ଖୋଲିଲା ଝରାଫୁଲ ମର୍ଡର ମିଷ୍ଟ୍ରି: ମାତ୍ର 30 ହଜାର ଟଙ୍କା ପାଇଁ ମଦ ଦେଇ ହତ୍ୟା କରିଥିଲା ପୁରୁଷ ବନ୍ଧୁ ରାକେଶ
ମାତ୍ର ୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇଥିଲା। ଏ ନେଇ ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପିଆର୍ ।
ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ହତ୍ୟା ମାମଲାରୁ ହଟିଲା ପରଦା। କେଇଟା ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରିଥିଲା ତାର ପୁରୁଷ ବନ୍ଧୁ ରାକେଶ ସ୍ବାଇଁ । ମାତ୍ର ୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇଥିଲା। ଏ ନେଇ ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପିଆର୍ ।

ସୂଚନାଥାଉ କି, ଆଜି ଯାଜପୁର ପୋଲିସ ଏହି ମାମଲାର ଅନ୍ୟତମ ଫେରାର ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁକୁ ଗିରଫ କରିଥିଲା। ତାକୁ ଭୁବନେଶ୍ୱରରୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।
ଏସପି କହିଛନ୍ତି, ଟଙ୍କା ଦେଣନେଣକୁ ନେଇ ହତ୍ୟା କରିଥିବା କହିଛି ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ରାକେଶ ସ୍ୱାଇଁ। ପାଖାପାଖି ୩୦ ହଜାର ଟଙ୍କା ଝରାଫୁଲଠାରୁ ନେଇଥିଲା ରାକେଶ। ପରବର୍ତ୍ତି ସମୟରେ ଝରଫୁଲ ପଇସା ମାଗିବାରୁ ହତ୍ୟା କରିବାକୁ ଯୋଜନା କରିଥିଲା ରାକେଶ। ଝରାଫୁଲ ବାରମ୍ବାର ଟଙ୍କା ମାଗିବା ସହ ଘରେ କହିଦେବାକୁ ଧମକ ଦେଇଥିଲା। ଝରାଫୁଲର ଧମକ୍ରେ ଅତିଷ୍ଟ ହୋଇପଡ଼ିଥିଲା ରାକେଶ। ଧମକ ପରେ ଝରାଫୁଲକୁ ମାରିବା ପାଇଁ ରାକେଶ କରିଥିଲଶ ପ୍ଲାନ୍।

ପ୍ଲାନ୍ ମୁତାବକ ଜାନୁଆରୀ ୨୬ ତାରିଖ ରାତିରେ ଝରାଫୁଲକୁ ହୋଟେଲ ନେଇଥିଲା ରାକେଶ। ହୋଟେଲରେ ମଦ ପିଇବାକୁ ଦେବାପରେ ଶ୍ୱାସରୁଦ୍ଧ କରି ଝରାଫୁଲଙ୍କୁ ରାକେଶ ହତ୍ୟା କରିଥିଲା ବୋଲି କହିଛନ୍ତି ଯାଜପୁର ଏସପି।
ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୭ ତାରିଖ ସକାଳେ କୂଆଖିଆ ଥାନା ମୂଳାପାଳ ଛକ ନିକଟରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହକୁ ରାସ୍ତା କଡରୁ ଉଦ୍ଧାର କରାଯାଇଥିଲା । ଅଜଣା ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ହେଲେ କିଏ ଏହି ଯୁବତୀ ତାଙ୍କ ପରିଚୟ ପ୍ରଥମେ ମିଳିପାରିନଥିଲା । ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ପହଞ୍ଚି ପାଖରେ ପଡିଥିବା ଯୁବତୀଙ୍କ ଭ୍ୟାନିଟି ବ୍ୟାଗ୍ ଖୋଜିବା ପରେ ତାଙ୍କ ମୋବାଇଲ୍ ମିଳିଥିଲା । ଆଉ ସେଥିରୁ ହିଁ ପୋଲିସ ପାଇଥିଲା ତାଙ୍କ ପରିଚୟ । ମୃତ ଯୁବତୀ ଜଣଙ୍କ ମୟୂରଭଞ୍ଜ ଯଶୀପୁର ଥାନା ତରୁଣ୍ଡେଇପଶି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ୍ ନାୟକ । ସେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର +୩ ଦ୍ବିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡିଥିଲା ।

ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରି ଝରାଫୁଲର ପୁରୁଷ ବନ୍ଧୁ ରାକେଶ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଝରାଫୁଲ ଶବକୁ ଭୁବନେଶ୍ବରର ଏକ ହୋଟେଲରୁ ଏକ ସ୍କୁଟି ଯୋଗେ ବୋହି ନେବାରେ ସହଯୋଗ କରିଥିବା ଶକ୍ତି ଶେଖର ସ୍ବାଇଁ ଆଜିଯାଏଁ ଫେରାର ରହିଥିବା ବେଳେ ଗୁରୁବାର ତାଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ତେବେ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତ ଧରାପଡିବା ପରେ ଝରାଫୁଲ ହତ୍ୟା ଘଟଣା ଉପରୁ ପରଦା ଉଠିଛି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications