୍ତୁଳିତ କରିଥିବା ଆଲୋଚନା ହେଉଥିଲେ ହେଁ ଓପନିଂ ବିଭାଗରେ ପରିବର୍ତ୍ତନ କିଛି ମାତ୍ରାରେ ପ୍ରଭାବ ପକାଇଛି । ଗତ ସିଜନରେ ଅୟୂଷ ମାହତ୍ରେ ଓ ଉର୍ଭିଲ ପଟେଲ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଏଥର ଋତୁରାଜ ଓ ସାମସନ ଓପନ କରୁଛନ୍ତି । ମାହତ୍ରେ ୩ନଂ ସ୍ଥାନରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ଉର୍ଭିଲଙ୍କୁ ଏକାଦଶରେ ସ୍ଥାନ ମିଳୁନାହିଁ ।

ପଞ୍ଜାବରେ ସାମାନ୍ୟ ପରିବର୍ତ୍ତନ

ପଞ୍ଜାବ କିଙ୍ଗ୍ସର ଗତ ସିଜନ ଓ ଏବେର ଦଳ ମଧ୍ୟରେ କେବଳ ଜଣେ ଖେଳାଳି ପରିବର୍ତ୍ତନ ହୋଇଛି । ଏହି ଖେଳାଳି ଜଣଙ୍କ ପଦାର୍ପଣରେ ପଞ୍ଜାବ କିଙ୍ଗ୍ସକୁ ବିଜୟୀ କରାଇଛନ୍ତି । ଗତ ସିଜନରେ ଜୋସ ଇଂଲିଶ ୩ନଂ ସ୍ଥାନରେ ବ୍ୟାଟିଂ କରୁଥିଲେ । ଏଥର କୁପର କନ୍ନଲି ଏହି ସ୍ଥାନରେ ଶ୍ରେଷ୍ଠ ବିକଳ୍ପ ଭାବେ ପ୍ରମାଣିତ କରିଛନ୍ତି । ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ତଥାପି ଶ୍ରେୟାସ ଆୟରଙ୍କ ଖେଳିବା ନେଇ ଆଶଙ୍କା ରହିଛି । ଆୟର ପ୍ରଥମ ମ୍ୟାଚରେ ଆହତ ହୋଇଥିଲେ । ବ୍ୟାଟିଂ କରୁଥିବା ସମୟରେ ତାଙ୍କ କହୁଣୀରେ ବଲ୍ ବାଜିଥିଲା । ଆଘାତ ସ୍ଥାନରେ ଫୁଲା ରହିଥିବା କୋଚ ପ୍ରକାଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+