Get Updates
Get notified of breaking news, exclusive insights, and must-see stories!

ଖାକିରେ କଳଙ୍କ ! ଅଭିଯୋଗକାରିଣୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁଲେ ପୁଲିସ ବାବୁ, ପଚାରିଲେ ସ୍ୱାମୀ ଘରେ ରୁହନ୍ତି ନା..

ଯୌନ ନିର୍ଯ୍ୟାତନା ନେଇ ପୁଲିସ ଅଧିକାରୀଙ୍କ ବିରୋଧରେ ମହିଳା ଆଣିଲେ ଅଭିଯୋଗ

ଦଶରଥପୁର : "ସ୍ୱାମୀ ଘରେ ରୁହନ୍ତି ନା' ପଦାରେ ରହୁଛନ୍ତି ? ଯଦି ପଦାରେ ରହୁଛନ୍ତି କେତେ ଦିନ ହେଲା ଘରକୁ ଆସିନାହାନ୍ତି ? ହଉ ଛାଡ଼, ତୁ ଟିକେ ମୋ କଥା ବୁଝି ଦେ, ମୁଁ ତୋର କଥା ବୁଝିଦେବି ।" ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ଅଭିଯୋଗକାରିଣୀଙ୍କ ଉପରେ ଏ ହେଉଛି ଜଣେ ପୁଲିସ ଅଧିକାରୀଙ୍କ କଥା । କଥା କେବଳ ସେତିକିରି ଅଟକି ନାହିଁ ସଂପୃକ୍ତ ପୋଲିସ ବାବୁ ମହିଳାଙ୍କ ହାତ ଧରି ନିଜ ରୁମ୍‌କୁ ଟାଣିବା ସହିତ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିଲେ । ଏସମ୍ପର୍କରେ ଉକ୍ତ ମହିଳା ଜଣଙ୍କ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପାଖରେ ଅଭିଯୋଗ କରିଛନ୍ତି । ଘଟଣାଟି ଘଟିଛି ଦଶରଥପୁର ବ୍ଲକ ମଙ୍ଗଳପୁର ଥାନାରେ ।
କ'ଣ ଥିଲା ଘଟଣା ?
ଉକ୍ତ ଥାନା ଅଧିନରେ ଥିବା କଟିକଟା ଅଞ୍ଚଳର ଜନୈକା ମହିଳା ତାଙ୍କ ଚାଲିଥିବା ଜମିଜମା ବିବାଦର ସମସ୍ୟାର ସମାଧାନ ପାଇଁ ଗତ ମାର୍ଚ୍ଚ 16 ତାରିଖ ଦିନ ଝୁମ୍ପରୀ ବିଟ୍‌ ହାଉସ୍‌ ଅଧିକାରୀ ବିଜୟ କୁମାର ସ୍ୱାଇଁଙ୍କ ନିକଟରେ ଅଭିଯୋଗ କରିଥିଲେ । ବିଟ୍‌ ହାଉସ୍‌ ଅଧିକାରୀ ଶ୍ରୀ ସ୍ୱାଇଁ ମହିଳାଙ୍କ ଠାରୁ ଅଭିଯୋଗ ସମ୍ପର୍କିତ ସମସ୍ତ ଘଟଣା ଶୁଣିଥିଲେ । ପରେ ମହିଳାଙ୍କ ସହିତ ଆସିଥିବା ସଂପର୍କୀୟଙ୍କୁ ବାହାରେ ଅପେକ୍ଷା କରିବା ପାଇଁ କହିଥିଲେ ବିଜୟ । ସଂପର୍କୀୟମାନେ ବାହାରକୁ ଯିବା ପରେ ଅଭିଯୋଗକାରିଣୀ ମହିଳାଙ୍କ ସହିତ ଶ୍ରୀ ସ୍ୱାଇଁ କଥା ହୋଇଥିଲେ । ହେଲେ ଶ୍ରୀ ସ୍ୱାଇଁ ତାଙ୍କ ସମସ୍ୟା ସମ୍ପର୍କରେ କଥା ନ ହୋଇ ବ୍ୟକ୍ତିଗତ ଜୀବନ କଥା ପଚାରିଥିଲେ ବୋଲି ଅଭିଯୋଗ ହୋଇଛି ।

ଓଡିଶା ପୋଲିସ

ତୁମର ବାହାଘର କେବେ ହୋଇଥିଲା ? ତୁମ ସ୍ୱାମୀ ଘରେ ରୁହନ୍ତି ନା' ପଦାରେ ? ତୁମେ ମୋ କଥା ବୁଝିଦଲେ, ମୁଁ ତୁମ କଥା ବୁଝିଦେବି । ଏହିପରି ଅନେକ ପ୍ରଶ୍ନ କରିବା ପରେ ସଂପୃକ୍ତ ପୋଲିସ ଅଧିକାରୀ ମହିଳାଙ୍କ ହାତକୁ ଭିଡ଼ି ଧରି ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଜିଲ୍ଲା ପୁଲିସ ଅଧୀକ୍ଷକ ପି ଆର୍‌ ରାହୁଲଙ୍କ ନିକଟରେ ସେ ଅଭିଯୋଗ କରିଥିଲେ ।
ଘଟଣାର ଆରମ୍ଭ ହୋଇଛି ତଦନ୍ତ
ଜଣେ ପୁଲିସ ଅଧିକାରୀଙ୍କ ବିରୋଧରେ ଏପରି ସଙ୍ଗିନ ଅଭିଯୋଗ ଆସିବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକାରୀ । ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ପୁଲିସ ଅଧୀକ୍ଷକ ବାଉରିବନ୍ଧୁ ବେହେରା, ମଙ୍ଗଳପୁର ଥାନାଧିକାରୀ ଅସିତ୍‌ ରଞ୍ଜନ ମହାନ୍ତି, ଜଣେ ମହିଳା ପୋଲିସ୍‌ ଅଧିକାରିଣୀ ଶୁକ୍ରବାର ସନ୍ଧ୍ୟା 6ଟାରେ ଝୁମ୍ପୁରୀ ବିଟ୍‌ ହାଉସରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଆହୁରି ମଧ୍ୟ ଉକ୍ତ ମହିଳାଙ୍କ ଘରେ ପହଞ୍ଚି ଅଭିଯୋଗ ସମ୍ପର୍କରେ ତାଙ୍କୁ ଏହି ଟିମ୍ ପଚରାଉଚରା କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+